Odisha News Portal

ଦେଖନ୍ତୁ Live ଭିଡିଓ : ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ହଜାରରୁ ଅଧିକ ଲୋକ ଦେଖିସାରିଲେନି

ବର୍ତ୍ତମାନ ର ସମାଜରେ ଗୁଣ୍ଡାରାଜ ତଥା ଲୁଟେରାଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଦି ପାଇବାରେ ଲାଗିଲାଣି ଏବଂ ସେମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ମଧ୍ୟ ବହୁତ କଷ୍ଟକର ହେଲାଣି । ପୋଲିସ ଆଖିରେ ଧୂଳିଦେଇ ଚୋରମାନେ ଖସି ଯାଉଛନ୍ତି ଏବଂ ନିଜର ଗୁଣ୍ଡାଗର୍ଦ୍ଦି ଓ ଡକାୟତି ଚଲାଇଛନ୍ତି । ଟେକ୍ନଲୋଜି ଯେତେ ଅଗ୍ରଗତି କଲେ ମଧ୍ୟ ଡକାୟତି ସେତେ ମାତ୍ରାରେ ବଢିବାରେ ଲାଗିଛି । କିନ୍ତୁ ପୂର୍ବରୁ ଲୋକମାନଙ୍କ ବହୁତ ଖୁସୀରେ ଜୀବନ ଅତିବାହିତ କରୁଥିଲେ ଏବଂ କୌଣସି ପ୍ରକାର ଡକାୟତି ବା ଗୁଣ୍ଡାଗିରୀ ନଥିଲା ।

ତେବେ ଆଜି ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବୁ , ଯେଉଁଠାରେ କିଛି ଲୁଟେରା ମରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ପ୍ରାୟ 1 ଲକ୍ଷ ରୁ ଅଧିକ ଟଙ୍କା । ବର୍ତ୍ତାମାନ ସମୟରେ ବ୍ୟାଙ୍କ ବା ଏଟିଏମ ରୁ ଟଙ୍କା ଚୋରୀ ହେବା ସାଧାରଣ ହୋଇ ଗଲାଣି । ତେଣୁ ଆପଣ ମାନେ ସଜାଗ ରୁହନ୍ତୁ ଏବଂ ସତର୍କ ମଧ୍ୟ ରୁହନ୍ତୁ ।

ତେବେ ଘଟଣା ଟି ଘଟିଛି କଟକ ଜିଲ୍ଲାର ଟାଙ୍ଗି ଅଞ୍ଚଳରେ , ସେଠାରେ ଥିବା ଏକ ପେଟ୍ରୋଲ ପମ୍ପ ମଧ୍ୟରେ କିଛି ଲୁଟେରା ମାନେ ପଶି ବନ୍ଧୁକ ଦେଖାଇ ଲୁଟୁ ନେଇଛନ୍ତି 1 ଲକ୍ଷ ରୁ ଉର୍ଦ୍ଦ ଟଙ୍କା । ଏ ନେଇ ପେଟ୍ରୋଲ ପମ୍ପର ମାଲିକ ଟାଙ୍ଗି ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ଗତ ରାତି 11. 30 ପରେ ଏକ କଳା ପଲସର ଗାଡିରେ 3 ଜଣ ଦୁର୍ବୁତ କଟକ ର ଟାଙ୍ଗି ର ବୈଇଁଛ ଛକ ପାଖରେ ଥିବା ପେଟ୍ରୋଲ ପମ୍ପର ଅଫିସ ମଧ୍ୟକୁ ପ୍ରବେଶ କରିଥିଲେ ।

ପରେ ସେହି ଅଫିସରେ ଥିବା କର୍ମଚାରୀ କମଳାକାନ୍ତ ବେହେରା ଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ବାକୁ ଚେଷ୍ଟାକରିଥିଲେ । ମାତ୍ର ସେ ତାଙ୍କର କର୍ତ୍ତବ୍ୟ କୁ ନେଇ ବହୁତ ସଚ୍ଚା ଥିଲେ , ତେଣୁ ସେ ଦୁର୍ବୁତଙ୍କ କଥାରେ ରାଜି ହୋଇ ନଥିଲେ । କିନ୍ତୁ ଦୁର୍ବୁତ ମାନେ କମଳାକାନ୍ତ କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ , ତଥାପି ସେ କର୍ମଚାରୀ ତାଙ୍କର କଥା ମାନିଲେ ନାହିଁ । ଏହାପରେ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ହେବାର ମଧ୍ୟ ଦେଖାଯାଇଥିଲା , ତେବେ କମଳାକାନ୍ତ ଙ୍କର ଏପରି ଜିଦି ଦେଖି ଦୁର୍ବୁତ ମାନେ ଗୁଳି ଫୁଟାଇଥିଲେ ।

ଭାଗ୍ୟ ବଶତଃ କର୍ମଚାରୀ ଜଣକ ବଞ୍ଚିଯାଇଥିଲେ , ପେଟ୍ରୋଲ ପମ୍ପର ଟ୍ରାଜେରୀରୁ 1 ଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଆସିଥିବା 3 ଜଣ ଦୁର୍ବୁତଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାଟ କରି ବାହାରେ ଅପେକ୍ଷା କରିଥିଲେ । ତେବେ ଦୁହେଁ ସାଥୀ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟିବା ପରେ ବାଇକ ପାଖକୁ ଯିବା ସମୟରେ ଟଙ୍କା ବସ୍ତାରୁ କିଛି ଟଙ୍କା ତଳେ ପଡି ଯାଉଥିଲା । ପୁଣି ଦୁର୍ବୁତ ମାନେ ବନ୍ଧୁକ ଦେଖାଇ ଟଙ୍କା ଗୁଟେଇ ନେଇଥିଲେ । ଏନେଇ ସକାଳେ ପେଟ୍ରୋଲ ପମ୍ପର ମାଲିକ ଟାଙ୍ଗି ଥାନାରେ ଅଭିଯୋଗ କରଛନ୍ତି , କିନ୍ତୁ ଏ ପର୍ଯ୍ୟନ୍ତ ଲୁଟେରା କୁ ଧରିପାରି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।