Odisha News Portal

ଦେଖନ୍ତୁ ଭିଡ଼ିଓ – ନିଆଁ ଭଳି ଭାଇରାଲ ହେଉଛି ଲଜ ଏହି ଭିଡିଓ ,ହୋଟେଲ ବା ଲଜରେ ରହୁଥିଲେ ସାବଧାନ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଯେଉଁଭଳି ଭାବରେ ଆଜିର ଦୁନିଆରେ କ୍ରାଇମ୍ ବଢ଼ି ବଢ଼ି ଚାଲିଛି ତାକୁ ନେଇ ଚିନ୍ତାରେ ସାଧାରଣ ଜନତା। ହୋଟେଲ୍ ଏବଂ ଲଜ୍ ମାନଙ୍କରେ ମଧ୍ୟ ସେହିଭଳି ଭାବରେ କିଛି ଘଟଣା ଲୋକ ଲୋଚନକୁ ଆସୁଛି। ଅନେକ ସମୟରେ ଆପଣ ଶୁଣିବାକୁ ପାଉଥିବେ କିଭଳି ଭାବରେ ବାହାରୁ ଆସି ହୋଟେଲ୍ ଏବଂ ଲଜ ରେ ରହୁଥିବା ଲୋକେ ଭିନ୍ନ ଭିନ୍ନ ପ୍ରକାରର ଆତଙ୍କ ଖେଳାଇ ଯାଇଥାନ୍ତି। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିି ଥାଏ। ନିକଟରେ ଭୁବନେଶ୍ୱର ରମାଦେବୀ ବିଶ୍ଵ ବିଦ୍ୟାଳୟର ଛାତ୍ରୀ ଝରାଫୁଲ ଙ୍କ ଆଶ୍ଚର୍ଯ୍ୟ ଜନକ ଏବଂ ସନ୍ଦେହ ଜନକ ମୃତ୍ୟୁ ପରେ ଏହି ଘଟଣା କିଛି ଦିନ ଧରି ସରଗରମ ରହିଥିଲା।

ତେବେ ଯେଉଁଭଳି ଭାବରେ ଦିନକୁ ଦିନ ରାଜଧାନୀ ଭୁବନେଶ୍ଵରରେ ଆତଙ୍କ ଏବଂ ଭୟ ସୃଷ୍ଟି କଲାଭଳି ଘଟଣା ଘଟିବାରେ ଲାଗିଛି ତାହା ବାସ୍ତବରେ ପ୍ରଶାସନ ର ମୁଣ୍ଡବିନ୍ଧା ର କାରଣ ପାଲଟିଛି। ତେଣୁ ଆପଣ ଯଦି ଅପରାଧିକ କାର୍ଯ୍ୟ ଘଟାଇବା ପାଇଁ ହୋଟେଲ୍ କିମ୍ବା ଲଜ୍ ବ୍ୟବହାର କରୁଛନ୍ତି ତେବେ ହୋଇ ଜାନ୍ତୁ ସାବଧାନ। କାରଣ ଏଥିପାଇଁ ଖୁବ୍ ଶୀଘ୍ର କମିଶନରେଟ୍ ପୋଲିସ୍ ଆରମ୍ଭ କରୁଛି ଏକ ଏମିତି ପଦକ୍ଷେପ ଯାହାଦ୍ଵାରା ଅପରାଧୀ ସହଜରେ ଧରା ପଡି ପାରିବ। ଏଥିପାଇଁ ଲଞ୍ଚ ହେଉଛି ଏକ ଆପ, ଯାହାର ନାମ ହେଉଛି ଅତିଥି ଆପ୍। ଯାହା ପୋଲିସ୍ ପାଖରେ ପହଞ୍ଚାଇବ ସମସ୍ତ ସୂଚନା। ଏଣିକି ଏହି ଆପ ଅତିଥି ଧରାଇବ ଅପରାଧୀ କୁ।

ତେବେ ରାଜ୍ୟ ବାହାରର ଅପରାଧୀ ଙ୍କୁ କାବୁ କରିବା ପାଇଁ କମିଶନରେଟ୍ ପୋଲିସ ଆରମ୍ଭ କରିବାକୁ ଯାଉଛି ଏହି ଆପ।ଏହି ଅତିଥି ଅାପ୍ ଜରିଆରେ ହୋଟେଲ୍ ରେ କିମ୍ବା ଲଜ୍ ରେ ରହୁଥିବା ଅପରାଧୀ ମାନଙ୍କୁ କାବୁ କରିହେବ ଏବଂ ଟ୍ରାକ କରିହେବ। ତେବେ ଆସନ୍ତୁ ଜାଣିବା କେମିତି ଏହି ଆପ କାମ କରିବ?

ହୋଟେଲ୍ ଏବଂ ଲଜ୍ ରେ କେଉଁ ଗ୍ରାହକ କେତେ ଦିନ ରହୁଛନ୍ତି ସେ ସମସ୍ତ ତଥ୍ୟ ଦାଖଲ କରିବେ ହୋଟେଲ୍ ର କର୍ତ୍ତୃପକ୍ଷ। ଏହା ଦ୍ବାରା ସନ୍ଦିଗ୍ଧ ଅପରାଧୀ ଙ୍କ ବିଷୟରେ ଯାଞ୍ଚ କରିବ ପୋଲିସ୍। ସୂଚନା ଅନୁସାରେ ଏହି ଅତିଥି ଆପ ସାର୍ବଜନୀନ କରାଯାଇ ପାରିବ ନାହିଁ। ଏହାକୁ କେବଳ ପୋଲିସ୍ ଏବଂ ହୋଟେଲ୍ କତୃପକ୍ଷ ଦେଖି ପାରିବେ। ଏହାଦ୍ଵାରା ହୋଟେଲ୍ ବାଲାଙ୍କ ସୁବିଧା ମଧ୍ୟ ହେବ।ଏହି ଆପ ଏବେ ପ୍ରଗ୍ରେସ୍ ରେ ରହିଛି। ଏହା ଉପରେ କାମ ଚାଲିଛି। ଖୁବ୍ ଶୀଘ୍ର ଏହି ଆପ କାମ କରିବ ଏବଂ ଅପରାଧିକ ମାମଲା କୁ ମଧ୍ୟ ରୋକିବାରେ ସହାୟକ ହେବ ଯାହା ହୋଟେଲ୍ ଏବଂ ଅନ୍ୟ ଛୋଟ ବଡ଼ ଲାଜ୍ ମାନଙ୍କରେ ହେଉଛି।

ଏହାକୁ ନେଇ କମିଶନରେଟ୍ ପୋଲିସ ମିଡ଼ିଆ ମାଧ୍ୟମରେ କହିଛନ୍ତି କି ସମସ୍ତ କର୍ତ୍ତୃପକ୍ଷ ବହୁତ ଖୁସି ଅଛନ୍ତି ଯେ ଏତେବେଡ଼ ପ୍ରକ୍ରିୟା ହେ ଯାଉଛି ବହୁତ ଜଲଦି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।