ଦୁନିଆରେ ଅନେକ ବିଚିତ୍ର ଘଟଣା ଘଟୁଛି ଯାହା ଶୁଣି ଆପଣ ଆବାକ ହୋଇ ଯାଇଥାନ୍ତି । ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ଆପଣଙ୍କ ଆଖି ବଡ ବଡ ହୋଇଯିବ । ଆଶ୍ଚର୍ଯ୍ୟ ତ ହେବେ ହେଲେ ବିଶ୍ବାସ କରିବାକୁ ବହୁତ ସମୟ ନେବେ । ଜାଣିଛନ୍ତି ଗୋଟିଏ ପିଲାକୁ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ସାପ ଗୋଡାଇ ଗୋଡାଇ କାମୁଡୁଛି । ଘର , ସାହି, ସହର ସବୁକିଛି ବଦଳାଇ ସାରିଲାଣି ପିଲାଟି ହେଲେ ସେ ସାପ ସବୁଠି ତାକୁ ଖୋଜି ଦେଉଛି ଏବଂ କାମୁଡୁଛି । କଣ ଏତିକି ଶୁଣି ଚକିତ ହୋଇଗଲେ ନାଁ । ପିଲାଟିକୁ ମାସକ ଭିତରେ 8ଥର ଦଂଶନ କରି ସାରିଲାଣି ସାପ । ଆପଣ ନିଜ ପିଲାଙ୍କୁ ନେଇ ଏଭଳି ସ୍ବପ୍ନ ଦେଖିବାକୁ ମଧ୍ୟ ଡରିଯିବେ ଯାହା ସତରେ ଏହି ପିଲା ସହ ଘଟୁଛି ।
ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏପରି ଏକ ବିଚିତ୍ର ଘଟଣା ନଜରକୁ ଆସିଛି ଯାହା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରୁଛି । ପିଲାକୁ ଗୋଟିଏ ନିର୍ଦ୍ଦିଷ୍ଟ ସାପ ଗୋଟିଏ ମାସରେ 8ଥର କାମୁଡିବା କୌଣସି କାହାଣୀ ଠାରୁ କମ୍ ନୁହେଁ । ବାପା ମାଁ ପିଲାଟିକୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପିଲାଟିକୁ 8ଥର ସାପ ଦଂଶନ କରିଲା ପରେ ମଧ୍ୟ ସେ ଜୀବିତ ଅଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଆତଙ୍କିତ ଅଛନ୍ତି । ପିଲାଟିର ବାପା ଚନ୍ଦ୍ରମଉଳି ମିଶ୍ରା କୁହନ୍ତି ଯେତେବେଳେ ମୋର ପୁଅକୁ ସାପ 3ୟ ଥର ଦଂଶନ କରିଲା ସେତେବେଳେ ମୁଁ ତାକୁ ମୋର ଦୂରରେ ଥିବା ବନ୍ଧୁଙ୍କ ଘରକୁ ପଠାଇ ଦେଲି । ହେଲେ ସେଠାରେ ମଧ୍ୟ ସେହି ସାପକୁ ପୁଅ ଦଂଶନ କରିବାକୁ ଲାଗିଲା ।
ପୁଅ ସାପକୁ ବାରମ୍ବାର ଦେଖୁଛି ୟାହାକୁ ନେଇ ଆମେ ଆତଙ୍କିତ ଅବସ୍ଥାରେ ଅଛି । ସାପକୁ ଧରିବା ପାଇଁ ସାପୁଆଙ୍କର ବ୍ୟବସ୍ଥା କରିବା ସହ ପୂଜାପାଠ ସବୁ ସରିଲାଣି । କିନ୍ତୁ ସାପ ସେମିତି କାମୁଡି ଚାଲିଛି । ଏବେ ଚର୍ଚ୍ଚା ଚାଲିଛି ସାପ ସହ ଉକ୍ତ ପିଲାର ପୂର୍ବ ଜନ୍ମର ସଂପର୍କ ଅଛି । ତେବେ ଏ ଘଟଣା ପ୍ରଥମ ନୁହେଁ ଏହା ପୂ୍ର୍ବରୁ ମଧ୍ୟ ଏମିତି ଆଉ ଏକ ଘଟଣା ଘଟିଛି । ଯେଉଁଥିରେ ନାଗିନ ନେଉଛି ନାଗ ମୃତ୍ୟୁର ପ୍ରତିଶୋଧ , ଲୋକଙ୍କୁ ଖୋଜି ଖୋଜି ଦଂଶୁଛି । ଗାଁରେ ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ ।
ନାଗିନ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ବାସ୍ତବରେ ଏହି ଠାରେ ଘଟୁଛି । ଏହି ନାଗିନ ଜଣେ କି ଦୁଇ ଜମଙ୍କୁ ନୁହେଁ ଗୋଟି ଗୋଟି କରି 26 ଜଣଙ୍କୁ ଦଂଶନ କରିସାରିଲାଣି । ଉତ୍ତରପ୍ରଦେଶ ବହରାଇଚ୍ ଜିଲ୍ଲାରେ ନାଗିନର ପ୍ରତିଶୋଧ ଖବର କିଛି ଦିନ ହେଲା ଚହଳ ପକାଇଛି । ଘଟଣାଟି ହେଉଛି ଉତ୍ତର ପ୍ରଦେଶ ମହରାଇଚ୍ ରୁଟିଡିହା ଥାନାର ବାବାଗଞ୍ଜ ଅଞ୍ଚଳର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।