Odisha News Portal

ଦେଖନ୍ତୁ ଭିଡ଼ିଓ : Love You ଜିନ୍ଦେଗୀ ଗୀତରେ ଝୁମି ଝୁମି ହସ୍ପିଟାଲ୍ ବେଡ୍ ରେ କରୋନା ସହ ଲଢେଇ କରୁଛନ୍ତି ଦେଖନ୍ତୁ ଭାଇରାଲ ଭିଡ଼ିଓ….

ବନ୍ଧୁଗଣ କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି।ତେବେ ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ଭିତରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି।

ଏହି ସମୟରେ ଅନେକ ଲୋକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ତେବେ ନିକଟରେ ହସ୍ପିଟାଲରେ ଅକ୍ସିଜେନ୍‌ ସପୋର୍ଟରେ ବସିଥିବା ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପାଟିରେ ଅକ୍ସିଜେନ୍‌ ମାସ୍କ ପିନ୍ଧି ଲଭ ୟୁ ଜିନ୍ଦେଗୀ ଗୀତ ଝୁମୁଥିବା ନଜର ଆସିଥିଲେ। କିନ୍ତୁ ଏବେ ଏହି ରୋଗୀ କରୋନା ସହିତ ଯୁଦ୍ଧରେ ହାରି ଯାଇଛନ୍ତି ବୋଲି ସୂଚନା ମିଳିଛି। ସେ ଦିଲ୍ଲୀର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୂଚନା ଅନୁସାରେ ଗତ ସପ୍ତାହରେ ଏହି ୩୦ ବର୍ଷୀୟା ଯୁବତୀଙ୍କର ଭିଡିଓ ଡାକ୍ତର ମୋନିକା ଲାଙ୍ଗେ ଟୁଇଟରରେ ଶେୟାର କରିଥିଲେ।

ତେବେ ଡାକ୍ତରଙ୍କ କହିବାନୁସାରେ, ସେ ହସ୍ପିଟାଲରେ ଆଇସିୟୁ ବେଡ ପାଇପାରି ନ ଥିଲେ, ତେଣୁ ତାଙ୍କୁ କୋଭିଡ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରା ଯାଇଥିଲା। ହସ୍ପିଟାଲ୍ ରେ ଭର୍ତ୍ତି ହେବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀଙ୍କୁ ଅକ୍ସିଜେନ୍ ଲାଗିଥିବା ବେଳେ ତାଙ୍କୁ ଡାକ୍ତର କିପରି ଉତ୍ସାହିତ କରୁଛନ୍ତି।ତାଙ୍କ ପାଖରେ ବାଜୁଛି ଲଭ୍ ୟୁ ଜିନ୍ଦେଗି ର ଗୀତ ଏବଂ ଏହି ଗୀତରେ ଝୁମି ଯାଉଛନ୍ତି ଯୁବତୀ ଜଣଙ୍କ। ନିଜକୁ ଖୁସି କରାଇବା ପାଇଁ ସେ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଗୀତକୁ ଶୁଣି ସେ ଖୁସି ହେବା ସହ ଏହି ଗୀତର ତାଳେ ତାଳେ ଯୁବତୀ ଜଣଙ୍କ ଝୁମି ଯାଉଛନ୍ତି।

ଡାକ୍ତରଙ୍କ ଅନୁସାରେ ତାଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଏବଂ ପ୍ଲାଜମା ଥେରାପି ଦିଆଯିବା ସହିତ ତାଙ୍କୁ ଇନଭାସିଭ ଭେଣ୍ଟିଲେସନରେ ରଖା ଯାଇଥିଲା। ଏହି ଯୁବତୀଙ୍କ ଇଚ୍ଛା ଶକ୍ତି ବହୁତ ଶକ୍ତିଶାଳୀ। ସେ ମୋତେ ଆଜି ଏକ ଗୀତ ବଜାଇବାକୁ କହିଥିଲେ, ଯାହା ମୁଁ ରାଜି ହୋଇଥିଲି। ଶିଖନ୍ତୁ ଆଉ ସାହସ ହରାନ୍ତୁ ନାହିଁ ବୋଲି ଡାକ୍ତର କହିଥିଲେ।ସେତେବେଳେ ଡାକ୍ତର ମଧ୍ୟ କହିଥିଲେ ଯେ ଯୁବତୀଙ୍କ ଅବସ୍ଥା ସୁଧୁରି ଯାଉଛି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। କିନ୍ତୁ ଏବେ ଯୁବତୀ ଦୁନିଆକୁ ବିଦାୟ ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯୁବତୀଙ୍କୁ ମଧ୍ୟ ବହୁତ ପ୍ରଶଂସା ମିଳିଥିଲା ତାଙ୍କର ଉତ୍ସାହ ଏବଂ ଇଚ୍ଛାଶକ୍ତି ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।