ଦେଖନ୍ତୁ Shocking ଭିଡ଼ିଓ : ହସ୍ପିଟାଲ୍ ବେଡ୍ ରୁ ସମଗ୍ର ଦେଶବାସୀ ଙ୍କୁ ଏମିତି କହିଲେ କରୋନାରେ ଆକ୍ରାନ୍ତ ଏହି ମହିଳା…
ଆପଣ ମାନେ ସମସ୍ତେ ଜାଣି ପାରୁଥିବେ ଯେ ଭାରତ ବର୍ଷରେ କିପରି କରନା ମହାମାରୀ ସଂକ୍ରମଣ ଉଗ୍ର ରୂପ ଧାରଣ କରିଛି। ଯାହାକୁ ନେଇ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି। ବିଭିନ୍ନ ରାଜ୍ୟରେ ଏହା ଗମ୍ଭୀର ହେବାରେ ଲାଗିଛି।ତେବେ ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ସରକାରଙ୍କୁ ଚିନ୍ତାରେ ପକାଇଛି ଏହି ସଂକ୍ରମଣ ହାରର ବୃଦ୍ଧି। ଆପଣ ଦେଖି ପାରୁଥିବେ କିପରି କରନା ନେଉଛି ଅକାରଣର ଅନେକ ଜୀବନ। ଆଉ ଏବେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଯେମିତି ଚାଲିଛି ସବୁଆଡେ ସଂଗ୍ରାମ। ଟିକିଏ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ।
ମହାମାରୀ କରନା ଅନେକ ପରିବାରର ଖୁସି କୁ ଛଡେଇ ନେଇ ସାରିଲାଣି। ତେଣୁ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ଅକ୍ସିଜେନ ର ସୁବିଧା ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁ ନଥିବା କାରଣରୁ ଅମ୍ଳଜାନ ଅଭାବରୁ ଏଥିରେ ଚାଲି ଯାଉଚି ଅନେକ ଜୀବନ।ଏବେ ମୃତ୍ୟୁ ସଂଖ୍ୟା ଅନେକ ମାତ୍ରାରେ ବଢ଼ିଛି। ମଣିଷ ଏବେ ଲଢେଇ କରୁଚି ନିଜର ଜୀବନକୁ ବଞ୍ଚେଇ ରଖିବା ପାଇଁ।
ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଚି ଯେଉଁ ଭିଡ଼ିଓରେ ଜଣେ ମହିଳା କରନା ରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ସେ ସେହି ହସ୍ପିଟାଲ୍ ବେଡ୍ ରୁ ଲୋକଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ଅକ୍ସିଜେନ ସପର୍ଟ ରେ ରହିଥିବା ଏହି ମହିଳା ପୂର୍ବାପେକ୍ଷା ସାମାନ୍ୟ ସୁସ୍ଥ ହୋଇଥିବା କହିଛନ୍ତି ଏବଂ ବହୁତ୍ ଜଲଦି ସେ ଘରକୁ ଯିବେ। ତେବେ ସେ ଏଥିରେ ଆଦୋୖ ଭୟଭୀତ ନହୋଇ ସାହସର ସହ ଏହାକୁ ମୁକାବିଲା କରିବାକୁ କହିଛନ୍ତି ଏବଂ ଲୋକଙ୍କୁ ସଚେତନ କରାଇଛନ୍ତି।ତେବେ ଏହି ସମୟରେ ଅନେକ ସ୍ଥାନରୁ କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ଯାହା ଦେଖିଲେ ଦୁଃଖ ଅନୁଭବ ହେବା ସହ ଡର ମଧ୍ୟ ଲାଗୁଚି।
ତେଣୁ ଆପଣ ଏଭଳି ସ୍ଥିତି କୁ ସମ୍ମୁଖୀନ ନ କରିବା ପାଇଁ ବାହାରକୁ ଯିବା ସମୟରେ ଭଲ ଭାବରେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖିବା ସହିତ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିବା ନିହାତି ଦରକାର।କୋଭିଡ୍ ପ୍ରୋଟୋକଲ ଓ ସରକାରଙ୍କ ନିର୍ଦ୍ଦେଶନାମା ଗୁଡିକ ନିଶ୍ଚିତ ପାଳନ କରନ୍ତୁ । ତେଣୁ ଆମ ପାଖରେ ଏବେ ଗୋଟେ ହିଁ ରାସ୍ତା ଘରେ ରହିବା ସଚେତନ ରହିବା ଓ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ସମସ୍ତ ପଦକ୍ଷେପ କୁ ପାଳନ କରିବା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।