Odisha News Portal

ଦେଖନ୍ତୁ ମୃତ୍ୟୁର Live ଦୃଶ୍ୟ : ଭିଡ଼ିଓଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ..ଥରୁଟିଏ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ପରିବାର ମଧ୍ୟରେ ସଦସ୍ୟ ମାନଙ୍କ ଭିତରେ ଝଗଡ଼ା ହୋଇଥାଏ। ଝଗଡ଼ା ବେଳେ ବେଳେ ଏମିତି ରୂପ ଧାରଣ କରେ ଯେ ତାକୁ ସହ୍ୟ କରିବା ଅସମ୍ଭବ ହୋଇ ପଡ଼େ। ଏହାକୁ କିଏ ହାଲକା ଭାବରେ ନେଇଥାଏ ତ ପୁଣି କିଏ ଏହାକୁ ଗୁରୁତର ସହ ନେଇଯାଏ। ମନକୁ ଅଧିକ କଷ୍ଟ ହେଲେ ଏବଂ ମାନସିକ ସ୍ତରରେ ଜଣେ ଦୁର୍ବଳ ହୋଇଗଲେ ସେ ବିଷାଦଗ୍ରସ୍ଥ ହୋଇଥାଏ।ଆଉ ଶେଷରେ ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଆପଣେଇ ଥାଏ। ଅନେକ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ ଆଜିର ସମାଜରେ। ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଚି।

ଯେଉଁ ଘଟଣାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଘରୋଇ ଝଗଡାରେ ଅତିଷ୍ଟ ହୋଇ ମନମାଲିନ୍ୟ ପରେ ଜଣେ ଯୁବତୀ ବଡ଼ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଆଉ ଏହି ପୋଖରୀକୁ ଡେଇଁ ପଡ଼ିଥିଲେ।ଏହାପରେ ସେ ବହୁତ୍ ଚେଷ୍ଟା କରି ମଧ୍ୟ ଠିକ୍ ଭାବରେ ପାଣିରେ ପହଁରି ପାରି ନଥିଲେ କିମ୍ବା ନିଜର ସାହସ କୁ ଅଧିକ ସମୟ ଧରି ରଖି ପାରି ନଥିଲେ। ଶେଷରେ ଯୁବତୀ ଜଣଙ୍କ ତାଙ୍କର ହାତ ଗୋଡ଼ ହଲାଇବା ବନ୍ଦ କରି ଦେଇଥିଲେ।ଆଉ ଏହାପରେ ଯୁବତୀଙ୍କ ଭାଇ ସେହି ପୋଖରୀକୁ ଡ଼ିଆଁ ମାରିଥିଲେ ନିଜ ଭଉଣୀକୁ ବଞ୍ଚାଇବା ପାଇଁ।ସେ ପୋଖରୀକୁ ଡେଇଁ ଭଉଣୀକୁ ରକ୍ଷା କରିଥିଲେ।

ଏହାପରେ ତାଙ୍କ ଭଉଣୀଙ୍କ ପେଟରୁ ପାଣି ସବୁ ବାହାର କରିବାକୁ ଚେଷ୍ଟା କରିଥିଲେ ତାଙ୍କୁ ଚାପ ଦେଇ। ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଭଉଣୀଙ୍କୁ ବଞ୍ଚାଇବା ପାଇଁ ଭାଇର ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯାହା ଭାଇର କରିବାର ଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତି ବିଶେଷ ମାନେ ଏହି ଦୃଶ୍ୟର ଭିଡିଓ କରୁଥିଲେ ସତ କିନ୍ତୁ ଯୁବତୀ ଜଣଙ୍କୁ ବଞ୍ଚାଇବା ପାଇଁ କେହି ବି ଯାଇ ନଥିଲେ। ତେବେ ଏହା ବୟାନ କରୁଛି ଲୋକେ କିଭଳି ଭାବରେ ଆଜିର ସମାଜରେ ଲୋକଙ୍କ ବିପଦର ସାଥୀ ଅଟନ୍ତି। ଦେଖଣାହାରୀ ସାଜିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ରାସ୍ତା ଯେମିତି ନାହିଁ।

ଏହାଛଡା ଆଉ ଏକ କଥା ମଧ୍ୟ ଏଠାରେ ଆମେ କହିବାକୁ ଚାହିଁବୁ ଯେ ଏଭଳି ଭାବରେ ନିଜ ଜୀବନକୁ ହରାଇ ଦେବାର ନିଷ୍ପତ୍ତି କଣ ବାସ୍ତବରେ ଶେଷ ନିଷ୍ପତ୍ତି ଅଟେ। ଏମିଟି ଜୀବନରେ ଅନେକ ବାଧା ଅସୁବିଧା ଆସିବ ଏବଂ ସେସବୁ କୁ ଆମକୁ ସାମ୍ନା କରିବାକୁ ପଡ଼ିବ। କିନ୍ତୁ ସେସବୁ ପରିସ୍ଥିତି ରେ ଏଭଳି ପଦକ୍ଷେପ ନେଇ ନିଜକୁ ହତ୍ୟା କରିବା କେତେଦୂର ଠିକ ତାହା ଥରେ ଆପଣ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ