Odisha News Portal

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ – ଦ୍ରୁତଗତିରେ ଆସୁଥିଲା ଟ୍ରେନ ଆଉ ତା’ ପରର ଘଟଣା ଦେଖିଲେ ଛାତି ଥରି ଉଠିବ

ମଣିଷ ଜୀବନ ଏକ ଫିଲ୍ମ ର କାହାଣୀ ସଦୃଶ, ଫିଲ୍ମ ରେ ଯେମିତି ଯାହାକୁ ଯେଉଁ ରୋଲ ଦିଆ ଯାଇଥାଥାଏ ସେମାନେ ସେପରି କରି ଥାନ୍ତି। ଠିକ ସେହି ପରି ଆମ ମଣିଷ ଜୀବନ, ନିଜର ସମ୍ପୂର୍ଣ୍ଣ ଜୀବନ ମଧ୍ୟରେ ଅନେକ କିଛି ଘଟଣା ଘଟିଯାଇଥାଏ, କାହା ଜୀବନରେ କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ, ସାରୁ ପତ୍ରରେ ପାଣି ଯେପରି ଢଳ ଢଳ ହୋଇ ଥାଏ କେତେବେଳେ ଗଡିଯିବ କହିବା ମୁସ୍କିଲ। ଯାହାର ଯେତେବେଳେ ମୃତ୍ୟୁ ଆସିବ , ଯେତେ ଯାହା କଲେ ବି ଯମ କବଳରୁ କେହି ରକ୍ଷା କରିପାରିବେ ନାହିଁ। ଏବଂ ଯଦି ଯାହାର ମୃତ୍ୟୁ ଯୋଗ ନଥିବ ସ୍ୱୟଂ ଯମ ଆସିଲେ ମଧ୍ୟ ହାର ମାନିବ।

ତେବେ ବର୍ତମାନ ଘଟିଯାଇଥିବା ଏପରି କିଛି ବିଷୟରେ ଜଣେଇବୁ ଯାହା ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଶିଶୁ କୁ ଟ୍ରେନ ରେ ଟ୍ରକ ରୁ ରେଲୱେ ପୋଏଣ୍ଟ୍ସ ମ୍ୟାନ ବଞ୍ଚେଇ ଥିବା ଦୃଶ୍ୟ ସିସି ଟିଭିରେ କୋଏଦ ହୋଇଛି। ତେବେ ଏଭଳି ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଦେଇଛି, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ;

ତେବେ ଏହି ଘଟଣା ବିଷୟରେ ଜଣେଇବା ପୂର୍ବରୁ ଆମେ ମନେ ପକେଇ ଦେଉଛୁ ଯେ ଗତ ବର୍ଷ ଜଣେ ଯୁବତଙ୍କୁ ଜଣେ ରେଲୱେ ପୋଲିସ କନେଷ୍ଟବଳ ଉଦ୍ଧାର କରିଥିବା ଘଟଣା ତୋ ଆପଣ ଙ୍କର ମନେ ଥିବ, ଠିକ ସେହିପରି ବର୍ତ୍ତମାନ ଏକ ଘଟଣା ଘୋଟିଯାଇଛି। ସିସି ଟିଭି ଫୁଟେଜ ରେ ଦେଖା ଯାଉଥିବା ଜଣେ ମହିଳା ତାଙ୍କର ଜଣେ ଶିଶୁ କୁ ନେଇ ହାତ ଧରି ଟ୍ରେନ ଲାଇନ ପାଖା ପାଖୀ ଯାଉଥିଲେ, ହଠାତ ପିଲାଟି ଟ୍ରେନ ଲାଇନ ରେ ପଡ଼ି ଗଲେ, ଆଗରେ ଟ୍ରେନ ଆସୁଥିଲା, ମାଆ ଉପରେ ରହି ପିଲାକୁ ଡାକିଥିଲା ଉପରକୁ ଉଠି ଆସିବା ପାଇଁ, ହଠାତ ଭଗବାନ ରୂପରେ ରେଲୱେ ପୋଏଣ୍ଟ୍ସ ମ୍ୟାନ ପିଲାଟିକୁ ଉପରକୁ ଉଠାଇ ଦେଇ ନିଜେ ମଧ୍ୟ ଉପରକୁ ଡେଇଁ ପଡିଲେ, ଯଦି ଆଉ ୫ ସେକେଣ୍ଡ ବିଳମ୍ବ ହୋଇ ଥାନ୍ତା, ତାହାଲେ ଉଭୟ ପିଲା ଏବଂ ରେଲୱେ ପୋଏଣ୍ଟ୍ସ ମ୍ୟାନ ଉପରେ ଟ୍ରେନ ମାଡି ଯାଇଥାନ୍ତା।

ଏଠାରେ ଉଭୟ ଙ୍କ ଜୀବନ ଚାଲିଯାଇଥାନ୍ତା, ଭଗବାନ କେତେବେଳେ କେଉଁ ରୂପରେ ଆସିବେ ତାହା କେହି କହି ପାରିବେ ନାହିଁ। ଭଗବାନ ରୂପରେ ରେଲୱେ ପୋଏଣ୍ଟ୍ସ ମ୍ୟାନ ଶିଶୁକୁ ଉଦ୍ଧାର କଲେ, ପ୍ରକୃତ ରେ ଯାହାର ମୃତ୍ୟୁ ହେବାର ନଥିବ, ତାକୁ ଯଦି ସ୍ୱୟଂ ଯମ ଆସେ ତଥାପି ତାହାର କିଛି କରି ପାରିବ ନାହିଁ। ସେହି ଲୋକ ଯିଏକି ନିଜର ଜୀବନକୁ ବାଜିରେ ଲଗାଇ ଶିଶୁଟିକୁ ବଞ୍ଚାଇ ଦେଲା, ତାକୁ ଯେତେ ବି ଧନ୍ୟ ଦେଲେ ବହୁତ କମ ହେବ, କାରଣ ସେ ଯାହା କରିଛନ୍ତି, ଆଜିବି ମଣିଷ ପଣିଆ ବଂଚି ରହିଛି ବୋଲି ସେ ଉଦାହରଣ ସୃଷ୍ଟି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।