Odisha News Portal

ଦେଖନ୍ତୁ ଏକ କରୁଣ ଦୃଶ୍ୟ ! ଦୃଷ୍ଟିଶକ୍ତି ହରାଇ ଅବହେଳିତ ହୋଇ ପଡି ରହିଛନ୍ତି ମା ପୁଅ , ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଝରିଆସିବ ଲୁହ

ସମାଜରେ ଅନେକ ଲୋକ ଦୁଃଖ କଷ୍ଟରେ ଅଛନ୍ତି ଏବଂ ଯିଏ ଦୁଃଖୀ ତା ଜୀବନରେ କଣ ସୁଖର ପବନ ଟିକିଏ ବହିବନି କାରଣ ଇଶ୍ୱର ଦୁଃଖୀ ମଣିଷକୁ ହିଁ ଅଧିକ କଷ୍ଟ ଦେଇଥାନ୍ତି । ସେମିତି ଏକ ପରିବାର ରହିଛି ତାଙ୍କର ଦୁଃଖଭରା କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରି ଆସିବ । ସେହି ପରିବାର ମାଆ ପୁଅ ଦୁଇ ଜଣ , ବର୍ଷ ବର୍ଷ ଧରିୁ ଗୁହାଳରେ ଅପେକ୍ଷା କରି ରହିଛନ୍ତି ମୃତ୍ୟୁକୁ । ଜୀବନ ଜିଇଁବା ପାଇଁ ଆଉ ଇଚ୍ଛା ନାହିଁ ମା ପୁଅଙ୍କର ଏହି ମା ପୁଅଙ୍କର ଘର ହେଉଛି ପୁରୀ ଜିଲ୍ଲା ଗୌବ ବ୍ଲକ ବନ୍ତଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତରୁଣା ଗାଁ ।

ଏହି ଗାଁର ମଧ୍ୟ ଭାଗରେ ରହୁଛନ୍ତି ଦୃଷ୍ଟିହୀନ ମାଆ ପୁଅ । ବାପା ଗଜେନ୍ଦ୍ର ପଲେଇଙ୍କୁ ହରେଇବା ପରେ ପୁଅ ଗଦାଧରଙ୍କ ଉପରେ ମାଆଙ୍କର ଦାୟିତ୍ୱ ଆସିଯାଇଛି କିନ୍ତୁ ଦଇବ ଦାଉ ସାଜିଛି ।

16 ବର୍ଷ ବୟସରୁ ନିଜ ଦୃଷ୍ଟିଶକ୍ତି ହରେଇଛନ୍ତି ପୁଅ ଏବଂ ମା ହିଁ ଏଡିକିରୁ ଏଡବଡ କରିଛି , ହେଲେ ଭାଗ୍ୟରେ କିଛି ଅଲଗା ଲେଖା ହୋଇଛି । ପୁଅ ଦେଖାନଯିବା ଚିନ୍ତାରେ ମାକୁ ମଧ୍ୟ ଆଉ କିଛି ଦେଖାଯାଉ ନାହିଁ ଏବଂ ନିଜ ଦୃଷ୍ଟିଶକ୍ତି ହରାଇଛନ୍ତି ମା । ତାଙ୍କର ଘରଦ୍ୱାର କହିଲେ ଏହି ଗୁହାଳ ଖଣ୍ଡିକ ଏବଂ ଏମାନେ ଦିନେ ଖାଇଲେ ତିନି ଚାରି ଦିନ ଉପାସ ରହି ଯାଉଛନ୍ତି , ଆଉ ଦେହ ମୁଣ୍ଡ କଥା କିଏ ବା ଭାବୁଛି । ମା ଭବିଙ୍କର ବଡ ପୁଅ ଅଲଗା ରୁହନ୍ତି ମା ଏବଂ ଭାଇଙ୍କ ଠାରୁ ଏବଂ ତାଙ୍କ ବଡ ପୁଅ ସେହି ଗାଁରେ ରହୁଛନ୍ତି ହେଲେ ମାଆ କିମ୍ୱା ଭାଇଙ୍କୁ ପଚରା ଉଚରା କି ଦେଖାଶୁଣା କରୁ ନାହାନ୍ତି ।

ମାଆଙ୍କର ଭତ୍ତା ବାବଦକୁ 500 ଟଙ୍କା ଏବଂ ଚାଉଳ ଏମାନଙ୍କୁ ମିଳି ଯାଉଛି , ହେଲେ ରାନ୍ଧିକି ଏହି ଦୃଷ୍ଟିହୀନ ମା ପୁଅଙ୍କୁ ଖାଇବାକୁ ଦେବାକୁ କେହି ନାହାନ୍ତି । ଗାଈ ବାଛୁରୀଙ୍କ ସହ ଏହି ଗିହାଳ ଘରେ କେବଳ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ସେମାନଙ୍କ ଦେହ ଖରାପ ହେଲେ ଗାଁରୁ କେତେକ ସ୍ୱେଚ୍ଛାସେବୀ ଡାକ୍ତରକାନା ନେଇଯାଆନ୍ତି , ଏତେ ଅବସ୍ତା ପରେବି ମା ପୁଅକୁ କି ପୁଅ ମାକୁ ଛାଡିବାକୁ ନାରାଜ । ଦୃଷ୍ଟିହୀନ ମା ପୁଅଙ୍କର ଏହି ଅନାବିଳ ପ୍ରେମ ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ ।

ଏମିତି ଦୁଃଖ କଷ୍ଟରେ ବର୍ଷ ବର୍ଷ ଧରୀ ଚଳୁଛନ୍ତି ଏହି ମାଆ ପୁଅ ଏବଂ ମାଆ ଚଳପ୍ରଚଳ କରି ପାରୁ ନାହାନ୍ତି । ମା କହୁଛନ୍ତି ମୁଁ ଏହି ଗୁହାଳ ଘରେ ରହିବି , ଜୀବନ ଚାଲିଯିବା ଯାଏ ପୁଅକୁ ଛାଡିବି ନାହିଁ ତାପରେ ତାକୁ ବି ନେଇଯିବି । ଏମିତି ଦୁଃଖ କଷ୍ଟରେ ଚଳୁଛନ୍ତୁ ଦୁହେଁ ମା ପୁଅ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।