ଝୁରୁଛନ୍ତି ଲୋକେ , ଖୋଜୁଛି ସିନେ ଜଗତ… ମିହିର ଦାସ ( Mihir Das ) ଙ୍କ ଶେଷ ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ…

ମିହିର ଦାସ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ଜଣେ ମଲ୍ଟି ଟ୍ୟାଲେଣ୍ଟେଡ ଅଭିନେତା। ବାସ୍ ତାଙ୍କ ନା ହିଁ ଯଥେଷ୍ଟ ସବୁ କଳାକାର ମାନଙ୍କ ପାଇଁ। ସେ ଥିଲେ କଳାର ପୂଜାଜୀ। ଅଭିନୟ ଦୁନିଆର ସେ ଭୀଷ୍ମ ପିତାମହ ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ କଳାକାରଙ୍କ ହାତ ଧରି ସେମାନଙ୍କୁ ଇଣ୍ଡଷ୍ଟ୍ରିରେ ପ୍ରତିଷ୍ଠିତ କରାଇ ଛନ୍ତି ମିହିର ଦାସ। ଅଭିନୟ ଦୁନିଆ ପାଇଁ ତାଙ୍କର ଅବଦାନର ତୁଳନା ନାହିଁ। ତେବେ ଆସନ୍ତୁ ଜାଣିବା ସେହି ମହାନ କଳାକାରଙ୍କ ବିଷୟରେ।


ମିହିର ଦାସ ଜଣେ ଓଡିଆ ଅଭିନେତା।୧୧ ଫେବୃଆରୀ ୧୯୫୯ ମସିହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମିହିର ଦାସ। ପିଲା ଦିନରୁ ତାଙ୍କର କଳା ପ୍ରତି ରହିଥିଲା ଅହେତୁକ ଦୁର୍ବଳତା। ଆଉ ସେ କଳାକୁ ହିଁ ନିଜର ଫ୍ରଫେସନ୍ କରିଥିଲେ। ତିନି ଦଶନ୍ଧି ଧରି ମିହିର ଦାସ ନାୟକ,ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଥିଲେ।ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ସ୍କୁଲ ମାଷ୍ଟର’ ଜରିଆରେ ସିନେମା ଜଗତରେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ତାଙ୍କର ପ୍ରଥମ ବ୍ୟବସାୟିକ ଚଳଚ୍ଚିତ୍ର ‘ମଥୁରା ବିଜୟ’।’ ପୁଅ ମୋର ଭୋଳା ଶଙ୍କର’ରେ ଅଭିନୟ ପାଇଁ ବ୍ୟାପକ ସ୍ୱୀକୃତି ପାଇଥିଲେ । ଏହି ସିନେମାରେ ମିହିର ଦାସଙ୍କ ଅଭିନୟ ଦର୍ଶକ ମାନଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା।


ଏହା ସହିତ ଲକ୍ଷ୍ମୀ ପ୍ରତିମା, ଫେରିଆ ମୋ ସୁନା ଭଉଣୀ,ସମୟ ହାତରେ ଡୋରୀ,ସ୍ତ୍ରୀ , ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ,ଶାଶୁଘର ଚାଲିଯିବି,ତୁ ଏକା ଆମ ସାହା ଭରଷା,ରଜାଝିଅ ସଂଗେ ହେଇଗଲା ଭାବ,ଇଡିଅଟ୍ ,ଏମିତି ବି ପ୍ରେମ ହୁଏ ,କଟକ,କ୍ରିମିନାଲ୍ ,ବାଇଶି ପାହାଚେ ଖେଳିବ ମୀନ , ଲୋଫର୍,ତୁ ଥା ମୁଁ ଯାଉଛି ଋଷି, ପ୍ରେମ ଅଢ଼େଇ ଅକ୍ଷର ,ତୋର ମୋର ଯୋଡ଼ି ସୁନ୍ଦର ,ପହିଲି ରଜ , ସଞ୍ଜୁ ଆଉ ସଞ୍ଜନା ,ଆ ଲୋ ମୋର କଣ୍ଢେଇ ,ମୁଁ କଣ ଏତେ ଖରାପ ,ଶୁଭ ବିବାହ,ଆଖି ପଲକରେ ତୁ ,ଅଭିମନ୍ୟୁ,କଥା କହିବ ମୋ ମଥା ସିନ୍ଦୂର,ଗଙ୍ଗା ଯମୁନା, ଭାଇ ହେଲା ଭଗାରି ,ଭାଗ୍ୟ ହାତେ ଡୋରି ପରି ଅନେକ ସୁପର ହିଟ ସିନେମାରେ ଅଭିନୟ କରିଛନ୍ତି।

ବିଶେଷ କରି ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ସେ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ ଏବଂ ୨୦୦୨ ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ।ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ।

ତେବେ ୨୦୨୧ ଡିସେମ୍ବରରେ ସେ କଟକରେ ବୃକକ ତ୍ରୁଟି ନିମନ୍ତେ ଡାଏଲିସିସ ପାଇଁ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥାରେ ହୃଦଘାତ ଅନୁଭବ କରିଥିଲେ।ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଆଜି ତାଙ୍କୁ ଝୁରୁଛି ସାରା ଓଡିଶା ଆଉ ସିନେମା ଇଣ୍ଡଷ୍ଟ୍ରି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment