Odisha News Portal

ଦେଖନ୍ତୁ ଭିଡିଓ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଗୃହ ପ୍ରବେଶ , ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆନନ୍ଦିତ

ଓଲିଉଡ ଇଣ୍ଡଷ୍ଟ୍ରିର ସୁପରିଚିତ , ସୁନାମଧନ୍ୟ ଓ ସୁପରଷ୍ଟାର ଅଭିନେତ୍ରୀ ଅର୍ଚ୍ଚିତା ଓ ସୁପଷ୍ଟାର ସବ୍ୟସାଚୀ ଗତ ରବିବାର ଦିନ ଏକ ରାଜ ଉଆସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ଦୁହିଁଙ୍କ ବିବାହରେ ଅନେକ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଅନେକ ଧୁମଧାମ ଓ ସାଜସଜ୍ଜାରେ ରାଜ ଉଆସ ସଜ୍ଜିତ କରାଯାଇଥିଲା ଏବଂ ସବ୍ୟ ଏବଂ ଅର୍ଚ୍ଚିତା ବିବାହର ଅନେକ ଫୋଟ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେମାନଙ୍କ ଫ୍ୟାନ ମାନେ ମଧ୍ୟ ସେ ଦୁହିଁଙ୍କୁ ବିବହାର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଯୋଡି ସିନେ ଜଗତରେ ହେଉ ବା ପରସାନ ଲାଇଫରେ ଦର୍ଶକମାନେ ସେମାନଙ୍କୁ ବହୁତ ପସନ୍ଦ କରନ୍ତି । ସେମାନଙ୍କ ଅଭିନୟ ଦର୍ଶକ ମାନଙ୍କ ବହୁତ ପରିମାଣରେ ପସନ୍ଦ କରିଥାନ୍ତି ଏବଂ ସବ୍ୟ ଓ ଅର୍ଚ୍ଚିତା ବିବାହ ଟିକିଏ ନିଆରା ଷ୍ଟାଇଲରେ ଅନୁଷ୍ଠିତ ହୋଇଥିଲା ।

 ସେମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ସେମାନେ ଦୁହେଁ ଭୁବନେଶ୍ୱରେ ପହଞ୍ଚିଛନ୍ତି ଏବଂ ରୀତି ନିୟମ ଅନୁସାରେ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଗୃହ ପ୍ରବେଶ କରାଯାଉଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବ୍ୟ ଏବଂ ଅର୍ଚ୍ଚିତା ଗୃହ ପ୍ରବେଶର କାର୍ଯ୍ୟ ସମ୍ପନ୍ନ ହେବା ପରେ ସେମାନେ ଗୃହରେ ପ୍ରଥମ କରି ପାଦ ସ୍ଥାପନ କରିଛନ୍ତି । ସବ୍ୟଙ୍କ ଭଉଣୀ ସହିତ ଅର୍ଚ୍ଚିତା ଅନେକ ଫୋଟ ସେୟାର କରିଛନ୍ତି ଏବଂ ସେ ବହୁତ ଖୁସୀ ନଜର ଆସୁଛନ୍ତି । ସେହି ଭିଡିଓରେ ଅର୍ଚ୍ଚିତାଙ୍କ ଶାଶୁ ସେମାନଙ୍କୁ ଗନ୍ଦାପନା କରି ଗୃହ ପ୍ରବେଶ କରାଉଛନ୍ତି ଏବଂ ଗୃହ ପ୍ରବେଶ ପରେ ସେ ପରିବାରର ସମସ୍ତ ସଦସ୍ୟ ମାନଙ୍କ ସହିତ ଫୋଟ ଉଠାଉଛନ୍ତି ।

ଶାଶୁ ଘରେ ଅର୍ଚ୍ଚିତା ବହୁତ ଖୁସୀ ଥିବାର ନଜର ଆସୁଛନ୍ତି ଏବଂ ପରିବାର ସମସ୍ତ ସଦସ୍ୟ ମାନଙ୍କ ସହିତ ଖୁସୀ ମନାଉଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତାଙ୍କ ବିବାହକୁ ନେଇ ଅନେକ କଳାକାର ମାନେ ସେମାନଙ୍କୁ ବିବହାର ଶୁଭ କାମନା ଜଣାଇବା ସହିତ ଆଶୀର୍ବାଦ ମଧ୍ୟ ପ୍ରାଦାନ କରିଛନ୍ତି । ସେ ଦୁହିଁଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେମାନେ ସୁଖରେ ଜୀବନ ଅତିବାହିତ କରନ୍ତୁ ବୋଲି ଆଶୀର୍ବାଦ କରିଛନ୍ତି । ସେମାନେ ଦୁହେଁ ଫାଇନାଲି ବିବାହ ବନ୍ଧନରେ ବନ୍ଧି ହୋଇ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି ଏବଂ ଦର୍ଶକମାନେ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି ।

ସବ୍ୟଙ୍କ ଘରେ ନୀତି ନିୟମ ଅନୁସାରେ ତାଙ୍କ ମା ଅର୍ଥାତ୍ ଅର୍ଚ୍ଚିତାଙ୍କ ଶାଶୁ ସେ ଦୁହିଁଙ୍କୁ ଗନ୍ଦାପନା କରି ଘରକୁ ପାଛଟି ଆଣିଛନ୍ତି । ଘରକୁ ପ୍ରବେଶ କରିବା ପରେ ଅର୍ଚ୍ଚିତା ସମସ୍ତ ସଦସ୍ୟ ମାନଙ୍କ ସହିତ ଅନେକ ଫୋଟ ଉଠି ସୋସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ଅଗଣିତ ଦର୍ଶକମାନେ ବହୁତ ପସନ୍ଦ କରିବା ସହିତ ବୈବାହିକ ଜୀବନର ଶୁଭକାମନା ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।