ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଜଣେ ସାଧାରଣ ମଣିଷ ହେଉ ବା ଜଣେ ଯେତେ ବଡ଼ ସେଲିବ୍ରେଟି ହେଉ ସମସ୍ତଙ୍କ ଜୀବନରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ହେଲେ ବି ଅଟକାଇ ପାରନ୍ତି ନାହିଁ। ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଇଥାଉ, ମୃତ୍ୟୁ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତାହା ହେଉଛି ପୁନିତ ରାଜ କୁମାରଙ୍କ ଯେତେବେଳେ ସିଡ଼ି ପାହାଚରେ ବସି ଥିବା ସମୟରେ ସେ ସିଡିରୁ ଗଳି ପଡି ଥିବାର ଭିଡ଼ିଓ ବର୍ତ୍ତମାନ ସମ୍ନାକୁ ଆସିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ କନ୍ନଡ଼ ପାୱାର ଷ୍ଟାର ପୁନିତ ରାଜ କୁମାର ଜିମରେ ଏକ୍ସରସାଇଜ କରୁ ଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟ ହୋଇଛି। ତାଙ୍କ ମୃତ୍ୟୁ କୁ ନେଇ ଏକ ବଡ଼ ଖବର ସମ୍ନାକୁ ଆସିଛି। ସେ ଜିମରେ ଏକ୍ସରସାଇଜ କରୁ ଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଆସି ଏକ ସିଡ଼ି ପାହାଚରେ ଥକା ମାରି ବସି ଯାଇ ଥିଲେ। ହଠାଥ ସେ ବସି ଥିବା ସମୟରେ ସିଡ଼ି ପାହାଚରୁ ପଡି ତଳେ ପଡି ଯାଇ ଥିଲେ। ତାଙ୍କର ଏହି ଦୃଶ୍ୟଟି ସେଠାରେ ଲାଗି ଥିବା ସିସିଟିଭି ଫୁଟେଜରେ କଏଦ ହୋଇ ଯାଇଥିଲା।
ତେବେ ତାଙ୍କର ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି। ତେବେ ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇ ଯାଇ ଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଖବର ଶୁଣି ତାଙ୍କ ପରିବାର ବର୍ଗର ଲୋକ ମାନଙ୍କ ମନରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁକୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକାକୁଳ ପରିବେଶ ହୋଇ ଯାଇଛି।
ସାରା ଭାରତ ବର୍ଷରେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେ ସାଉଥ ଇଣ୍ଡଷ୍ଟ୍ରିର ଭଲ ଅଭିନେତା ଭାବରେ ପରିଚିତ ଥିଲେ। ତାଙ୍କ ମୃତ୍ୟକୁ କେହି ଏତେ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି। ସାଉଥ ଇଣ୍ଡଷ୍ଟ୍ରିର ତାରକା ମାନେ ମଧ୍ୟ ତାଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ସାଉଥ ଇଣ୍ଡଷ୍ଟ୍ରିର ସିନେ ତାରକା ମାନେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ତେବେ ଭଗବାନଙ୍କ ନିକଟରେ ଏତେ ପାର୍ଥନା କରୁଛୁ ଯେ, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦୁଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।