Odisha News Portal

ଦେଖନ୍ତୁ ଛାତିଥରା ଭିଡ଼ିଓ । ଯୁବତୀଙ୍କୁ କମେଣ୍ଟ କରିବା ପଡ଼ିଲା ମହଙ୍ଗା, ଶେଷରେ ବିଚ ରାସ୍ତାରେ ଯୁବକ ଙ୍କ ସହ ଝିଅମାନେ ମିଶି ଏମିତି କରିଦେଲେ …..

ଆଜିକାଲି ଅନେକ ଯୁବପିଢି ପଥଭ୍ରଷ୍ଟ୍ ହୋଇ ଅନେକ ଅସାମାଜିକ କାର୍ଯ୍ୟ କଲାପ ଆଦି କରୁଥିବାର ଦେଖିବାକୁ ମିଳୁଛି। ଯାହା ସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସୁଛି । ତେବେ ଅଳ୍ପ ବୟସରୁ ଯୁବକ ଯୁବତୀ ମାନଙ୍କର ଏହିଭଳି ଦୌରାତ୍ମ୍ୟ ପଛରେ କାରଣ ହେଉଛି ସେମାନଙ୍କର ବେପରୁଆ ଜୀବନ ଧାରଣ ପ୍ରକ୍ରିୟା ଏବଂ କୁସଙ୍ଗ ।

ଆଜିକାଲି ସମାଜରେ ଝିଅମାନଙ୍କୁ କମେଣ୍ଟ ମାରିବା, ଖରାପ ଇଙ୍ଗିତ କରିବା, ଏକୁଟିଆ ପାଇଲେ ଖରାପ ଭାଷାରେ ସେମାନଙ୍କୁ ଲଜ୍ଜିତ କଲାଭଳି କଥା କହିବା ଆଦି ଅଭଦ୍ରାମି ଯୁବକମାନଙ୍କ ନିକଟରେ ସାଧାରଣ କଥା ହୋଇଗଲାଣି । ଏହିଭଳି କାର୍ଯ୍ୟ କଲାପ କରି ମଧ୍ୟ ସେମାନେ ନିଜକୁ ବହୁତ୍ ବଡ଼ ଡନ ବୋଲି ଭାବନ୍ତି ଏବଂ ନିଜର ଯୁବାବସ୍ଥା ଉପରେ ବହୁତ ଗର୍ବ ମଧ୍ୟ କରିଥାନ୍ତି । ହେଲେ ସବୁ ସମୟ ସମାନ ନଥାଏ । କାହିଁକି ନାଁ ବେଳେବେଳେ ଏମାନେ ଏମିତି ଯୁବତୀଙ୍କ ସାମ୍ନରେ ପଡିଯାଇଥାନ୍ତି ଯେ ଏକାଥରେ ରାସ୍ତାକୁ ଆସି ଯାଇଥାନ୍ତି ।


ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଘଟଣାଟି ମୋହବା ସହରର କୋତୱାଲି କ୍ଷେତ୍ରର ଘଟିଛି ।ଏଠାରେ ଦୁଇଜଣ ଯୁବକ ଯୁବତୀ ମାନଙ୍କ ଆଗରେ ହାତ ଯୋଡ଼ିଛନ୍ତି ଏବଂ ପରେ ତାଙ୍କ ପାଦ ଯାଇ ଧରି ଭୁଲ୍ ମଧ୍ୟ ମାଗିଛନ୍ତି । ଯାହାର ଗୋଟିଏ ଭିଡିଓ ସୋସିଆଲ ମନିଡିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓଟିକୁ ଦେଖିଲେ ଆପଣ ଜାଣି ପାରିବେ ସେହି ଦୁଇ ଯୁବକଙ୍କୁ କିପରି ଉଚିତ ଶିକ୍ଷା ଦେଇଛନ୍ତି ଯୁବତୀମାନେ । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ।

 

ଘଟଣା ଅନୁସାରେ ମୋହବା ସହରର କୋତୱାଲି କ୍ଷେତ୍ରର ଏକ ରାସ୍ତାରେ ତିନିଜଣ କଲେଜ୍ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ, ସେମାନଙ୍କୁ କିଛି ଯୁବକ କମେଣ୍ଟ କରିଥିଲେ ଏବଂ ତାଙ୍କ ସହିତ ଛାଡ଼ଖାନି କରିଥିଲେ । ଆଉ ସେମାନଙ୍କୁ ଉଚିତ୍ ଜବାବ୍ ଦେବା ପାଇଁ ଏହି ଯୁବତୀ ମାନେ ସେହି ଯୁବକମାନଙ୍କୁ ଅଟକାଇ ଥିଲେ ଏବଂ କଣ କହିଲେ ବୋଲି ପଚାରିଲେ ।

ଆଉ ଏହାପରେ ସେମାନଙ୍କୁ ସେଠାରେ ଅଟକାଇ ଯୁବତୀମାନେ ମନ ଇଛା ଗାଲିଦେବା ସହିତ ରୋମିଓ ସ୍କ୍ୱାଡକୁ ମଧ୍ୟ ସୂଚନା ଦେଇଥିଲେ । ରାସ୍ତାରେ ଲୋକେ ଏମାନଙ୍କର ଝଗଡ଼ା ଏବଂ ପରସ୍ପର ପକ୍ଷ ମଧ୍ୟରେ ଗୋଣ୍ଡଗୋଲ ଦେଖି ନାହିଁ ନଥିବା ଭିଡ଼ ଜମାଇ ଥିଲେ । ଆଉ ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆସି ଇଚ୍ଛା ନଥିବା ଭଳି କ୍ଷମା ମାଗିଥିଲେ ।

କନ୍ତୁ ଏହାର ପ୍ରତି ଜବାବରେ ଯୁବତୀ ଜଣଙ୍କ କହିଥିଲେ ତୁମର ନିଜ ଭଉଣୀ ହୋଇଥିଲେ କଣ ତୁମେମାନେ ଏହିଭଳି ଭାଷା ପ୍ରୟୋଗ କରିଥାନ୍ତ କି କମେଣ୍ଟ କରିଥାନ୍ତ । ଆଉ ଯେମିତି କେବେ ବି ଏହି ଭୁଲ୍ ଆଉ ନହୁଏ କିମ୍ବା କୌଣସି ଝିଅକୁ ହଇରାଣ କରିବାର ମନୋବୃତ୍ତି ନ ରଖ ତାହାର ମଧ୍ୟ କଡ଼ା ଭାଷାରେ ଗାଳିଦେବା ବେଳେ ଯୁବତୀ ମାନେ ଯୁବକଙ୍କୁ କହିଥିଲେ ।

ଏସବୁପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ଜଣେ ଯୁବକ ଜଣେ ଯୁବତୀଙ୍କ ପାଦ ଛୁଇଁ ଭୁଲ ହୋଇ ଯାଇଛି ବୋଲି କହିଥିଲା ଏବଂ ପୋଲିସ୍ ଏହି ଘଟଣାର ସମାଧାନ କରି ସେମାନଙ୍କୁ ଘରକୁ ପଠାଇଥିଲେ । ଆମେ ତ କହିବୁ ଏପରି ଯଦି ସବୁ ଝିଅମାନେ କରନ୍ତି ତେବେ ହୁଏତ ଯୁବକମାନେ ଏପରି କରିବା କଥା କେବେ ଭାବି ମଧ୍ୟ ପାରିବେନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।