ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଛି ଯାହା ଇମୋସନାଲ କରି ଦେଉଥିବା ବେଳେ ଆଉ କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଝୁମି ଉଠନ୍ତି ୟୁଜର।ବିଶେଷ କରି ଗୀତ ନାଚ ଆଦି ଦେଖିବା ରେ ଅଧିକ ରୁଚି ପ୍ରକାଶ କରି ଥାନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏଭଳି ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଅଙ୍ଗନୱାଡ଼ି ଦିଦି ମାନଙ୍କ ଖୁବ୍ ସୁନ୍ଦର୍ ଡାନ୍ସ ଦେଖିବାକୁ ମିଳୁଛି। ଦିଦି ମାନେ ମିଳିତ ଭାବେ ଅରୁଣିମା ଏକ୍ସନ ସଙ୍ଗ “କାଉ ରାବିଲା କା…” ରେ ଖୁବ୍ ସୁନ୍ଦର୍ ଅଭିନୟ ସହ ଡାନ୍ସ କରିଛନ୍ତି ଯାହା ସୋସିଆଲ ମିଡିଆରେ ଏବେ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି।
ତେବେ ବର୍ତ୍ତମାନ ସମୟରେ ନୂଆ ଅରୁଣିମା ଅଧୀନରେ ପିଲାମାନଙ୍କୁ ଗୀତ, ନାଚ ଓ ବିଭିନ୍ନ ଧରଣର ମନୋରଞ୍ଜନଧର୍ମୀ କାର୍ଯ୍ୟ ଜରିଆରେ ପାଠ ପଢ଼ା ଯାଉଛି। ପତ୍ୟେକ ଅଙ୍ଗନଓ୍ଵାଡ଼ୀରେ ଏପରି କରା ଯାଉଛି। କାରଣ ପ୍ରାକ୍ ଶିକ୍ଷା ଦେବା ନିମନ୍ତେ ଛୋଟ ଛୋଟ ପିଲାମାନଙ୍କୁ ଏତେଟା ସହଜ ହୋଇ ନଥାଏ। କାରଣ ପିଲାମାନେ ଅତି କମ ବୟସର ହୋଇଥିବା ଯୋଗୁଁ ଅନେକ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରି ନଥାନ୍ତି। ତେଣୁ ଶିକ୍ଷାଦାନ ଗ୍ରହଣ କରିବାର ପ୍ରଥମ ସୋପାନରେ ଯଦି ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଆଗ୍ରହ ରଖିବେ ତେବେ ହିଁ ଆଗକୁ ଭଲ ପାଠ ପଢ଼ିବେ।
ସେଥିପାଇଁ ଆଜିକାଲି ନୂଆ ଅରୁଣିମା ଅଧୀନରେ ପିଲାମାନଙ୍କୁ ଗୀତ, ନାଚ ଓ ବିଭିନ୍ନ ଧରଣର ମନୋରଞ୍ଜନ ଧର୍ମୀ କାର୍ଯ୍ୟ ଜରିଆରେ ପାଠ ପଢ଼ା ଯାଉଛି।ଯେଉଁ କାରଣ ରୁ ଆଗ ଅପେକ୍ଷା ଏବେ ବହୁ ସଂଖ୍ୟାରେ ପିଲା ଅଙ୍ଗନୱାଡ଼ି କେନ୍ଦ୍ର ଆସୁଥିବାର ଦେଖିବାକୁ ମିଳୁଛି।ପୂର୍ବ ଅପେକ୍ଷା ବର୍ତ୍ତମାନ ଅଙ୍ଗନୱାଡ଼ି କେନ୍ଦ୍ରରେ ଅନେକ ସୁବିଧା ସରକାରଙ୍କ ପକ୍ଷରୁ ମିଳୁ ଥିବାର ଦେଖିବାକୁ ମିଳୁଛି। ସମସ୍ତେ ଏହାର ସୁଯୋଗ ନେଇ ସୁବିଧା ପାଇବା ଆବଶ୍ୟକ।
ତେବେ ଦିଦି ମାନଙ୍କ ଏଭଳି ନାଚ ଗୀତ ମାଧ୍ୟମରେ ପାଠପଢ଼ାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରୁଥିବା ର ଦେଖିବାକୁ ମିଳୁଛି। ଏହି ଭିଡିଓ କୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ଦୁଇ ମିଲିୟନ ଦର୍ଶକ ଦେଖି ସାରିଲେଣି। ତେବେ ଦିଦି ମାନଙ୍କ ଏଭଳି ଭିନ୍ନ ପ୍ରୟାସ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।