Odisha News Portal

ଦେଖନ୍ତୁ ଭିଡ଼ିଓ – ହେ ଭଗବାନ ! ଧିକ କହିବ ଏ ପୁଅକୁ, ଏତେ ବୟସରେ ବୁଢା ବାପା କୁ ଚପଲରେ ପିଟୁଛି, ଏଭଳି ପୁଅ କୁ କି ଦଣ୍ଡ ଦେବା ଦରକାର….

ପୁରୀରୁ ଆସିଲା ମନକୁ ବ୍ୟସ୍ତ କଲାଭଳି ଚିତ୍ର। ନିଶ୍ଚିତ ଭାବରେ ଏହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବ ଦେଖିବା ପରେ। ଦୁନିଆ କିଭଳି ଭାବରେ ପରିବର୍ତ୍ତନ ହେଉଛି ତାହା ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି। ଯେଉଁଭଳି ଭାବରେ ଆଜିର ପୁଅ ମାନେ ବଡ଼ ହେବା ପରେ ନିଜର ବାପା ମାଆ ଙ୍କୁ ଅତ୍ୟାଚାର କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ଯାଉଛି। ସେହିପରି ଏକ ଅଭାବନୀୟ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ଯାହା ଘଟିଛି ପୁରୀ ଜିଲ୍ଲାର ଏକ ଅଞ୍ଚଳରେ।

କି ଯୁଗ ହେଲା। ପରିଣତ ବୟସରେ ମାଡ଼ ଖାଉଛନ୍ତି ବାପା। ଧନ୍ୟ କହିବ ଏଭଳି ପୁଅକୁ।୮୧ ବର୍ଷ ବୟସର ବାପାଙ୍କୁ ମାଡ଼ ମାରୁଛି ପୁଅ। ତା ପୁଣି ଅତି ନିନ୍ଦନୀୟ ଭାବରେ ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରି।

୮୧ ବର୍ଷ ବୟସରେ ବାପାକୁ ଆଜି ପୁଅ ଠାରୁ ମାଡ଼ ଖାଇବା ପାଇଁ ପଡୁଛି। ଯାହା ଦେଖିଲେ ଛି ଛି କରିବାକୁ ଇଛା ହେଉଛି। ଛି ଛି ରେ ତୁମେ ପୁଅ। ସମାଜ ଏମାନଙ୍କ ଠାରୁ କଣ ଶିଖିବ। ମଦ ପିଇ ନିଜ ବୃଦ୍ଧ ବାପାଙ୍କୁ ମାଡ଼ ମାରୁଛନ୍ତି ପୁଅ। କେତେବେଳେ ଚପଲରେ ତ ପୁଣି କେତେବେଳେ ବଡ଼ ଠେଙ୍ଗାରେ ପୁଅ ଜଣଙ୍କ ନିଜ ବାପାଙ୍କୁ ମାଡ଼ ମାରୁଛନ୍ତି। କେବଳ ଏତିକି ନୁହଁ ପୁଅ ଜଣଙ୍କ ବାପାଙ୍କୁ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି। କଣ କହିବେ ଆପଣ ଏଭଳି ଜଣେ ପୁଅକୁ। ଯାହାର ବୟସ ୫୦ ବର୍ଷ ଟପିଲାଣି। ବୃଦ୍ଧ ବାପାଙ୍କ ବୟସ ମଧ୍ୟ ୮୦ ଟପିଲାଣି।ଆଉ ଏହି ବୟସରେ ଯତ୍ନରେ ରହିବା କଥା ବାପା। କିନ୍ତୁ ଏଠାରେ ଚିତ୍ର ସଂପୂର୍ଣ୍ଣ ଅଲଗା।

ଦରବୁଢ଼ା ପୁଅ ଅସହାୟ ବାପାଙ୍କୁ ମାଡ଼ ମାରୁଛି। ତେବେ ଯାହା ଜଣା ପଡିଛି ପୁରୀ ମଙ୍ଗଲହାଟ ର ଏ ହେଉଛି ଦୃଶ୍ୟ। ତେବେ ଆପଣ କୁହନ୍ତୁ ଯେ ଏଭଳି ପୁଅକୁ କଣ କୁହାଯିବ ଏବଂ ତାପାଇଁ ଆପଣଙ୍କ ମନକୁ କେଉଁ ଭାବନା ଆସୁଛି। ଯାହା ଜଣା ପଡୁଛି ଆଖପାଖରେ କେହି ଅଛନ୍ତି ହେଲେ ସେମାନଙ୍କ ମଧ୍ୟରୁ କେହିବି ବୃଦ୍ଧ ଙ୍କୁ ସାହାଯ୍ୟ କରିବାକୁ ଆସି ନଥିଲେ।

ଯାହା ଜଣା ପଡିଛି ପୁଅ ଜଣଙ୍କ ମଦ ପିଇ, ନିଶାସକ୍ତ ଅବସ୍ଥାରେ ବୃଦ୍ଧଙ୍କୁ ମାଡ଼ ମାରନ୍ତି ଏବଂ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ୟ କରନ୍ତି। ଏ ଘଟଣା କେବଳ ଗୋଟିଏ ନୁହଁ ଏଭଳି ଅନେକ ଘଟଣା ରହିଛି ଯାହା ଆମର ସମାଜରେ ଦେଖିବାକୁ ମିଳୁଛି। ଏଭଳି ଅସହାୟ ଭାବରେ ଅନେକ ବାପା ମାଆ ଙ୍କୁ ରହିବାକୁ ପଡୁଛି।

ତେବେ ପୁଅର ଏଭଳି କାର୍ଯ୍ୟ କଲାପ ବାସ୍ତବରେ ସମାଜର ଏକ ଭିନ୍ନ ଚିତ୍ରକୁ ଦର୍ଶାଉଛି। ଯାହା ଭାବିବାକୁ ବାଧ୍ୟ କରୁଚି ଯେ ସମାଜରେ କିଭଳି ଭାବରେ ଅମାନୁଷିକତା ବଢ଼ି ବଢ଼ି ଚାଲିଛି। ତେବେ ଆମର ପୋଲିସ୍ ପ୍ରଶାସନ କୁ ଏତିକି ଅନୁରୋଧ ରହିବ ଯେ ସେମାନେ ପୁରୀର ମଙ୍ଗଲହାଟ ସ୍ଥାନକୁ ଯାଇ ସେଠାରେ ଏହି ଘଟଣା ସମ୍ପର୍କରେ ବୁଝନ୍ତୁ ଏବଂ ଏହି ଅସହାୟ ବାପା କିପରି ରହିଛନ୍ତି ତାଙ୍କ କଥା ବୁଝନ୍ତୁ।

ଉକ୍ତ ମଦ୍ୟପ ଅସଭ୍ୟ ପୁଅକୁ ମଧ୍ୟ ପୋଲିସ୍ ପଚରା ଉଚରା କରୁ। ତାଙ୍କ ସହିତ ବୃଦ୍ଧ ବାପା ଜଣଙ୍କ କିପରି ଦିନ ବିତାଉ ଥିବେ ତାହା ଚିନ୍ତାର ବିଷୟ ନିଶ୍ଚିତ ଭାବରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।