ଆଧୁନିକ ଚାକଚକ୍ୟରୁ ଦୂରେଇ ଯାଇ ପରିବେଶ ସହିତ ଖାପ ଖୁଆଇ ଚଳିବା ଆଉ ଜଙ୍ଗଲରେ ରହିବା ସେଇଠି ଶୋଇବା ଆଉ ସେଇଠି ଶୋଇବା ଯେତିକି ରୋମାଞ୍ଚ କର ସେତେକି ବିପଦପୂର୍ଣ୍ଣ ମଧ୍ୟ। କିନ୍ତୁ ଏ ସବୁକୁ ସମ୍ଭବ କରି ଦେଖାଇଛନ୍ତି ଜଙ୍ଗଲ ବୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ । ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଜଙ୍ଗଲ ରେ ରୁହନ୍ତି। ଆଉ ଜଙ୍ଗଲରେ ଶୁଅନ୍ତି। ଆଉ ଜଙ୍ଗଲ ଭିତରେ ହିଁ କଟେ ଦିନ ରାତି କଞ୍ଚା ଖାଉଛନ୍ତି ପୋକ ଜୋକ।
ବନ୍ୟ ଜନ୍ତୁ ମାନଙ୍କ ସୁରକ୍ଷା ଦେବା ତାଙ୍କ ନିଶା। ପରିବେଶ ସହିତ ଖାପ ଖୁଆଇ ପ୍ରାକୃତିକ ଉପାଦାନ କୁ ନେଇ କିପରି ବଞ୍ଚି ହେବ ତାକୁ ନେଇ କରିଛନ୍ତି ଅଭ୍ୟାସ। ଏ ପାହାଡ଼ରୁ ସେ ପାହାଡ ଘୂରି ବୁଲୁଛନ୍ତି। ଖାଲି ଏକା ନୁହେଁ ନିଜ ପୁଅକୁ ଧରି ମଧ୍ୟ ଜଙ୍ଗଲ ସାରା ଘୂରି ବୁଲୁଛନ୍ତି ପୁଅ କୁ ମଧ୍ୟ କିପରି ପରିବେଶ ସହିତ ଖାପ ଖୁଆଇ ଚାଲିବା ପାଇଁ ପଡ଼ିବ ତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ନିଜେ ପୋକ ଓ କଞ୍ଚା ମାଂସ ଖାଇବା ସହିତ ନିଜ ପୁଅକୁ ମଧ୍ୟ ଖାଇବା ପାଇଁ ଦେଉଛନ୍ତି। ଡିସ୍କଭରୀ ଚ୍ୟାନେଲ ର ମେନ୍ Vs ୱାଇଲ୍ଡ ଦେଖି ନିଜେ ଅନୁପ୍ରାଣିତ ହେବା ସହିତ ପୁଅକୁ ଶିଖାଉଛନ୍ତି ସବୁକିଛି। ଆଉ ଏସବୁ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ।
ପରିବାର ଲୋକଙ୍କ ଅନେକ ବାରଣ ସତ୍ତ୍ୱେ ବନ୍ୟ ଜନ୍ତୁଙ୍କ ସୁରକ୍ଷାରେ ଲାଗି ପଡିଛନ୍ତି କୃଷ୍ଣଚନ୍ଦ୍ର। ବେଳେ ବେଳେ ଏହି ବନ୍ୟ ଜନ୍ତୁ ମାନଙ୍କ ସହିତ ଖତରନାକ ଖେଳ ମଧ୍ୟ ଖେଳୁଛନ୍ତି।ଯେତେବେଳେ ହାତୀ ସହ ଖେଳୁଛନ୍ତି ତ ଆଉ କେତେବେଳେ କଲରାପତିଆରା ବାଘ ସହ ଫଟୋ ଉଠାଉଛନ୍ତି। ଏମିତିକି ବିଷଧର ସାପକୁ ମଧ୍ୟ ଡର ନାହିଁ ।ନାଗ ସାପର ପଣାରେ ଚୁମ୍ବନ ଦେବାର ସାହସ ମଧ୍ୟ ରଖିଛନ୍ତି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ। ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ନିଜ ପୁଅକୁ ଧରି ଘୂରି ବୁଲୁଛନ୍ତି। ଟିକିଏ ବି ଡର ନାହିଁ। ପୁଅକୁ ନିଦ ଲାଗିଲେ ନିଆଁ ଜଳାଇ କେତେବେଳେ ବାପା ଜଗି ବସନ୍ତି ତ ଆଉ କେତେବେଳେ ବାପା ଶୋଇଲେ ଜଗି ରହିଥାଏ ପୁଅ।
୧୮ ଫୁଟ ଲମ୍ବର ଅହିରାଜ ସାପ କୁ ନ ଡରି କୌଶଳ କ୍ରମେ ସେ ଉଦ୍ଧାର କରି ପାରିଛନ୍ତି। ଜୀବନ କାଳ ମଧ୍ୟରେ କୃଷ୍ଣଚନ୍ଦ୍ର ୩୦ ହଜାର ରୁ ଅଧିକ ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଥିବାର ଦାବି ମଧ୍ୟ କରିଛନ୍ତି। ଆଉ ଏଥିପାଇଁ ବହୁତ୍ ପୁରସ୍କାର ମଧ୍ୟ ପାଇଛନ୍ତି।ଖାଲି ଏତିକି ନୁହେଁ ପୋକ ଜୋକ ଖାଇବା ପାଇଁ ନିଜ ପୁଅ କୁ ତାଲିମ ମଧ୍ୟ ଦେଇଥାନ୍ତି। ପୁଅ ମଧ୍ୟ ବାପାଙ୍କୁ ସହଯୋଗ କରୁଛି। ଜଙ୍ଗଲରେ ରହିବା ପାଇଁ ସେ ମଧ୍ୟ ନିଜକୁ ପ୍ରସ୍ତୁତ କରି ନେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।