ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।ନିଜର ଦମଦାର ଅଭିନୟ ପାଇଁ କେବଳ ଓଲିଉଡ଼ ସିନେମା ଜଗତରେ ରାଜ କରୁଛନ୍ତି ଅନୁଭବ ମହାନ୍ତି। ନିଜର ଅଭିନୟକୁ ପାଇଁ ଅନୁଭବ ମହାନ୍ତି ଯେତିକି ଲୋକପ୍ରିୟ ତା ଠାରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ତେବେ ପୁଣି ଥରେ ଚର୍ଚ୍ଚାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। କିଛି ଦିନ ଧରି ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ବେଶ୍ କିଛି ଦିନ ଧରି ତାଙ୍କର କିଛି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଭବଙ୍କ ସହିତ ଜଣେ ଅଭିନେତ୍ରୀ ମଧ୍ୟ ନଜର ଆସୁଛନ୍ତି।
ହଁ ଆଜ୍ଞା ଶୁଣିବାକୁ ମିଳୁଛି ଅନୁଭବ ଏବେ ଲଣ୍ଡନରେ ଅଛନ୍ତି।ଆଉ ଅଭିନେତା ଅନୁଭବ ମହାନ୍ତିଙ୍କୁ ଏବେ କୁଆଡେ ଲଣ୍ଡନର ପ୍ରେମ ହେଇଛି ଆଉ ସେଥିପାଇଁ ସେ କୁଆଡେ ତାଙ୍କର ନୂଆଁ ଫିଲ୍ମ ଲଭ ଇନ ଲଣ୍ଡନ କୁ ଲଣ୍ଡନରେ ସୁଟିଂ କରୁଛନ୍ତି। ଯାହାର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ବିଗତ ଦିନ ମାନଙ୍କରେ ଓଲିଉଡର ଏହି ସୁପରଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ଘେରି ହୋଇ ରହି ଥିଲେ। ଅଭିନେତା ଅନୁଭବ ମହାନ୍ତି ତାଙ୍କ ପତ୍ନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହିତ ବିବାହ ବିଚ୍ଛେଦ ମାମଲାକୁ ନେଇ ହେଉ କି କେତେ ବେଳେ ରାଜନୈତିକ ମାମଲାକୁ ନେଇ ହେଉ ଏବଂ ଆଉ କେତେବେଳେ ତାଙ୍କ ବାନ୍ଧବୀଙ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅନୁଭବ।
ତେବେ ଏହି ସବୁ ବିବାଦ ମଧ୍ୟରେ ଘାଣ୍ଟି ହେବା ପରେ ପୁଣି ଥରେ ଚଳଚ୍ଚିତ୍ର ଜଗତକୁ ଫେରି ଆସିଛନ୍ତି ସୁପରଷ୍ଟାର ଅନୁଭବ। ‘ଲଭ ଇନ ଲଣ୍ଡନ’ ମାଧ୍ୟମ ରେ ପୁଣି ଥରେ ପରଦା ଉପରେ ନଜର ଆସିବେ ଅନୁଭବ।ଆଉ ତାଙ୍କର ନୂଆ ସିନେମାର ସୁଟିଂ ଲଣ୍ଡନରେ ଚାଲିଛି। ଯେଉଁ ସିନେମାରେ ଅନୁଭବଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ସ୍ଵପ୍ନା। ଆଉ ଏହି ସିନେମାର ନାମ ରହିଛି ‘ଲଭ ଇନ ଲଣ୍ଡନ’।
ତେବେ ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ। ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ମୁମ୍ବାଇର ଅଭିନେତ୍ରୀ ସ୍ଵପ୍ନାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଫୋଟୋ ଓ ଭିଡ଼ିଓ ସୁଟିଂ ସେଟ୍ ର ଯାହା ଖୁବ୍ ଭାଇରାଲ ହେଉଛି।ଆଉ ଖୁବ୍ ଶୀଘ୍ର ଏହି ସିନେମା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।