ଓଡ଼ିଆ ସିନେମା ପ୍ରତି ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ଓଡ଼ିଆ ଦର୍ଶକ ମାନେ ଓଡିଆ ସିନେମା ସବୁ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି। ତେବେ ଆପଣ ମାନେ ଅନେକ ସମୟରେ ଅନେକ ସିନେମାର ଅନେକ ସିନ ସବୁ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବା।ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରେ କେତେକ ଆମକୁ ହସେଇ ଥାଏ ଓ ମନକୁ ଖୁସି କରେଇ ଦେଇଥାଏ ଓ ଆଉ କେତେବେଳେ ଏଭଳି କିଛି ସିନ ଭାଇରାଲ ହେଇଥାଏ ଯାହା ଆମକୁ ଖୁବ୍ ଦୁଃଖିତ ମଧ୍ୟ କରେଇ ଥାଏ।
ତେବେ ଆପଣ ମାନେ ସିନେମା ରେ ଦେଖା ଯାଉଥିବା ଅନେକ ଦମଦାର ସିନ୍ ସବୁ ଭାଇରାଲ ହେଉଥିବାର ଦେଖିବା ପାଇଁ ପାଉଥିବେ। ଆଉ ଏ ସବୁ ଆପଣଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଥିବ। ଆଉ ବର୍ତ୍ତମାନ ସମୟରେ ଓଡିଆ ସିନେମା “ତୋ ପାଇଁ ନେବି ମୁଁ ଶହେ ଜନମ” ର ଏକ ଦମଦାର ସିନ୍ ଖୁବ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଦର୍ଶକ ମାନଙ୍କ ହୃଦୟକୁ ସ୍ପର୍ଶ କରିଛି। ତେବେ ଆସନ୍ତୁ ଭାଇରାଲ ହେଉଥିବା ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ପକେଇବା।
ତେବେ ଓଡିଆ ସିନେମା “ତୋ ପାଇଁ ନେବି ମୁଁ ଶହେ ଜନମ” ,୨୦୦୭ ମସିହାରେ ରେ ମୁକ୍ତିଲାଭ କରିଥିଲା।ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିବା ଏବଂ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୋମ୍ୟରଞ୍ଜନ ପଟ୍ଟନାୟକ।ଏହି ସିନେମା ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ। ଅନେକ ନାମୀ ଦାମୀ କଳାକାର ମାନେ ମଧ୍ୟ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଉ ଏହି ସିନେମା ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥିଲା।
ବିଶେଷ କରି ଏହି ସିନେମା ରେ ଲଭଲି ଭୂମିକାରେ ଅଭିନୟ କରୁଥିବା ଛୋt ପିଲାଟିର ଅଭିନୟ ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲା। ଆଉ ଦର୍ଶକ ମାନେ ଲଭଲି ର ଅଭିନୟ କୁ ଖୁବ୍ ପସନ୍ଦ କରିଥିଲେ। ତେବେ ଭାଇରାଲ ହେଉଥିବା ଭିଡିଓ ରେ ଦେଖିବାକୁ ମିଳିଛି ଲଭଲି ପାଖରେ କିଛି ଅଦୃଶ୍ୟ ଶକ୍ତି ରହିଛି ଆଉ ସେହି ଅଦୃଶ୍ୟ ଶକ୍ତି କୁ ବ୍ୟବହାର କରି ଲଭଲି ଆମ୍ବ ଗଛକୁ ଆମ୍ବ ମାଗିବା ମାତ୍ରେ ଆମ୍ବ ଗଛରୁ ଆମ୍ବ ଆସି ଲଭଲି ହାତରେ ପଡୁଛି ଆଉ ସେ ନିଜେ ଯାଇ ମଧ୍ୟ ଆମ୍ବ ତୋଳି ପାରୁଛି।
ଆଉ ଏ ସବୁ ଲଭଲି ର ପିଉସା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଦୌଡି ପଳାଇଛନ୍ତି। ଆଉ ଏହାପରେ ଲଭଲି ପିଉସା ଙ୍କ ବେକକୁ ଟେକି ନେଇ ଛାତ ଉପରେ ବସାଇ ଦେଇଛି ଏହାପରେ ପରିବାର ର ସମସ୍ତେ ଛୋଟ ପିଲାର ଏଭଳି କରାମତି ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।