ଡାକ୍ତରାଣୀ Emergency ଡ୍ୟୁଟି ସାରି ଘରକୁ ଫେରିଲେ, ବାଜିଲା କଲିଂ ଵେଲ୍..ତାପରେ ଯାହା ଶୁଣିଲେ, ଉଡ଼ିଗଲା ତାଙ୍କ ହୋସ

ଦୁର୍ଘଟଣାରେ ଆହତକୁ ଚିକିତ୍ସା କଲେ ଡାକ୍ତରାଣୀ। ଆହତ କିନ୍ତୁ ବଞ୍ଚି ପାରି ନଥିଲେ ଡାକ୍ତରାଣୀ। ତେବେ ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ ଡ଼ାକ୍ତର ମାନେ ତ ଆହତକୁ ଚିକିତ୍ସା କରିବେ। କିନ୍ତୁ ଏହି ଘଟଣା ପଛରେ ଯେଉଁ କାହାଣୀ ଲୁଚି ରହିଛି ତାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ।ହଁ ଆଜ୍ଞା ଡାକ୍ତରାଣୀ ଜଣଙ୍କ ଡ୍ୟୁଟି ସମୟ ସରି ଯାଇଥିଲା। କିନ୍ତୁ ଆସିଲା ଏମାର୍ଜିନ୍ସି କାମ। ଜଣେ ନାବାଳିକା ଙ୍କ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଆଖି, ମୁହଁ, ନାକ, କାନ ସବୁ କିଛି ନଷ୍ଟ ହୋଇ ଯାଇଥିଲା ଅବସ୍ଥା ଏପରି ଥିଲା ଯେ ନାବାଳିକା ଜଣଙ୍କ କିଏ ଚିହ୍ନିବା ମୁସ୍କିଲ ହୋଇ ପଡ଼ୁଥିଲା। ଏହି ସମୟରେ ଡ଼ାକ୍ତରାଣୀ ଜଣଙ୍କ ତାଙ୍କର ଚିକିତ୍ସା ଆରମ୍ଭ କରିଦେଲେ। କିନ୍ତୁ ସେ ବଞ୍ଚି ପାରିଲେନି।

ଏହାପରେ ଡାକ୍ତରାଣୀ ଜଣଙ୍କ ଘରକୁ ଫେରି ଟିକିଏ ଆରାମ କରୁଥିଲେ। ହଠାତ୍ ବାଜିଲା କଲିଂ ବେଲ୍। କବାଟ ଖୋଲି ଦେଖିଲେ କିଛି ପୋଲିସ୍ ଅଫିସର୍ ତାଙ୍କ ଗେଟ୍ ସାମ୍ନାରେ ଛିଡା ହୋଇଛନ୍ତି। ଆଉ ପୋଲିସ୍ ଅଫିସର୍ ମାନେ ଯାହା କହିଲେ ତାହା ଶୁଣି ଡ଼ାକ୍ତରାଣୀଙ୍କ ପାଦ ତଳୁ ମାଟି ଖସିଗଲା।ଦୁର୍ଘଟଣାଗ୍ରସ୍ତ ହୋଇ ଜୀବନ ହରାଇଥିବା ନାବାଳିକା ଜଣକ ଆଉ କେହି ନୁହେଁ ଆପଣଙ୍କ ଝିଅ ବୋଲି ପୋଲିସ୍ ଅଫିସର ଖବର ଦେଲେ ଆଉ ଆପଣ ଚିକିତ୍ସା କରି ଆସିଥିବା ସେହି ନାବାଳିକା ହିଁ ଆପଣଙ୍କର ଝିଅ ଅଟେ।

ଏକଥା ଶୁଣିବା ପରେ ଡ଼ାକ୍ତରାଣୀ ଜଣଙ୍କ ପୁରା ସ୍ତବ୍ଧ ହୋଇ ଯାଇଥିଲେ। ତାଙ୍କ ପାଟିରୁ କିଛି କଥା ବାହୁରୁ ନଥାଏ। ସେ କିଛି କ୍ଷଣ ପାଇଁ ସେମିତି ସ୍ତବ୍ଧ ହୋଇ ଛିଡା ହୋଇଥିଲେ କାରଣ ସେ ଚିକିତ୍ସା କରି ଆସିଥିବା ନାବାଳିକାର ମୁଁହ ଦୁର୍ଘଟଣାରେ ପୁରାପୂରି ନଷ୍ଟ ହୋଇ ଯାଇଥିଲା। ଆହତଙ୍କୁ ଚିହ୍ନିବାରେ କଷ୍ଟ ହେଉଥିଲା ସେ ଯେ ତାଙ୍କ ଝିଅ ଜାଣିବା ପରେ ସେ ଏକଦମ ଚୁପ୍ ହୋଇ ଯାଇଥିଲେ।

ଘଟଣାଟି କାନାଡାର ନଭେମ୍ବର ୧୫ ତାରିଖ ଦିନ ଆଲବର୍ଟା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା।ମହିଳା ଡାକ୍ତର ଜେମି ଏରିକ୍ସନ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଜଣେ କିଶୋରୀ ଦୁର୍ଘଟଣାରେ ଗଭୀର ଆହତ ହୋଇଛନ୍ତି। କ୍ଷତ ବିଖ୍ୟତ ହୋଇ ଡ଼ାକ୍ତରାଣୀଙ୍କ ଅବସ୍ଥା ଏପରି ହୋଇ ଯାଇଥିଲା ଯେ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା।ଟ୍ରକ୍‌ ସହିତ କାର୍‌ ମୁହାଁମୁହିଁ ଧକ୍କା ଖାଇ ନଷ୍ଟ ହୋଇ ପଡ଼ିଥିବା ବେଳେ କାରରୁ ତାଙ୍କୁ ବାହାର କରିବା ପାଇଁ ପ୍ରାୟ ଅଧଘଣ୍ଟା ସମୟ ଲାଗିଥିଲା। ଖାଲି ସେତିକି ନୁହେଁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେବା ସହ ଆହତ ନାବଳିକାଙ୍କ ଚିକିତ୍ସା କରିଥିଲେ ଜେମି ଏରିକ୍ସନ୍‌ କିନ୍ତୁ ତାଙ୍କୁ ବଞ୍ଚାଇ ପାରି ନଥିଲେ। ଆଉ ସେ ଯେତେବେଳେ ଜାଣିଲେ ସେହି ଚିକିତ୍ସା କରିଥିବା ନାବାଳିକା ଆଉ କେହି ନୁହେଁ ତାଙ୍କ ୧୭ ବର୍ଷୀୟ ଝିଅ ମଣ୍ଟାନା ଏକଥା ଶୁଣି ସେ ସ୍ତବ୍ଧ ହୋଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment