Odisha News Portal

ଦେଖନ୍ତୁ ଭିଡ଼ିଓ : ମ୍ୟାଡ଼ାମ କାହିଁକି ଏ ଭୁଲ କଲ..ଅଧ୍ୟାପିକା ହୋଇ ଶେଷରେ….

ଜାଲ ସାର୍ଟିଫିକେଟ ଦେଇ ଫସିଲେ ଅଧ୍ୟାପିକା।ଆଉ ଏହି ଫେକ ସାର୍ଟିଫିକେଟ ଦେଇ ଚାକିରି କରିବା ଏବେ ମହଙ୍ଗା ପଡିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ କଲେଜ ର ଇଂରାଜୀ ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକ ଭୁଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରୀ କରିବା ତାଙ୍କ ପାଇଁ ମହଙ୍ଗା ପଡିଲା। ତେବେ ଏହା ଜଣା ପଡିବା ପରେ ଏବଂ ଯାଞ୍ଚର ପରିସରକୁ ଆସିବା ପରେ ଏହି ମହିଳାଙ୍କୁ ବହିଷ୍କାର କରିବାକୁ ନିର୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଖୁଣ୍ଟା ଡିଗ୍ରୀ କଲେଜ ରେ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟକାରୀ ଥିବା ଅଭିଷ୍ପା ପଟ୍ଟନାୟକ ଙ୍କ ନାମରେ ଏହି ଅଭିଯୋଗ ଆସିବା ପରେ ଏବେ ସମସ୍ୟା ରେ ଅଧ୍ୟାପିକା।

ତେବେ ମିଳିଥିବା ସୂଚନା ଅନୁସାରେ ଏହି ଅଧ୍ୟାପିକା ଜଣଙ୍କ ଚାକିରି ପାଇଁ ଦେଇଥିବା ସାର୍ଟିଫିକେଟ ଭୁଲ୍ ବୋଲି ପ୍ରମାଣିତ ହେବା ପରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ କାର୍ଯ୍ୟାନଷ୍ଠାନ ପାଇଁ କୁହାଯିବା ପୂର୍ବରୁ ଉକ୍ତ ଅଧ୍ୟାପିକା ଜଣଙ୍କ କିନ୍ତୁ ଆଗୁଆ ଏହାକୁ ସ୍ବୀକାର କରିଛନ୍ତି ଏବଂ ଗ୍ରହଣ କରିଛନ୍ତି। ଫଳ ସ୍ୱରୂପ ବହିଷ୍କାର ହେବା ପୂର୍ବରୁ ସେ ନିଜେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଥିବା ଡିଗ୍ରୀ କଲେଜ ରୁ ଇସ୍ତଫା ଦେଇଛନ୍ତି। ତେବେ ଏହି ଘଟଣା ପରେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହିଭଳି ଭାବରେ ଭୁଲ କିମ୍ବା ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଅନେକ ବିଭିନ୍ନ ପଦ ପଦବୀରେ ଚାକିରି କରୁଥିବା ବେଳେ ସମୟକ୍ରମେ ସେମାନେ ଧରା ପଡିଥାନ୍ତି।

ସରକାରୀ କାର୍ଯ୍ୟାନୁଷ୍ଠାନ ର ସମ୍ମୁଖୀନ ହେବା ପରେ ଏସବୁ ସାମ୍ନାକୁ ଆସିଥାଏ। ତେବେ ବିଭାଗୀୟ ଅଧିକାରୀ ଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଯାଇ ଏଭଳି ଅଭିଯୁକ୍ତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥାଏ। ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏହି ଭଳି ଅନେକ ସମୟରେ ଜାଳି ସାର୍ଟିଫିକେଟ ପ୍ରଦାନ କରି କାର୍ଯ୍ୟ ଭାର ତୁଲାଇଥିବା ର ନଜର ରହିଛି। ଆଉ ପରେ ଅଭିଯୋଗ ଆସିବା ପରେ ତଦନ୍ତ କ୍ରମେ ସେମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସହିତ ଦୋଷୀ ସାବସ୍ତ୍ୟ ହୋଇଥାନ୍ତି ଏବଂ ଚାକିରି ରୁ ସେମାନଙ୍କୁ ବହିଷ୍କାର କରି ଦିଆ ଯାଇଥାଏ। ଏହି କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି।

ଏଠାରେ ଏହି ଇଂରାଜୀ ଅଧ୍ୟାପିକା କିନ୍ତୁ ତଦନ୍ତ ଅନୁସାରେ ଦୋଷୀ ପ୍ରମାଣିତ ହେବା ପରେ ଏବଂ ତାଙ୍କ ସାର୍ଟିଫିକେଟ ଭୁଲ୍ ଥିବା ଜଣା ପଡ଼ିବା ପରେ ନିଜେ ଆଗୁଆ ଚାକିରି ରୁ ଏବଂ ଅଧ୍ୟାପିକା ପଦରୁ ଇସ୍ତଫା ଦେଇଛନ୍ତି।ଫେକ ସାର୍ଟିଫିକେଟ ଦେଇ ଚାକିରି କରିବା ଏବେ ମହଙ୍ଗା ପଡିଛି ଏହି ଅଧ୍ୟାପିକା ଙ୍କୁ। ଯାହା ଫଳରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଥିବା ଡିଗ୍ରୀ କଲେଜ ରୁ ଇସ୍ତଫା ଦେଇଛନ୍ତି ଅଭୀପ୍ସା ପଟ୍ଟନାୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।