Odisha News Portal

ଆସିଲା ବଡ ଖବର !ଖୁବଶିଘ୍ର ଅଭିନେତା ସିନ୍ଧାନ୍ତ ମହାପାତ୍ର ଏହି ହଟ୍ ହିରୋଇନ୍ ଙ୍କ ସହ ସିରିଏଲ କରିବେ , ଜାଣନ୍ତୁ ସେହି ଅଭିନେତ୍ରୀ ଜଣଙ୍କ କିଏ ?

0 5

ଓଡିଆ ଚଳଚିତ୍ର ଜଗତ ରେ ଜି ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡୋକ୍ସନ ଓଡିଆ ଟେଲିଭିଜନ୍ ଜଗତ ରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚିତ୍ରର ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ନେଇ ଜି ସାର୍ଥକ ପ୍ରସାରିତ କରିବାକୁ ଯାଉଛି ଏକ ନୂଆ ଓଡିଆ ମେଗା ଧାରାବାହିକ । ଏହି ଧାରାବାହିକ ର ନାଁ ରହିଛି କେମିତି କହିବ କହ । ଏଥିରେ ପ୍ରମୁଖ ଭୂମିକା ରେ ଆପଣ ମାନଙ୍କର ପ୍ରିୟ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ଙ୍କୁ ଏବଂ ତାଙ୍କ ବିପକ୍ଷ ରେ ଆପଣ ମାନଙ୍କ ର ନବାଗତ ନାୟିକା କହିଲେ ଅତୃପ୍ତି ହେବ , କାହିଁକି ନାଁ ସିଦ୍ଧାର୍ଥ ଙ୍କ ସହ ଏହା ପ୍ରଥମ ଥର ପାଇଁ ଅଭିନୟ କରିବେ ମୁଖ୍ୟ ନାୟିକା ଭାବ ରେ ଜଣା ଶୁଣା ଅଭିନେତ୍ରୀ ସୁପ୍ରିୟା ।

ତେବେ ଏହା ବ୍ୟତ୍ୟତି ଓଡିଆ ଚଳଚିତ୍ର ଜଗତ ର ଅନେକ ପରିଚିତ ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ମଧ୍ୟ ଦେଖି ବାକୁ ମିଳିବ । ଛୋଟ ପରଦା ରେ ଦର୍ଶକ ମାନେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏକ ଧାରାବାହିକ ରେ ଦେଖିବାକୁ ପାଇବେ ।

ଓଡିଆ ସିନେମା ର ସୁ ପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି ମେଗା ଧାରାବାହିକ କେମିତି କହିବି କହ ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇ ଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲ୍ ରଥ । ଆଉ କ୍ୟାମେରା ପରିଚାଳନା କରିଛନ୍ତି କ୍ୟାମେରା ମ୍ୟାନ୍ ସିତାଂଶୁ ମହାପାତ୍ର ।


ଏହା ଏକ ବ୍ୟୟ ବହୁଳ ମେଗା ଧାରାବିହକ ହୋଇ ଥିବା ବେଳେ ପ୍ରଥମ ଥର ପାଇଁ ଧାରାବାହିକ କୁ ହେଲିକେପ୍ଟର ର ମଧ୍ୟ ବ୍ୟବହାର କରା ଯାଇଛି ଏହି ଧାରାବାହିକ ରେ । କରୋନା ସଂକ୍ରମଣ ସମୟ ରେ ଯେତେବେଳେ ସମସ୍ତେ ଜୀବନ ଜୀବିକା ପାଇଂ ସଂଘର୍ଷିତ ସେହି ପରି ଏହ ଘଡିସନ୍ଧି ମୂହୂର୍ତ୍ତ ରେ ଏହି ପ୍ରକଳ୍ପର ପରିକଳ୍ପନା ନିଶ୍ଚିତ ଭାବରେ କଳାକାର ଙ୍କ ଏବଂ ଟେକନିସିଆଲ୍ ମାନଙ୍କ ରେ ଆଶା ଖେଳିଛି ।

ତେବେ ପ୍ରଥମ ଥର ପାଇଁ ସୁପ୍ରିୟା ରୋମାନ୍ସ କରିବାକୁ ଯାଉଛନ୍ତି ଅଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ । ସିଦ୍ଧାନ୍ତ ମହାପାତ୍ର ଙ୍କ ଏହା ଦ୍ବିତୀୟ ଧାରାବିହକ ଅଟେ । ପ୍ରଥମ ଧାରାବିହକ ତାଙ୍କୁ ବହୁତ ମାଇଲେଜ୍ ଦେଇ ଥିବାରୁ ଦ୍ବିତୀୟ ଧାରାବାହିକରେ ସେ ଏକ ରିଚ୍ କ୍ୟାରେକ୍ଟରରେ ପ୍ଲେ କରୁଛନ୍ତି ।
ଏଥିରେ ସୁପ୍ରିୟା ଏକ ଗାଉଁଲି ଝିଅ ଭାବରେ ଅଭିନୟ କରୁଛନ୍ତି । ଏହି ଧାରାବିହକରେ ସିଦ୍ଧାନ୍ତଙ୍କୁ ଆପଣ ରିଚ୍ କ୍ୟାରେକ୍ଟର ଦେଖିବେ । ତେବେ ଏହି ଧାରାବାହିକର ସୁଟିଂ ଶେଷ ହୋଇଯାଇଛି । ଆଉ ଖୁବ୍ ଶିଘ୍ର ଜିସାର୍ଥକରେ ମେଗାଧାରାବାହିକ ଭାବରେ ପ୍ରଯୋଜିତ ହେବ । ତେବେ ଦେଖାଯାଉ ଏହି ଧାରାବାହିକଟି କେମିତି କହିବି କହ କେତେ ସଫଳତା ଆଣି ଦେଉଛି ପ୍ରଡକ୍ସନ ସଂସ୍ଥାକୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।