Odisha News Portal

ଦେଖନ୍ତୁ ଭିଡ଼ିଓ !ଓଲିଉଡ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀଙ୍କ ରିସେପସନ୍ ପାର୍ଟି ର ସମ୍ପୂର୍ଣ୍ଣ ଭି଼ଡିଓ ……ଦେଖିଲେ ଆପଣ ମଧ୍ୟ ହୋଇଯିବେ ଫିଦା….

ଗତ ଶୁକ୍ରବାର ଦିନ ବିଜନେସ୍ ମ୍ୟାନ୍ ସୌମ୍ୟଙ୍କ ହାତ ଧରିଥିଲେ ଓଲିଉଡ କଣ୍ଠଶିଳ୍ପୀ ଦିପ୍ତିରେଖା । ଓଲିଉଡ ଜଗତ ର ପ୍ରାୟ ସମସ୍ତ ହିଟ୍ ଗୀତ ଗାଇ ସୁପରିଚିତ ହୋଇଥିବା ଏହି ସିଙ୍ଗର ହେବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଚାଲନ୍ତୁ ଜାଣିବା କେମିତି ସେଲିବ୍ରେଟ କରିଛନ୍ତି ଦିପ୍ତିରେଖା ତାଙ୍କର ରିସେପସନ୍ ପାର୍ଟିକୁ । ତେବେ ବିବାହ ବନ୍ଧରେ ବାନ୍ଧି ହୋଇ ସାରିଛନ୍ତି ଓଲିଉଡ ପପୁଲାର ସିଙ୍ଗର ଦିପ୍ତୀରେଖା ପାଢି । ଏକ ଘରୋଇ ଚ୍ୟାନାଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ପପୁଲାର ସିରିଏଲ୍ ରାଜକନ୍ୟାର ଲିଡ୍ ଆର୍ଟିଷ୍ଟ ଭାବେ ସେ ଘରେ ଘରେ ଖୁବ୍ ପରିଚିତ ଥିଲେ । ପରେ ସେ ନିଜର ଅଭିନୟ କ୍ୟାରିୟରକୁ ଛାଡି ସଂଗୀତ ଦୁନିଆରେ ପାଦ ରଖିଲେ । ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ ଗାଇଡେନ୍ସରେ ସେ ନିଜର ସଂଗୀତ କ୍ୟାରିୟରେ ବହୁତ ସଫଳତା ମଧ୍ୟ ପାଇଛନ୍ତି ଏବଂ ଆଗକୁ ଓଲିଉଡ ଇଣ୍ଡଷ୍ଟ୍ରକୁ ତାଙ୍କର ସୁମଧୁର କଣ୍ଠରେ ଅନେକ ଗୁଡିଏ ଗୀତ ଭେଟିଦେବେ ।


ତେବେ କୋଭିଡର ଏହି ଜଟିଳ ପରିସ୍ଥିତିରେ ସରକାରଙ୍କ କୋଭିଡ ନିୟମକୁ ମାନି ଖୁବ୍ ନିରାଡମ୍ବର ଭାବରେ ଦିପ୍ତୀଙ୍କ ବିବାହ କାର୍ୟ୍ୟ ସରିଛି । ଖୋର୍ଦ୍ଧାର ବିଜେନେସ୍ ମ୍ୟାନ ସୌମ୍ୟରଞ୍ଜନଙ୍କୁ ଦିପ୍ତୀରେଖା ନିଜର ଜୀବନସାଥୀ ରୂପେ ବାଛିଛନ୍ତି । ଏହି ଅବସରରେ ଓଡିଶା ସିନେମା ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାର ମାନେ ଯୋଗ ଦେଇ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶିର୍ବାଦ କରିଥିଲେ ।

ଗତ କାଲି ଦିପ୍ତିରେଖାଙ୍କର ରିସେପସନ୍ ପାର୍ଟି ତାଙ୍କ ଶାଶୁଘରେ ଅନୁଷ୍ଠିତ ହୋଇ ଯାଇଛି । ଏହି ରିସେପସନ୍ ପାର୍ଟିରେ ଓଡିଆ ଫିଲ୍ମ ଏବଂ ସିରିଏଲ୍ ଦୁନିଆର ଅନେକ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେବା ସହ ଓଡିଆ ଫିଲ୍ମ ଏବଂ ଆଲବମ୍ ଦୁନିଆର ଅନେକ ଲୋକପ୍ରିୟ ସିଙ୍ଗରମାନେ ଯୋଗ ଦୋଇଥିଲେ ।


ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଦିପ୍ତିରେଖା କହିଛନ୍ତି ସେ ଏବେ କିଛି ଦିନ ଓଡିଆ ଆଲବମ୍ କିମ୍ବା ଫିଲ୍ମରେ ଗୀତ ଗାଇବେ ନାହିଁ । କାରଣ ସେ ତାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକଙ୍କୁ ସମୟ ଦେବେ । ବାହାଘରର କିଛି ଦିନ ପରେ ଦିପ୍ତିରେଖା ପାଢି ପୁଣିଥରେ ଓଡିଆ ଫିଲ୍ମ ଏବଂ ଆଲବମ୍ ପାଇଁ ଗୀତ ଗାଇବେ ।


ତେବେ ସେ ତାଙ୍କ ସ୍ବାମୀଙ୍କ ସହିତ ରହିବା ସହିତ ସେହି ଠାରୁ ହିଁ ସିଙ୍ଗିଂଗ କ୍ୟାରିୟର ଗଢିବେ । ମ୍ୟୁଜିକାଲ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ କମ୍ପୋଜିସନ ରେ ଅନେକ ଗୀତ ଗାଇ ଲୋକ ମାନଙ୍କ ହୃଦୟକୁ ଜିଣି ଥିବା ଦିପ୍ତି ରେଖା ଲୋକ ମାନଙ୍କ ହୃଦୟରେ ଜାଗା ମଧ୍ୟ କରିଥିଲେ । କାହିଁକି ନାଁ ତାଙ୍କର ଗୀତ ଯେତିକି ସୁନ୍ଦର ସେ ଦେଖିବା ପାଇଂ ମଧ୍ୟ ସେତିକି ସୁନ୍ଦର । ଅନେକ ଫ୍ୟାନ୍ ମାନେ ତାଙ୍କର ଭଲ ପାଇବାକୁ ନେଇ ସ୍ବପ୍ନ ଦେଖୁଥିଲେ ଏବଂ ତାଙ୍କର ବିବାହ ପରେ ଫ୍ୟାନ୍ ମାନଙ୍କ ମନରେ ବହୁତ ଖୁସି ଆଣି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।