ଧୂମ ଧାମରେ ଦୁଇ ଝିଅଙ୍କର ଅନ୍ନପ୍ରସନ ପାଳନ କେମିତି କରିଲେ olywod ଅଭିନେତ୍ରୀ ଝିଲ୍ଲିକ (Jhilik) – ଦେଖନ୍ତୁ ଭିଡିଓ

ଝିଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ। ଆପଣ ମାନେ ଏହି ଅଭିନେତ୍ରୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ଝିଲିକ୍‌ ବେଙ୍ଗଲି ଅଭିନେତ୍ରୀ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି।୨୦୧୩ ମସିହାରେ ଓଡିଆ କଥାଚିତ୍ର ଟାର୍ଗେଟ ମଧ୍ୟରେ ଓଡିଆ କଥାଚିତ୍ର ଜଗତର ଅଭିନୟ କରିବା ଆରମ୍ଭ କରିଥିଲେ। ଓଡିଆ କଥାଚିତ୍ର ଟାର୍ଗେଟ ଥିଲା ଓଡ଼ିଶାର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସଙ୍କ ପ୍ରଥମ ସିନେମା। ଆଉ ବଙ୍ଗୀୟ ସୁନ୍ଦରୀ ଝିଲିକ୍ ପ୍ରଥମଥର ପାଇଁ ଏହି ସିନେମାରେ ଅମ୍ଳାନଙ୍କ ନାୟିକା ସାଜିଥିଲେ। ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହି ଯୋଡ଼ିକୁ ମଧ୍ୟ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ।

ଏହାପରେ ଝିଲିକ୍ ଏକାଧିକ ଓଡ଼ିଆ ସିନେମାରେ ଅନେକ ନାୟକଙ୍କ ନାୟିକା ସାଜିଥିଲେ। ଆଖିରେ ଆଖିରେ ,ଲେଖୁଲେଖୁ ଲେଖିଦେଲି, ସୁପର ମିଛୁଆ, ଜବରଦସ୍ତ ପ୍ରେମିକ, ଜଗା ହାତରେ ପଘା, ଲଭ ୟୁ ହମେଶା, ଓଲେ ଓଲେ ଦିଲ୍ ବୋଲେ, ତୁମକୁ ଦେଖିଲା ପରେ, ଅଗସ୍ତ୍ୟା, ତୁ ମୋ ହିରୋ , ରୁଦ୍ରାଣୀ ଆଦି ଓଡିଆ କଥାଚିତ୍ରରେ ଖୁବ୍ ଅଭିନୟ କରି ଦର୍ଶକ ମାନଙ୍କ ଭଲପାଇବା ଜିତି ପାରିଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ।

ତେବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲିକ୍ ପଶ୍ଚିମବଙ୍ଗର କଲିକତା ଠାରେ ଜନ୍ମ ଗ୍ରହଣ କରିଥିଲେ। ଆଉ ପିଲା ଦିନ ତାଙ୍କର ସେହିଠାରେ ହିଁ କଟିଥିଲା। ଏହାପରେ ସେ ଓଲିଉଡ଼ ସିନେମା ଜଗତରେ ପାଦ ରଖିଥିଲେ।ପରେ ସେ ୨୦୨୦ ରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଥିଲେ ଝିଲିକ୍‌। ତେବେ ଝିଲିକ୍ କୋଲକାତାର ଝିଅ ହୋଇଥିଲେ ମଧ୍ୟ ଓଡ଼ିଆ ଘରର ବୋହୂ ହୋଇ ଓଡ଼ିଆ ପରମ୍ପରାକୁ ବେଶ୍‌ ଆପଣାଇ ପାରିଛନ୍ତି।

ଏବଂ ବିବାହର ୨ ବର୍ଷ ପରେ ମା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଅଭିନେତ୍ରୀ ଝିଲିକ୍। ଦୁଇଟି ଯମଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ଅଭିନେତ୍ରୀ ଝିଲିକ୍। ତେବେ ନିକଟରେ ଅଭିନେତ୍ରୀ ଝିଲିକ୍ ଙ୍କ ଦୁଇ ଝିଅଙ୍କ ଅନ୍ନପ୍ରଶନ ହୋଇଥିଲା ଯାହାର ଫୋଟ ଆଉ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଝିଲିକ୍ ତାଙ୍କର ଦୁଇ କୁନି ଝିଅଙ୍କୁ ନିଜ କୋଳରେ ବସାଇ ଖୁଆଇ ଦେଉଥିବାର ନଜର ଆସିଛନ୍ତି। ଆଉ ଏହା ସହିତ ଘଡାଇ ପାରିବାରରେ ମଧ୍ୟ ବହୁତ୍ ବଡ ସେଲିବ୍ରେଶନର ଆୟଜନ କରା ଯାଇଥିବାର ଦେଖିବାକୁ ମିଳିଛି। ଦୁଇ କୁନି ଝିଅ ସହିତ ପରିବାରର ସବୁ ସଦସ୍ୟ ଖୁବ୍ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆଉ ଦର୍ଶକ ମାନେ ମଧ୍ୟ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment