Odisha News Portal

ଦେଖନ୍ତୁ Sgocking ଭିଡିଓ : ଜଣେ ମହିଳା ୮ ଫୁଟ ଲମ୍ବର ଅହିରାଜ ଧରି ତିନି ଜଣଙ୍କ ଜୀବନ ବଞ୍ଚାଇଲେ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଜଣେ ମହିଳା 8 ଫୁଟ ଲମ୍ୱର ବିରାଟକାୟ ବିଷଧର ସାପ ଅଜଗର ଧରିବାରେ ସଫଳ ହେଲେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ , ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ଲୁଲୁଙ୍ଗ ଗେଟ ଆଗରେ ଥିବା ପାନ୍ଥ ନିବାଶରୁ ଏକ ବିଷାକ୍ତ ଅଜଗର ସାପ ଉଦ୍ଦାର କରାଯାଇଛି । ଅଭିଜ୍ଞ ସାପ ଧରାଳୀ କୃଷ୍ଣଚନ୍ଦ୍ର ଗଚ୍ଛାୟତ ଓ ତାଙ୍କ ପତ୍ନୀ ରାତି ପ୍ରାୟ 8 ଟା ସମୟରେ ଉକ୍ତ ପାନ୍ଥ ନିବାଶରେ ପହଞ୍ଚିଥିଲେ । ସାପଟି ପାନ୍ଥ ନିବାଶର ଏକ ଘରର ଦ୍ୱାର ସମ୍ମୁଖରେ ଥିବାରୁ , ଏହି ଘରେ ରହୁଥିବା କଲେମୁଣ୍ଡା ଓ ସ୍ତ୍ରୀ କୁଲିମୁଣ୍ଡାଙ୍କ ସମେତ ତାଙ୍କର ଏକ ଛୋଟ ପିଲା ଝରକା ଭାଙ୍ଗି ବାହାରକୁ ଆସି ରେଞ୍ଜର୍ କୁ ଖବର ଦେଇଥିଲେ ।

ଏହାପରେ ରେଞ୍ଜର ସାପ ଧରାଳୀଙ୍କୁ ଖବର ଦେଇଥିଲେ , ଉଦ୍ଧାର ସାପଟିର ଲମ୍ୱ 8 ଫୁଟ ଥିବା ବେଳେ ଏହାର ଆନୁମାନିକ ବୟସ 4 ବର୍ଷ ହୋଇଥିବାର ଜଣାଯାଇଛି । ସେହିପରି ଜଣେ ମହିଳା ହୋଇ ଶସ୍ମିତା ନଡରି ସାହସିକତା ଦେଖାଇ ବିଷଧର ଅହିରାଜ ସାପଟିକୁ ଉଦ୍ଦାର କରିଥିବାରୁ , ସେଠାରେ ରହୁଥିବା ଲୋକମାନେ ଆଶ୍ୱସ୍ତି ପ୍ରକାଶ କରିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଏମିତିରେ ସାପ ଧରିବା ସେତେଟା ଅସାଧାରଣ ହୋଇ ନଥିଲେ ମଧ୍ୟ ଜଣେ ମହିଳା ଏମିତି ଏକ ଦୁଃସାହସିକ କାମ କରିବା ନିହାତି ରୂପେ ପ୍ରଶଂସା ଯୋଗ୍ୟ । ସେ ପୁଣି ବିରାଟକାୟ ବିଷଧର ଅହିରାଜ , ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଶସ୍ମିତା ଜଣେ ସାପ ଧରାଳୀ ନହନ୍ତି ।

କିନ୍ତୁ ନିର୍ଭୟରେ ବିଷଧର ଅହିରାଜକୁ ଧରି ବ୍ୟାଗ ଭିତରେ ଭର୍ତ୍ତି କରିଥିଲେ , ତେବେ କୃଷ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସାହସିକତା ର ସହ ଉକ୍ତ ବିଷାକ୍ତ ସାପଟିକୁ ଧରି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି । ଏହି ଦୃଶ୍ୟକୁ ଦେଖିବା ପାଇଁ ଘଟଣା ସ୍ଥଳରେ ମଧ୍ୟ ଅନେକ ଲୋକଙ୍କର ଭିଡ ଜମିଥିଲା , ଏହାଛଡା ମହିଳାଙ୍କର ଏପରି ସାହସିକତା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି । କାରଣ ଜଣେ ସାଧଣ ମହିଳା ହୋଇ ବା ସାପ ଧରାଳୀ ନହୋଇ ମଧ୍ୟ ସେ ନିଜର ସାହସିକତା ସମସ୍ତଙ୍କ ଠାରେ ପ୍ରଦର୍ଶନ କରିଛନ୍ତି ।

ଘଟଣା ସ୍ଥଳରୁ ଉଦ୍ଦାର କରାଯାଇଥିବା ପରିବାର ଲୋକମାନେ ସାପ କୁ ବାହର କରିବା ପରେ ଆଶ୍ୱସ୍ତି ପ୍ରାକଶ କରିଛନ୍ତି । କାରଣ ପ୍ରଥମେ ଏପରି ଏକ ବିଷାକ୍ତ ସାପଟିକୁ ଦେଖି ବହୁତ ମାତ୍ରାରେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦେଇ ସାପ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା । ସୁରକ୍ଷିତ ଭାବରେ ବିଷାକ୍ତ ଅହିରାଜ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି ବର୍ତ୍ତମାନ ସବୁ କିଛି ଠିକ ରହିଛି । ପରିବାର ଲୋକମାନେ ବର୍ତ୍ତମାନ ଘରକୁ ଯାଇଛନ୍ତି ଏବଂ ସୁରକ୍ଷିତ ମଧ୍ୟ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।