ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି।ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି। କେତେବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେବେଳେ ଏହି ଲୋକ ମାନେ ଜାଣିଶୁଣି ଖରାପ୍ ରେ ନେଉଛନ୍ତି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିବ।
୭୦ ବର୍ଷର ବରକୁ ୧୯ ବର୍ଷର କନିଆଁ। ଜେଜେବାପା ଓ ନାତୁଣୀ ପରି ଦେଖା ଯାଉଛି ଏହି ଯୋଡି। ଏ ପ୍ରେମ କାହାଣୀ ସମଂସ୍ତଙ୍କୁ ଚକିତ କରିଛି। କୁହା ଯାଇଥାଏ କି ପ୍ରେମ ଅନ୍ଧ ମାନେନା ବାଧା କି ବନ୍ଧନ ଦେଖେନା ଜାତି କି ଅଜାତି। ବୟସର ତାରତମ୍ୟକୁ ବି ଏ ପ୍ରେମ ବୁଝେନା। ଆଉ ଯାହାକୁ ପ୍ରେମ ହେଇଛି ସେ ହିଁ ଏହି ଆବେଗକୁ ବୁଝି ପାରିଥାଏ।
ତେବେ ପାକିସ୍ଥାନ ଏକ ଦମ୍ପତି ଏହାକୁ ସତ କରି ଦେଖାଇଛନ୍ତି। ଏପରି ଏକ ବିଚିତ୍ର ପ୍ରେମ କାହାଣୀକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ଜୋର ଧରିଛି। ବିବାହରେ ପାଞ୍ଚରୁ ଛଅ ବର୍ଷ ବୟସ ବ୍ୟବଧାନରେ ବିବାହ ହେଲେ ଠିକ୍ ଅଛି ବୋଲି ଲୋକେ କହିଥାନ୍ତି।ପାକିସ୍ଥାନର ଏହି ଯୋଡ଼ି ଯେଉଁମାନେ କି ଜେଜେବାପା ନାତୁଣୀ ପରି ଦେଖା ଯାଉଛନ୍ତି। ଆଉ ଏହି ଯୋଡ଼ିକୁ ଦେଖି ଲୋକେ ସମାଲୋଚନା ମଧ୍ୟ କରୁଛନ୍ତି।
ତେବେ ଏହା ହେଉଛି ୧୯ ବର୍ଷୀୟ ସୋମାଇଲା ଏବଂ ୭୦ ବର୍ଷୀୟ ଲିଆକକ୍ ଅଲ୍ଲୀଙ୍କ କାହାଣୀ। ସେମାନେ ଲାହୋରରେ ମୋର୍ଣିଂ ୱାର୍କ କରିବା ସମୟରେ ପରସ୍ପରକୁ ଭେଟିଥିଲେ।ସୋମାଇଲା କହିଛନ୍ତି କି ପ୍ରେମ ବୟସ ଦେଖେନାହିଁ ପ୍ରେମ ଆପେ ଆପେ ହେଇଯାଏ। ଉଭୟଙ୍କ ପରିବାର ମଧ୍ୟ ପ୍ରଥମେ ଏହି ସମ୍ପର୍କକୁ ବିରୋଧ କରିଥିଲେ ମାତ୍ର ପରେ ସେମାନେ ରାଜି ହୋଇଥିଲେ।
ସୋମାଇଲା କହିଛନ୍ତି କି ବିବାହରେ ସବୁଠାରୁ ମର୍ଯ୍ୟାଦା ଓ ସମ୍ମାନର ଗୁରୁତ୍ଵ ରହିଥାଏ। ଏହି ପରିପେଖିରେ ଖରାପ୍ ସମ୍ପର୍କ ଅପେକ୍ଷା ଜଣେ ସଠିକ ବ୍ୟକ୍ତିତ୍ଵକୁ ବାଛିବା ଉଚିତ୍ । ୭୦ ବର୍ଷୀୟ ଲିଆକକ୍ ଅଲ୍ଲୀ କୁହନ୍ତି ଯେ ସେ ୭୦ ବର୍ଷ ହୋଇଥିଲେ ମଧ୍ୟ ହୃଦୟରେ ସେ ଜଣେ ଯୁବକ ଅଟନ୍ତି ସେ ତାଙ୍କ ପତ୍ନୀଙ୍କ ଖାଦ୍ୟକୁ ଏତେ ଭଲ ପାଆନ୍ତି ଯେ ସେ ରେଷ୍ଟୁରାଣ୍ଟt ଖାଦ୍ୟ ଖାଇବା ବନ୍ଦ କରି ଦେଇଛନ୍ତି। ଅନ୍ୟପଟେ ସେ ୫୧ ବର୍ଷର ବ୍ୟବଧାନକୁ ନେଇ କହିଛନ୍ତି କି ଯଦି ଆଇନ୍ କାହାକୁ ବିବାହ କରିବା ପାଇଁ ଅନୁମତି ଦିଏ ତେବେ ବୃଦ୍ଧ କିମ୍ବା ଯୁବକ ହେବାର ମାନେ କିଛି ନଥାଏ। ତେବେ ଏହି ୭୦ ବର୍ଷର ବର ଓ ୧୯ ବର୍ଷର କନିଆଁଙ୍କ ଯୋଡ଼ିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।