Odisha News Portal

ଦେଖନ୍ତୁ Exclusive ଭିଡ଼ିଓ : ବାତ୍ୟା ” ୟସ ” ର ମହାପ୍ରଭାବ ଭିଡ଼ିଓ ଦେଖିଲେ ହେବେ ତାଯୁବ…

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ବାତ୍ୟା ୟସ ସମ୍ପର୍କିତ ଏକ ତାଜା ଅପଡେଟ ଜଣେଇବାକୁ ଯାଉଛୁ। ବାତ୍ୟା ୟସ ଲ୍ୟାଣ୍ଡଫଲ କରିବ କେଉଁଟି ତାହା ସଠିକ ଭାବରେ କୁହାଯାଇ ପାରୁନଥିଲା। ପାଣି ପାଗ ଅଧିକାରୀ ସଠିକ ଭାବରେ କହି ପାରୁନଥିଲେ। ବାଲେଶ୍ଵର ରେ ଲ୍ୟାଣ୍ଡ ଫଲ କରିବ ବୋଲି ଯାହା ସୂଚନା ଦେଇଥିଲେ। ଲୋକ ମାନଙ୍କ ମନରେ ଏକ ଆଶଙ୍କା ଭରି ରହି ଥିଲା , ଯେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ ? କିନ୍ତୁ ବର୍ତ୍ତମାନ ଫାଇନାଲ୍ ସୂଚନା ଆସିଛି।

ତେବେ ବର୍ତମାନ ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ, ବାତ୍ୟା ୟସ କେଉଁଠି ସ୍ଥଳ ଭାଗ ଛୁଇଁବ ତାହାର ସୂଚନା ଦେଇନ୍ତିି ଭାରତୀୟ ପାଣିପାଗ , ଆସନ୍ତା କାଲି ସକାଳେ ମଧ୍ୟାହ୍ନ ସୁଦ୍ଧା ଭଦ୍ରକର ଚାନ୍ଦ ବାଲି ନିକଟରେ ଲାଣ୍ଡଫଲ କରିବ ଯାହା ବର୍ତମାନ ତାଜା ଅପଡେଟ ରହିଛି। ବର୍ତ୍ତମାନ ଘଣ୍ଟା କୁ ଦଶ କି.ମି. ବେଗରେ ଉତ୍ତର ଓଡିଶା ଆଡ଼କୁ ବାତ୍ୟା ୟସ ମାଡି ଚାଲିଛି। ଆଗକୁ ଏହା ପାରାଦ୍ୱୀପ ରୁ ୩୨୦ କି.ମି. , ବାଲେଶ୍ବର ରୁ ୪୨୦ କି.ମି. ଦୂରରେ ରହିଛି। ଆସନ୍ତା କାଲି ବାତ୍ୟା ୟସ ସ୍ଥଳ ଭାଗ ଛୁଆଁଇବା ପରେ ପବନର ବେଗ ୧୬୫ ରହିବ ଏବଂ ବେଳେ ବେଳେ ଏହାର ଝଟକା ୧୮୫ ମଧ୍ୟ ହେବାର ସୂଚନା ମିଳିଛି। ଓଡିଶାକୁ ବାତ୍ୟା ୟସ ସ୍ଥଳ ଭାଗ ଛୁଇଁବା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛି।

ଏହାର ପ୍ରଭାବ ଜଗତସିଂହପୁର ପାରାଦ୍ୱୀପ ଠାରେ ଦେଖିବା ପାଇଁ ମିଳିଛି। ସେଠାରେ ପବନ ବହିବା ସହିତ ବର୍ଷା ମଧ୍ୟ ଜାରି ରହିଛି। ଏହି ବାତ୍ୟାର ପ୍ରଭାବ ସାଧାରଣତଃ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ଵର ରେ ଅଧିକ ପ୍ରଭାବ ରହିବ। ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେଥିପାଇଁ ଉଆରର୍ଣ୍ଣି ଜାରି କରାଯାଇଛି। ଏହା ବ୍ୟତୀତ ଭଦ୍ରକ ଏବଂ ବାଲେଶ୍ବର ରେ ୩ ରୁ ୪ ମିଟର ଜୁଆର ମଧ୍ୟ ଆସି ପାରେ। କଟକ, ଯାଜପୁର ଏବଂ ମୟୁରଭଞ୍ଜ ରେ ମଧ୍ୟ ଏହାର ପ୍ରଭାବ ରହିବ। ବର୍ତ୍ତମାନ ସୁଦ୍ଧା ସମୁଦ୍ର କୁଳିଆ ଲୋକ ମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଏପଟେ କରନାକୁ ଆଖି ଆଗରେ ରଖି ସରକାର କାର୍ଯ୍ୟ କରୁଛି।

ତେବେ ବନ୍ଧଗଣ ଆପଣ ମାନଙ୍କ ଘର ସମୁଦ୍ର କୂଳରେ କିମ୍ବା ଯଦି ଆପଣ କଚା ଘରେ ରହୁଛନ୍ତି, ଆଜବେଷ୍ଟେସ ଘରେ ରହୁଛନ୍ତି ଦୟାକରି ଆପଣ ପ୍ରସାଶନ ତରଫରୁ ଯେଉଁ ବାତ୍ୟା ଘର କୁ ସ୍ଥାନାନ୍ତରଣ କରାଯାଉଛି ସେଠାରେ ଆପଣ ଚାଲି ଯାଆନ୍ତୁ , ଯଦି କୌଣସି ଦରକାରୀ କାଗଜ ପତ୍ର ଆଛି ତାକୁ ଭଲ ଭାବରେ ପ୍ୟାକିଙ୍ଗ କରି ସାଥିରେ ନେଇ ଯାଆନ୍ତୁ। ଯେଉଁଠି ବି ଆପଣ ରହିବା ପାଇଁ ଯାଉଛନ୍ତି, ସେଠାରେ କରନା ପ୍ରତି ଧ୍ୟାନ ଦିଅନ୍ତୁ, ସବୁବେଳେ ମାସ୍କ ବ୍ୟାବହର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।