Odisha News Portal

ଦେଖନ୍ତୁ ଭିଡ଼ିଓ : ଲକ୍ ଡାଉନ୍ କୁ ଅମାନ୍ୟ କରି ବାହାରେ ବୁଲୁ ଥିବାରୁ ଲୋକ ମାନଙ୍କୁ ପୋଲିସ ରାସ୍ତା ଉପରେ ଦେଲା ଏମିତି ଦଣ୍ଡ…

ଗତ ବର୍ଷ ପରି ଏହି ବର୍ଷ ପରି ମଧ୍ୟ କରନା ନିଜର କାୟା ମେଲାଇ ଚାଲିଛି । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ବର୍ତ୍ତମାନ ଏହି ଭାଇରସ ର ଦ୍ୱିତୀୟ ଲହର ଓ ତୃତୀୟ ଲହର ମୃତୁ ର ତାଣ୍ଡବ କୁ ଆହୁରି ଜାରି ରଖିଛି । ଅନେକ ଲୋକ ପ୍ରତିଦିନ ହସ୍ପିଟାଲ ରେ ମୃତ୍ୟୁବରଣ କରୁଛନ୍ତି। ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ପୁନର୍ବାର ଲକ୍ ଡାଉନ୍ ଜାରି କରିଛନ୍ତି ଓ କଟକଣା ଜାରି ହୋଇଛି।

ସରକାର ଙ୍କ ନିୟମ ଅନୁସାରେ ଯଦି କୌଣସି ଆବଶ୍ୟକତା ନାହିଁ ତେବେ ବାହାରକୁ ବାହାରନ୍ତି ନାହିଁ ଆଉ ଏହି ନିୟମ କୁ କଡାକଡି ଭାବେ ପାଳନ କରନ୍ତୁ କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ଗାଇଡ ଲାଇନ କୁ ଅମାନ୍ୟ କରୁଛନ୍ତି ଆଉ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ଯେଉଁ ମାନଂକ ପାଇଁ ଏହି କରନା ସଂକ୍ରମଣ ଅଧିକ ବ୍ୟପୁ ଅଛି । ତେଣୁ ପୋଲିସ ଏହି ପରି ଲୋକ ମାନଙ୍କ ପାଇଁ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ତେବେ ଏବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ହେବାରେ ଲାଗିଛି ଯେଉଁ ଭିଡିଓ ରେ ପୋଲିସ କିପରି ଅମାନିଆ ମାନଙ୍କୁ ଦଣ୍ଡ ଦେଉଛନ୍ତି ଦେଖିବାକୁ ମିଳିଛି। ତେବେ କଣ ରହିଛି ସମ୍ପୂର୍ଣ ସୂଚନା ଆସନ୍ତୁ ଜାଣିବା ;

କରନା ର ଦ୍ୱିତୀୟ ଲହର ପରେ ତୃତୀୟ ଲହର ନିଜ କାୟା ମେଲାଇ ଚାଲିଛି ଆଉ ଏହି ଲହର ଟି ସବୁଠୁ ଅଧିକ ବିପଦପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଏହି ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ରାଜ୍ୟ ରେ ସରକାର ଲକ୍ ଡାଉନ୍ ଘୋଷଣା କରାଯାଇଛି। ହରିୟଣା ରେ ମଧ୍ୟ ସରକାର କରନା ର ଏହି ତୃତୀୟ ଲହର କୁ ରୋକିବା ପାଇଁ ସାପ୍ତାହିକ ଲକ୍ ଡାଉନ୍ ଘୋଷଣା କରିଛନ୍ତି।

ତେବେ ଏବେ ହରିୟଣା ରୁ ଏହି ଭିଡିଓ ଟି ଆସିଛି ଯେଉଁଠି କିଛି ଲୋକ ଏହି ଲକ୍ ଡାଉନ୍ କୁ ଅମାନ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଲକ୍ ଡାଉନ୍ କୁ ଅମାନ୍ୟ କରୁଥିବାରୁ ପୋଲିସ ସେହି ଲୋକ ମାନଙ୍କୁ ରାସ୍ତା ଉପରେ ଉଠୁ ବସ୍ କରାଇ ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓ ରେ ସମ୍ପୂର୍ଣ ଭାବେ ଦେଖା ଯାଉଛି ଯେ ପ୍ରାୟ ୨୦ ଜଣ ଲୋକ ଲକ୍ ଡାଉନ୍ ଉଲଂଘନ କରିଥିବାରୁ ପୋଲିସ ତାଙ୍କୁ ବିଚ୍ ରାସ୍ତା ରେ ଉଠୁବସ କରାଇବା ସହିତ “ହମ୍ ଲକ୍ ଡାଉନ୍ କା ପାଲନ କରେଙ୍ଗେ” କହୁଥିବା ର ସୂଚନା ମିଳିଛି । ବଢ଼ିଥିବା ସଂକ୍ରମଣ ଦୃଷ୍ଟି ରେ ରଖି ହରିୟଣା ସରକାର ୩ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ନିୟମ କୁ କଡାକଡି ଭାବେ ପାଳନ କରିବାର ନିର୍ଦ୍ଦେଶ ଦେଇ ଥିବାର ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।