Odisha News Portal

ଦେଖନ୍ତୁ Live ଭିଡିଓ – ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲାରେ ମହାଖୁଲାସା ଆଦିତ୍ୟଙ୍କ ପତ୍ନୀ ଶେଷରେ କହୁକହୁ କହିଲେ ଲୁଚି ରହିଥିବା ରହସ୍ୟମୟ କଥା, ଆଦିତ୍ୟ ଙ୍କୁ ନ୍ୟାୟ ପାଇଁ ଏହି ଭିଡିଓ କୁ ଅଧିକରୁ ଅଧିକ ସେୟାର କରନ୍ତୁ

0 1,966

ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଜଣେ ପ୍ରକୃତ ମଣିଷକୁ ଭଲ ପାଉଥିବା ମାନବପ୍ରେମୀ ଆଦିତ୍ୟ ଦାସ୍। ଆଜି ଆମ ଗହଣରେ ନାହାନ୍ତି ସମାଜସେବୀ ଓ ମାନବପ୍ରେମୀ ଆଦିତ୍ୟ ଦାସ୍। କିନ୍ତୁ ଲୋକ ମାନଙ୍କ ସହିତ, ତାଙ୍କର ଅଗଣିତ ପ୍ରଶଂସକ ମାନେ ତାଙ୍କର ସ୍ମୃତି କୁ ଆଜିବି ମନେ ପକାଉଛନ୍ତି। ବାସ୍ତବରେ ଏହିଭଳି ଜଣେ ସଫଳ, ଦୃଢ଼ ମନା ବ୍ୟକ୍ତି ସାମାଜରୁ ଏତେ ଜଲଦି ବିଦାୟ ନେଇଯିବେ ତାହା କେବେ ଆଶା ବି କରା ଯାଇ ନପାରେ। ତେବେ ଆଦିତ୍ୟ ଙ୍କ ମୃତ୍ୟୁ ପରେ ତାଙ୍କ ଘଟଣାକୁ ନେଇ ଅନେକ ନୂଆ ମୋଡ ସାମ୍ନାକୁ ଆସି ସାରିଲାଣି। ଏବେବି ଲୋକେ ତାଙ୍କ ମୃତ୍ୟୁ ରହସ୍ୟ ବିଷୟରେ ଜାଣିବାକୁ ଇଚ୍ଛୁକ ଅଟନ୍ତି।

ସମସ୍ତଙ୍କୁ ଭଲ ପାଉଥିବା ଏହି ମହାନ୍ ବ୍ୟକ୍ତି ଜଣଙ୍କ କିପରି ଦୁନିଆରୁ ଏତେ ଶୀଘ୍ର ବିଦାୟ ନେଲେ ତାହା ପରିତାପ ର ବିଷୟ।।ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ପରେ ଅନେକ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଥିଲା। ପ୍ରଥମତଃ ଆଦିତ୍ୟ ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଦ୍ୟା ଶ୍ରୀ ଙ୍କୁ ସମସ୍ତେ ଦୋଷୀ ବୋଲି କହୁଥିଲେ।ଆଉ ଏବେବି ଅନେକ ଲୋକ ସେଇଆ ହିଁ କହୁଛନ୍ତି।

ଅନେକ କଟୁକଥା ବିଦ୍ୟାସ୍ରି ଙ୍କ ନାମରେ ଏବେବି ଲୋକେ କହୁଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତେ ଦାବି ମଧ୍ୟ କରୁଥିଲେ। ଯେଉଁ କାରଣରୁ ତାଙ୍କ ଉପରେ ସମସ୍ତ ଚାପ ବଢ଼ିବାରେ ଲାଗିଥିଲା। ଧୀରେ ଧୀରେ ତାଙ୍କୁ ପୋଲିସ୍ ପକ୍ଷରୁ ଜେରା ହେବାକୁ ଲାଗିଲା।

ପୋଲିସ୍ ପରେ କ୍ରାଇମ୍ ବ୍ରାଞ୍ଚ ମଧ୍ୟ ତାଙ୍କ ପତ୍ନୀଙ୍କୁ ଘନ ଘନ ଜେରା କରିଥିଲେ। ଧୀରେ ଧୀରେ ମୃତ୍ୟୁ ରହସ୍ୟ ରେ ନୂଆ ମୋଡ଼ ନେଇଥିଲା ଆଦିତ୍ୟଙ୍କ ପୂର୍ବତନ ଗାର୍ଲ୍ ଫ୍ରେଣ୍ଡ୍ ଚିନ୍ମୟୀଙ୍କ ଏଣ୍ଟ୍ରି ପରେ। ଏହାପରେ ତଦନ୍ତ ଅନ୍ୟ ଏକ ଦିଗଦେଇ ଗତି କରିବାକୁ ଲାଗିଲା।ଆଉ ଧିରେ ଧିରେ ଏହି ମାମଲା ଥଣ୍ଡା ପଡ଼ିଥିଲା। ଆଉ ଏବେ ପୁଣି ଏକ କଥାକୁ ନେଇ ଚର୍ଚ୍ଚା ହେଉଛି ଯାହା ବିଦ୍ୟାସ୍ରୀ ନିଜେ କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଜଣେ ସମାଜସେବୀ ପପୁ ଦଳ ବେହେରା ଯିଏକି ମାରୁତି ସେନା ନାମକ ଏକ ବଡ଼ ସଂଗଠନ କରିଛନ୍ତି,ସେ ଜଣେ ସମାଜସେବୀ ହୋଇ ମଧ୍ୟ ଆଦିତ୍ୟଙ୍କ କେଶ ଲଢ଼ିବା ପାଇଁ ୪ରୁ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଯାହା ସେମାନେ ଦେବାକୁ ଅକ୍ଷମ ବୋଲି ବିଦ୍ୟାସ୍ରୀ କହିଥିଲେ।

ଆଉ ଏହା ମଧ୍ୟ କହିଥିଲେ ଯେ ଆଡଭୋକେଟ୍ ବ୍ୟୋମୋକେଶ୍ ତ୍ରିପାଠୀ ନିଜ ଇଛାରେ ଆଦିତ୍ୟ ଙ୍କ କେଶ ମାଗଣା ରେ ଲଢ଼ୁଛନ୍ତି। ଯାହା ପାଇଁ ବିଦ୍ୟାସ୍ରୀ ଏବଂ ତାଙ୍କ ପରିବାର ଆଡଭୋକେଟ୍ ବ୍ୟୋମୋକେଶ୍ ତ୍ରିପାଠୀ ଙ୍କ ଠାରେ କୃତଜ୍ଞ ଅଟନ୍ତି। ତାଙ୍କର ଏହି କଥା ସମସ୍ତଙ୍କୁ ଏକ ନୂଆ ସୁରାକ ଯୋଗାଇଛି।ତେବେ ଆପଣଙ୍କୁ କହିରଖୁଛୁ ଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଏଯାଏ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ କିମ୍ବା କେହି ଦୋଷୀ ସାବସ୍ତ୍ୟ ମଧ୍ୟ ହୋଇନାହାନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।