Odisha News Portal

ଦେଖନ୍ତୁ ଭିଡିଓ : ହାତୀର ଗୋଟିଏ ଗୋଡ ନଥିଲା, କିନ୍ତୁ ଜଣେ ଯୁବକ ଙ୍କ ଚେଷ୍ଟାରେ ଆଜି ହାତି ପୁଣି ଚାଲିବାକୁ ସକ୍ଷମ ହୋଇପାରିଛି ! ମନରେ ଦୟା ଥିଲେ ଏହି ହାତୀ ପାଇଁ ଗୋଟିଏ ସେୟାର କରନ୍ତୁ…

କୁହାଯାଏ ସବୁଠାରୁ ଶ୍ରେଷ୍ଠ ଜୀବ ହେଉଛି ମଣିଷ । ତାଛଡା ମଣିଷ ଭଗବାନ ଙ୍କ ର ଏପରି ଏକ ସୃଷ୍ଟି ଯିଏ ଠିକ୍ ଭୁଲ୍ ଭଲମନ୍ଦ ଆଦିର ବିଚାର କରି ପାରେ । ଅର୍ଥାତ ମଣିଷ କୁ ଭଗବାନ ବରଦାନ୍ ସଦୃଶ ବିଚାର ଶକ୍ତି ଦେଇଛନ୍ତି । କିନ୍ତୁ ଅଧାକଂଶ ସମୟ ରେ ଏହାର ଉଚିତ୍ ବ୍ୟବହାର ମଣିଷ କରି ନ ଥାଏ । ଯାହାର ବହୁତ ଉଦାହରଣ ମଧ୍ୟ ଦେଖି ବାକୁ ମିଳିଛି । ଆଜି କିନ୍ତୁ ଆମେ ସୋସିଆଲ ମିଡିଆ ରେ ଭାଇରାଲ ହେଉ ଥିବା ଏଭଳି ଏକ ଭିଡିଓ ବିଷୟ ରେ ଏହି ଲେଖା ମାଧ୍ୟମ ରେ କହିବାକୁ ଯାଉଛୁ , ଯାହା ଶୁଣି ଆପଣ ଭାଗବାନ ଙ୍କ ର ଏହି ସୃଷ୍ଟି ଉପରେ ଗର୍ବ ନିଶ୍ଚୟ କରିବେ ।

ତେବେ ଆପଣ ମାନେ ଜାଣି ଥିବେ ଏହି ନିକଟ ରେ କେରଳରେ ଗର୍ଭବତୀ ହାତୀକୁ କିଭଳି ଭାବରେ ଗୋଟିଏ ସପୁରି ଭିତରେ ବାଣ ପୁରାଇ ବିଶ୍ବାସରେ ବିଷ ଦିଆଗଲା । ଯାହାକୁ ଶୁଣି ସାରିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ରୋମ ଟାଙ୍କୁରି ଉଠୁଥିବ ଏବଂ ଭାବୁଥିବେ ମଣିଷ କଣ ସତରେ ଏତେ ନିର୍ଦ୍ଧୟ ଏବଂ ସତରେ କଣ େତେ ତଳ ସ୍ତରକୁ ମଣିଷ ଖସି ଯାଇପାରେ ।

କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଶୁଣିବା ପରେ ଆପଣ ମାନଙ୍କର ସମସ୍ତ ମଣିଷ ମାନଙ୍କ ପ୍ରତି ଧାରଣ ବଦଳିଯିବ ଏବଂ ନିଶ୍ଚିୟ ଏହା ଭାବିଯେ ଯେ ପ୍ରତ୍ୟେକ ମଣିଷ ସମାନ ନୁହଁନ୍ତି ବରଂ ଦୁନିଆରେ ଏମିତି ମଧ୍ୟ ଅନେକ ଲୋକ ରହିଛନ୍ତି ଯେଉଁ ମାନଙ୍କ ପାଖରେ ଆଜି ମାନବିକତା ରହିଛି ।

ଏକ ଅକ୍ଷମତା ସହିତ ଜୀବନ ଅତିବାହିତ କରିବା ଏକ ଯନ୍ତ୍ରଣାଦାୟକ ଜୀବନ ହୁଏ .. ସେ ମଣିଷ ହେଉ କିମ୍ବା ପଶୁ ହୁଅନ୍ତୁ । କିନ୍ତୁ, ବିଜ୍ଞାନ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ଏହିପରି ଅନେକ ଉପାୟ ଉପଲବ୍ଧ ଅଛି ଯେଉଁଥିପାଇଁ କିଛି ଭିନ୍ନକ୍ଷମଙ୍କ ଜୀବନ ମଧ୍ୟ ସହଜ ହେବାରେ ଲାଗିଛି । କିନ୍ତୁ, ଥାଇଲ୍ୟାଣ୍ଡରେ ଜଣେ ବ୍ୟକ୍ତି ଭିନ୍ନକ୍ଷମ ହାତୀର ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଛନ୍ତି । ଏହା ସହ ଜଡିତ ଏକ ଭିଡିଓ ବାହାରିଛି ।

ଥିଓ ଶନ୍ତୋନାସ୍ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ନିଜର ସମସ୍ତ ସମୟ ଏକ ଭିନ୍ନକ୍ଷମ ହାତୀ ପାଇଁ ନକଲି ଗୋଡ ତିଆରି କରିବାରେ ବିତାଉଛି । ସେ ଏହି କୃତ୍ରିମ ଗୋଡକୁ ଏକ ବୈଜ୍ଞାନିକ ଉପାୟରେ ପ୍ରସ୍ତୁତ କରିଛନ୍ତି । ଏହାକୁ ପିନ୍ଧି ହାତୀ ସହଜରେ ଚାଲି ପାରୁଛି ।

IAS ସୁପ୍ରିୟା ସାହୁ ମଧ୍ୟ ଏହାକୁ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, କୃତ୍ରିମ ଗୋଡ ସାହାଯ୍ୟରେ ହାତୀର ଚାଲିବା ତାଙ୍କୁ ନୂତନ ଜୀବନ ଦେବା ପରି । ପଶୁ ଜଗତରେ ଏହା ଏକ ବଡ଼ ଅବଦାନ । ଯେଉଁମାନେ ଏହା ସମ୍ଭବ କରିଛନ୍ତି ସେମାନଙ୍କୁ ନମସ୍କାର । ଏଥି ସହିତ, ଵାଲା ଅଫସର ଲେଖିଛନ୍ତି ଯେ ଇଞ୍ଜିନିୟରିଂ ଜୀବନକୁ ସହଜ କରିଥାଏ ।ବାସ୍ତବରେ, ବିଜ୍ଞାନ ଯେତେ ଆଗକୁ ବଢ଼ୁଛି, ମଣିଷମାନଙ୍କ ସହିତ ପଶୁମାନଙ୍କର ଜୀବନ ମଧ୍ୟ ବଦଳୁଛି ।

post inspire from  –navbharattimes.

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।