Odisha News Portal

ଦେଖନ୍ତୁ ଭିଡ଼ିଓ : ଓଡ଼ିଆ ସେଲିବ୍ରିଟି ମାନେ କେମିତି ପାଳନ କଲେ ମାତୃ ଦିବସ

ନିକଟରେ ଯାଇଛି ବିଶ୍ଵ ମାତୃ ଦିବସ। ସମସ୍ତ ମାଆ ଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଦିନଟି ବେଶ୍ ଖୁସି ଏବଂ ଆନନ୍ଦର ସହିତ ସନ୍ତାନ ମାନେ ମାଆ ମାନଙ୍କ ପାଇଁ ପାଳନ କରିଥାନ୍ତି। ମମତାର ପରିଭାଷା ଏବଂ ସ୍ନେହର ସାଗରକୁ ବୁଝାଉଥିବା ଏକମାତ୍ର ଶବ୍ଦ ହେଉଛି ମା’ । ଛୁଆଟିକେ ଛିଙ୍କିଦେଲେ ସବୁ କାମ ଛାଡ଼ି ପିଲାପାଖକୁ ଦୌଡି ଆସୁଥିବା ମଣିଷ ହେଉଛି ମା’। ନିଜ ପିଲା ର ଦୀର୍ଘାୟୁ କାମନା କରି କେତେ ବାର, ବ୍ରତ ଓଷା କରିଥାଏ ମାଆ। ମାଆ ବିନା ଜୀବନର ପରିକଳ୍ପନା ପ୍ରାୟତଃ ଅସମ୍ଭବ।ମାଆ ଏମିତି ଜଣେ ଚରିତ୍ର ଯିଏକି ତାର ଶିଶୁ ପାଇଁ କିଛି ବି କରିପାରେ।

ଦୁନିଆ ସହିତ ଲଢେଇ କରି ତାର ଶିଶୁ କୁ ରକ୍ଷା କରିବା ପାଇଁ ଅଦମ୍ୟ ସାହସ ନିଜ ଭିତରେ ରୋପଣ କରିଥାଏ।ମା’ ର ସ୍ଥାନ କେହି ନେଇ ପାରିବା ସମ୍ଭବ ନୁହେଁ। ମାଆ ବିନା ବଞ୍ଚିବା, ମାଆ ବିନା ବଡ଼ ହେବା ବହୁତ କଷ୍ଟସାଧ୍ୟ ଏବଂ ଅସମ୍ଭବ ଭଳି ଲାଗିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଶୈଶବ ରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେଉଁ ଜୀବନରେ ମାଆ ର ସ୍ନେହ ବୋଳା ହାତ ଦେହରେ ବାଜି ନାହିଁ ତାହେଲେ ସେ ଜୀବନର ମାନେ ଆଉ କିଛି ନାହିଁ।

ତେବେ ଏହି ମାତୃ ଦିବସ କୁ ଆମର ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତର କଳାକାର ମାନେ କିପରି ପାଳନ କରିଛନ୍ତି ତାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ମାଆ ଙ୍କ ସହିତ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

କିପରି ଖୁସି ମଜା ର ସହ ସେମାନେ ଏହାକୁ ପାଳନ କରିଛନ୍ତି ତାହା ସ୍ପଷ୍ଟ ଜଣା ପଡୁଛି।ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟି ଥିବା କଳାକାର ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର ହୋଇଥାଏ। ଆଉ ବାସ୍ତବିକ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହୋଇଥାଆନ୍ତି କାରଣ ଆପଣ ତ ଏହି କଥା ଜାଣିଥିବେ ଯେ କିଭଳି ଭାବରେ ଏହି ସିନେମା ଜଗତରେ ରହସ୍ୟ ଲାଗି ରହିଥାଏ। ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି।

ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଲାପ ର କଥା ହେଉ। ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ। ସେହିପରି ଏବେ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ ମାନେ ଯଥା ସ୍ବରାଜ, ଅର୍ଦ୍ଧେନ୍ଦୁ, ଶିବାନୀ, ତମନ୍ନା ଏବଂ ଦିପ୍ତିରେଖା ଆଦି ଅନେକ କଳାକାର ମାନେ ଏହି ମାତୃ ଦିବସକୁ ବେଶ୍ ଖୁସିର ସହ ପାଳନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।