Odisha News Portal

ଦେଖନ୍ତୁ ଭିଡିଓ – ହଜିଗଲା ମାନବିକତା ରାସ୍ତା ଉପରେ ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟିଲା ବୋହୁ ଭିଡ଼ିଓ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ

ସମାଜରେ ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଆ ଶବ୍ଦର ବ୍ୟାଖ୍ୟା କରିବା ପାଇଁ କୁହାଯାଏ ତେବେ ସେମାନଙ୍କ ପାଇଁ ମାଆ ଶବ୍ଦର ବ୍ୟାଖ୍ୟା କରିବା ପାଇଁ ଶବ୍ଦ ଅଭାବ ହେବ । କାରଣ ସମାଜରେ ଜଣେ ହିଁ ନିଜର ହୋଇଥାଏ ସିଏ ହେଉଛି ମା ଯିଏ ଆମେ ଜେତେ ଭୁଲ କଲେ ମଧ୍ୟ ଆମର ସମସ୍ତ ଅଳିଅଝଟ ସହି ସେ ଆମକୁ ଭଲ ପାଇବା ଦେଇଥାଏ । କୁହାଯାଏ କି ଜଣେ ନାରୀର ନାରୀତ୍ୱ ସେତେବେଳେ ଧନ୍ୟ ହୋଇଥାଏ ଯେତେବେଳେ ସେ ନାରୀ ମା ହୋଇଥାଏ । ଗୋଟିଏ ମା ତାର ସନ୍ତାନକୁ ଜନ୍ମ ଦେବା ପାଇଁ ଦଶ ମାସ ଦଶ ଦିନ ଗର୍ଭଧାରଣ କରି ସନ୍ତାନଟି ଜନ୍ମ ଦେଇଥାଏ । ଛୋଟ ସମୟରେ ତାର ସମସ୍ତ ଅଭାବକୁ ପୂରଣ କରିଥାଏ ଏବଂ ନିଜେ ଭୋକିଲା ରହି ତାର ପିଲାକୁ ଖାଇବାପାଇଁ ଦେଇଥାଏ ।

କିନ୍ତୁ ସେହି ମାର ନିଜ ସନ୍ତାନ ପାଖରୁ କେବଳ ଗୋଟିଏ ଆଶା ରଖିଥାଏ ତାହା ହେଉଛି ସେ ବୃଦ୍ଧ ବୟସରେ ତାର ସେବା କରିବ ଏବଂ ତାକୁ ନିଜ ପାଖରେ ରହିବା ପାଇଁ ଜାଗା ଦେବ । ପୂର୍ବ ସମୟରେ ଶାଶୁ ମାନେ ବହୁକୁ ଟିକିଏ ହଇରାଣ କରୁଥିଲେ କିନ୍ତୁ ଏବେ ଆଧୁନିକ ସମାଜରେ ଏହାର ସମ୍ପୂର୍ଣ୍ଣ ବିପରୀତ ହେବାରେ ଲାଗିଛି । ବହୂମାନେ ଶାଶୁମାନଙ୍କୁ ହଇରାଣ କରୁଛନ୍ତି ଏବଂ ତାଙ୍କୁ ଶାରୀରିକ କଷ୍ଟ ମଧ୍ୟ ଦେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଙ୍ଗ ଥାନା ମୁଣ୍ଡେଇଲ ଗ୍ରାମ ପଞ୍ଚାୟତର ଗେଲେହିପଟଣା ଗ୍ରାମରେ ଦେକିବାକୁ ମିଳିଛି ।

ଘଟଣାଟି ହେଉଛି ଜଣେ ବହୂ ତାର 82 ବର୍ଷିୟ ବୃଦ୍ଦା ଶାଶୁଙ୍କୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଗାଁର ସମସ୍ତ ଲୋକ ଏହି ଦୃଶ୍ୟ ଦେଖିବା ପରେ ସ୍ତବ୍ଧ ହୋଇଯାଇଛନ୍ତି । ଏପରି ଘଟଣାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଘଟଣାଟି ଘଟିଛି ସାମାନ୍ୟ ଖାଦ୍ୟ ପାଇଁ । ପଡୀଶା ଘରୁ କିଛି ତରକାରୀ ଆଣି ବହୁ ଘରେ ରଖିଥିଲେ କିନ୍ତୁ ଶାଶୁ ସେହି ତରକାରୀ ଖାଇଦେଇଥିବାରୁ ବହୂ ଗାଁ ଦାଣ୍ଡରେ ବୃଦ୍ଦ ଶାଶୁକୁ ଘୋଷାଡି ଘୋଷାଡି ମାଡ ମାରୁଛନ୍ତି । ବହୂକୁ ଶାଶୁ ଯେତେ କାକତି ମିନିତି କଲେ ମଧ୍ୟ ବହୂ କୌଣସି କଥା ଶୁଣି ନଥିଲେ ।

ଏହି ଦୃଶ୍ୟଟି ଭିଡିଓରେ ଭାଇରାଲ ହେବା ପରେ ପୋଲିସ ଏହାର ଖବର ପାଇଁ ବୃଦ୍ଧଙ୍କୁ ରକ୍ଷା କରି ପର୍ଯ୍ୟଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ବହୂକୁ ଥାନାରେ ଅଟକ ରଖିୁଛନ୍ତି ଏବଂ ଶାଶୁଙ୍କର ବୟାନ ପରେ ପୋଲିସ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମେଡିକାଲରେ ଶାଶୁଙ୍କୁ ଚିକିତ୍ସା କରାଯାଉଛି ଏବଂ ସେ ସୁସ୍ଥ ହେବା ପରେ ପୋଲିସ ଏହାର ତଦନ୍ତ କରିବ ବୋଲି ମନ୍ତବ୍ୟ ଦେଇଛନ୍ତି । ସମାଜରେ ଏପରି ଅନେକ ସ୍ଥାନରେ ବୃଦ୍ଦା ମା ବାପା ମାନଙ୍କୁ କଷ୍ଟ ସହିବା ପାଇଁ ପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।