Odisha News Portal

ଦେଖନ୍ତୁ ଅଦଭୁତ ଏଠାରେ ପଞ୍ଚମୁଖୀ ଶିବ ମନ୍ଦିର ଏଠାରେ ସମସ୍ତ ମନଷ୍କାମନା ପୂରଣ ହୁଏ ମହିମା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ତ ଜାଣିଥିବେ କି ଆମ ଭାରତରେ ସମସ୍ତେ ପ୍ରାୟ ଭଗବାନଙ୍କୁ ବିଶ୍ୱାସ କରନ୍ତି ଏବଂ ତାଙ୍କର ଆରାଧନା ମଧ୍ୟ କରନ୍ତି ଭାରତ ଏକ ଧର୍ମାବଲମ୍ବୀ ଦେଶ କହିଲେ କିଛି ତ୍ରୁଟି ହେବ ନାହିଁ । ଆମ ଦେଶରେ ପ୍ରତ୍ୟେକ ସ୍ଥାନରେ ମନ୍ଦିର , ମସଜିଦ ରହିଛି ବିଭିନ୍ନ ଧର୍ମର ଲୋକମାନେ ଏହିଠାରେ ରହିଥାନ୍ତି ଏବଂ ଭଗବାନଙ୍କୁ ଆରାଧନା କରିଥାନ୍ତି । ତେବେ ସେହି ଅନୁସାରେ ମନ୍ଦିର ମାନଙ୍କର ନାମ ମଧ୍ୟ ଚାରିଆଡେ ଶୁଣିବାକୁ ମିଳୁଛି , ଆମ ଦେଶରେ ବହୁତ ମନ୍ଦିର ରହିଛି ମାତ୍ର ଏମିତି କିଛି ଖାସ ମନ୍ଦିର ମଧ୍ୟ ରହିଛି ଯେଉଁଠାକୁ ଦର୍ଶନ କରିବା ପାଇଁ ବାହାର ଦେଶରୁ ଲୋକମାନେ ମଧ୍ୟ ଆସିଥାନ୍ତି ।

ହିନ୍ଦୁ ଧର୍ମ ରେ 33 କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ । ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି , ଆଜି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର ଘଟଣା ସଂପର୍କରେ କହିବୁ , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ତ ଜାଣଇଛନ୍ତି କି ଦେଶରେ କେତେକ ସ୍ଥନାରେ ପଞ୍ଚମୁଶୀ ଶିବ ମନ୍ଦିର ରହିଛି ସେଥିମଧ୍ୟରୁ ଗୋଟିଏ ଶିବ ମନ୍ଦିର ରହିଛି ଅଯୋଦ୍ଧାରେ । ଅଯୋଧ୍ୟା ସହ ଭଗବାନ ଶିବ ଙ୍କ ର ମଧ୍ୟ ଗଭୀର ସମ୍ପର୍କ ରହିଛି , ଅଯୋଧ୍ୟା ର ଗୁପ୍ତାର ଘାଟ ଠାରେ ରହିଛି ଭଗବାନ ଙ୍କ ର ଏହି ପ୍ରାଚୀନ ମନ୍ଦିର, ଏହି ମନ୍ଦିର ଅନାଦି ପଞ୍ଚମୁଖୀ ମହାଦେବ ମନ୍ଦିର ନାମରେ ପରିଚିତ ।

ଏହି ମନ୍ଦିରଟି ବହୁତ ବର୍ଷର ପୁରୁଣା ମନ୍ଦିର ଅଟେ , ଲାଲ୍ ବିଲ୍ୱ ପଥରରେ ନିର୍ମିତ ଏହି ମନ୍ଦିର ରେ ମୁଖ ଲିଙ୍ଗ ଥିବାର ଦେଖିବାକୁ ମିଳେ ଏହି ଲିଙ୍ଗ ମଧ୍ୟ ମୁଖ, ଲିଙ୍ଗ ନାମରେ ପରିଚିତ । ଏହି ମହାଦେବ ମନ୍ଦିର 250 ବର୍ଷର ପୁରୁଣା ଅଟେ । ଏହି ପଞ୍ଚମୁଖୀ ମହାଦେବ ମନ୍ଦିର ରେ ଭଗବାନ ଶିବ ଙ୍କ ର ତିନି ସ୍ୱରୂପ ପୂଜା କରାଯାଇଥାଏ। ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ଏକ ହିଁ ସ୍ୱରୂପ ର ଅଟନ୍ତି ।

ଭଗବାନ ଶିବ ଏବଂ ଭଗବାନ ଶ୍ରୀରାମ ଙ୍କ ର ସମ୍ପର୍କ ବହୁତ ନିବିଡ ମଧ୍ୟ ରହିଛି , ମାନ୍ୟତା ରହିଛି କି ଭଗବାନ ଶ୍ରୀ ରାମ କୁହନ୍ତି କି ଯିଏ ଶିବଙ୍କୁ ଭକ୍ତି କରେ ନାହିଁ ସେ କେବେବି ମୋର ଭକ୍ତ ହୋଇପାରିବ ନାହିଁ । ପଞ୍ଚମୁଖୀ ମହାଦେବ ତଥା ସୃଷ୍ଟି ନିର୍ମାଣର ପାଞ୍ଚ ଟି ତତ୍ତ୍ଵ ତଥା ଅଗ୍ନି, ବାୟୁ, ଆକାଶ, ପୃଥିବୀ ଏବଂ ଜଳ ର ପ୍ରତୀକ ଅଟନ୍ତି। ପଞ୍ଚମୁଖୀ ମହାଦେବ ମନ୍ଦିର ର ଲିଙ୍ଗ ପାଞ୍ଚଟି ମୁଖ କୁ ନେଇ ଗଠିତ । ଏହା ସହିତ ଭଗବାନ ସିବ ଏପରି ଏକ ଦେବତା ଯିଏ କି ସମସ୍ତ ଭକ୍ତର ମନସ୍କାମନାକୁ ପୂରଣ କରିଦେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।