Odisha News Portal

ଦେହ ସାରା ଯନ୍ତ୍ରଣା କାହିଁକି ହୁଏ ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ । Dr. Natrajan

ଆପଣ ତ ଅନେକ ରୋଗ ବିଷୟରେ ଜାଣିଥିବେ ଏବଂ ଅନେକ ରୋଗ ସଂପର୍କରେ ମଧ୍ଯ ଆସିଥିବେ। ସେହିପରି ଗୋଟିଏ ରୋଗ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ,ଏହା ଏମିତି ଏକ ରୋଗ, ଯେଉଁଟା ହେଲେ ଦେହ ସାରା ଯନ୍ତ୍ରଣା ଅନୁଭବ ହୋଇଥାଏ ଯାହାର ନାମ ହେଉଛି ଫାଇବ୍ରୋମାୟଲଜିଆ। ଆପଣ ଏମିତି ବହୁତ୍ ଲୋକଙ୍କୁ ଦେଖିଥିବେ ଯେଉଁ ମାନଙ୍କ ଶରୀରରେ ବହୁତ୍ ପୀଡା ରହିଛି। ଯଦି ଏହି ରୋଗ ହେଲେ ଯଦି ଆପଣ ଏଥିପାଇଁ କୌଣସି ଲାବ ଟେଷ୍ଟ କରନ୍ତି ତାହେଲେ ଏହାର ରିପୋର୍ଟ ନର୍ମାଲ ହିଁ ଆସିବ। କାରଣ ଏଥିରେ କୌଣସି କ୍ଷତ ହୋଇ ନଥାଏ। କେବଳ ଦେହର ଯେ କୌଣସି ଜାଗାରେ ହାତ ମାରିଲେ ବ୍ୟଥା ଅନୁଭବ ହୁଏ।

ଏହିଭଳି ରୋଗରେ ରୋଗୀ ବହୁତ୍ ଚିନ୍ତାରେ ରହିଥାଏ, କାରଣ କେହି ତାର କଥାକୁ ଧ୍ୟାନ ଦିଅନ୍ତି ନାହିଁ। କାରଣ ଏଥିପାଇଁ ହୋଇଥିବା ରିପୋର୍ଟ ରେ କିଛିବି ଧରା ପଡ଼େ ନାହିଁ।ଏହି ରୋଗର ଉପଯୁକ୍ତ ଚିକିତ୍ସା ଏବଂ ଧ୍ୟାନ ନିହାତି ଆବଶ୍ୟକ। କାରଣ ଏପରି ରୋଗରେ ରୋଗୀ ବହୁତ୍ ଯନ୍ତ୍ରଣା ଭିତରେ ରହିଥାଏ। ବହୁତ୍ କ୍ଳାନ୍ତ ଅନୁଭବ ହୋଇଥାଏ ରୋଗୀକୁ। ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥାଏ। ଆଉ ରିପୋର୍ଟ ନେଗେଟିଭ ଆସୁଥିବା କାରଣରୁ ଏହି ରୋଗର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। ନହେଲେ ଏପରି ରୋଗ ଆମକୁ ଭବିଷ୍ୟତରେ ହଇରାଣ ରେ ପକାଇ ପାରେ।

ଏହି ରୋଗର ଲକ୍ଷଣ- ପ୍ରଥମେ ଦେହ ହାତର ମାଂସପେଶୀ ରେ ସାଧାରଣ ଯନ୍ତ୍ରଣା ଅନୁଭବ ହେବା। ଶରୀରର ଉପର ଭାଗରେ ଏବଂ ନିମ୍ନ ଭାଗରେ ଯନ୍ତ୍ରଣା ହେବା ଦରକାର। ବାମ ଏବଂ ଡାହାଣ ଉଭୟ ପଟରେ ଯନ୍ତ୍ରଣା ହେବା ଦରକାର।ଏହି ରୋଗ ଏକ କ୍ରନିକ ହେବା ଦରକାର। ଅର୍ଥାତ୍ ଦୁଇ ରୁ ୩ ମାସ ପର୍ଯ୍ୟନ୍ତ କିମ୍ୱା ତାଠାରୁ ଅଧିକ ଦିନ ଯଦି ଦେହରେ ଯନ୍ତ୍ରଣା ଲାଗି ରହିବ ତେବେ ଆମେ ଭାବିବା ଯେ ସେହି ରୋଗୀକୁ ଫାଇବ୍ରୋମାୟଲଜିଆ ରୋଗ ହୋଇଚି। ଯଦି କିଛି ସ୍ଥାନରେ ଯନ୍ତ୍ରଣା ଲାଗି ରୁହେ ଅନେକ ଦିନ ଧରି, ତେବେ ଏହା ଫାଇବ୍ରୋମାୟଲଜିଆ ବୋଲି ଆମେ ଜାଣିବା।

Cork, Ireland

ଏହାଛଡା ଅବଶ ଲାଗିବା, କ୍ଳାନ୍ତ ଲାଗିବା, ଅଫିସ ଯାଇ ନିଦ ଲାଗିବା, ଦୁର୍ବଳ ଅନୁଭବ କରିବା ଆଦି ମଧ୍ଯ ଏହି ରୋଗର ଲକ୍ଷଣ ହୋଇପାରେ। ଏଥିପାଇଁ ପ୍ରୋପର୍ କାଉନସିଲିଂ ଦରକାର୍ ଏବଂ ଯଥା ସମ୍ଭଵ ଚିକିତ୍ସାର ଆବଶ୍ୟକତା ରହିଛି। ଯେତେ ପାରୁଛନ୍ତି ଚିନ୍ତା ଏବଂ ଅବସାଦ ରୁ ଦୂରେଇ ରହି ପାରିଲେ ଭଲ। ନିଜକୁ ଉପଯୁକ୍ତ ଚିକିତ୍ସା ଭିତରେ ରଖିଲେ ଯାଇ ଆପଣ ଫାଇବ୍ରୋମାୟଲଜିଆ ଭଳି ଏହି ରୋଗରୁ ମୁକ୍ତି ପାଇ ପାରିବେ। ତେଣୁ ଯଥା ସମ୍ଭଵ ଏଥିପ୍ରତି ଆପଣ ଚିକିତ୍ସିତ ହୁଅନ୍ତୁ ଏଵଂ ଏହି ରୋଗରୁ ଉପଶମ ପାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।