Odisha News Portal

ଡିସେମ୍ବର 15 ସୁଦ୍ଧା ଭୋଟ ତାଲିକାରେ ନାମ ଆବେଦନ କରନ୍ତୁ , କେମିତି କରିବେ ଆବେଦନ ଜାଣନ୍ତୁ….

ଭୋଟର ଆଇଡି କାର୍ଡକୁ ନେଇ କରି ଆସିଲା ବଡ ଖବର , ଯଦି ଭୋଟର ଆଇଡି କାର୍ଡ କରିନାହାନ୍ତି ତେବେ ଡିସେମ୍ବର 15 ସୁଦ୍ଧା କରିନିଅନ୍ତୁ । ଏହାକୁ ଉଭୟ ଅନଲାଇନ ଏବଂ ଅଫଲାଇନରେ କରିପାରିବେ ଆବେଦନ । ରାଜ୍ୟରେ ଭୋଟର ତାଲିକାରେ ନାମ ଦେବା , ସଂଶୋଧନ କରିବା ବା ବାଦ ପଡିବାରେ ଚାଲିଛି ସଂଶୋଧନ । ଏହି କଥାଟି ପ୍ରେସ ମିଟରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନଭେମ୍ବର 15 ରୁ ଏହା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର 15 ସୁଦ୍ଧା କରାଯାଇ ପାରିବ ଆବେଦନ ।

ଅଫ ଲାଇନରେ ଆବେଦନ କରିବାକୁ ବୁଥ ଲେବୁଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ । ଫର୍ମରେ ଫଟୋ , ପ୍ରମାଣ ପତ୍ର ଏବଂ ବାସ ସ୍ଥାନ ପ୍ରମାଣ ପତ୍ରରେ କରିପାରିବେ ଆବେଦନ । ସେହିପରି ଅନଲାଇନରେ www.nb.sb ରେ କ୍ଲିକ କରି ମଧ୍ୟ କରିପାରିବେ ଆବେଦନ । ବୋଟର ହେଲପଲାଇନ ମୋବାଇଲ ଆପରେ ମଧ୍ୟ ଆପଣ ମାନେ ଆବେଦନ କରିପାରିବେ ।

ନଭେମ୍ବର 15 ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର 15 ଯାଏ ଏହି ଆବେଦନ ପ୍ରକ୍ରିୟା ଜାରି ରହିବ । 15 ଡିସେମ୍ବରରୁ 5 ଜାନୁଆରୀ ପର୍ଯ୍ୟନ୍ତ ଆବେଦନ ପତ୍ରର ଯାଞ୍ଚ କରାଯିବ । ଏହା ପରେ ଯାଞ୍ଚ ପରେ ଆସନ୍ତା 15 ଜାନୁଆରୀରେ ପ୍ରକାଶ ପାଇବ ନୂଆ ଭୋଟ ତାଲିକା ।

ତେବେ ଏହା ହେଉଛି ଏକ ସୁବର୍ଣ୍ଣ ସୁଯୋଗ ଆପଣ ମାନେ ଏହି ସୁବିଦାର ପାଇଦା ଉଠାନ୍ତୁ ଏବଂ ନିଜର ନା ଯଦି ତାଲିକାରେ ନାହିଁ କିମ୍ବା ଆପଣ ମାନଙ୍କର ଭୁଲ ରହିଛି ଏବଂ ତାହାକୁ ଠିକ କରିବା ପାଇଁ ଚାହୁଁଛନ୍ତି ତେବେ ଅନଲାଇନ ବା ଅଫଲାଇନରେ ଆବେଦନ କରି ନିଜର ନାମକ ଏବଂ ସମସ୍ତ ବାୟୋଡାଟାକୁ ଭଲ ଭାବରେ ପୂରଣ କରିଦେବେ । ଯେଉଁ ମାନଙ୍କର ବୟସ 1 ଜାନୁଆରୀ 2021 ରେ 18 ବର୍ଷ କିମ୍ବା ତାଠାରୁ ଉର୍ଦ୍ଦ ଥିବ ସେହି ସମସ୍ତେ ଭୋଟର ତାଲିକାରେ ସେମାନଙ୍କର ନାମ ଦେବା ପାଇଁ ଯୋଗ୍ୟ ଅଛନ୍ତି ।

ତେବେ ଆପଣଙ୍କର ଆବେଦନରେ ଆପଣଙ୍କର ନାମ ଆସିଲା କି ନାହିଁ ଭୋଟର ତାଲିକାରେ ତାହା ଆପଣ ମାନେ 15 ଜାନୁଆରୀରେ ଜାଣିପାରିବେ । କାରଣ 15 ଜାନୁଆରୀ ଏହି ସମସ୍ତ ଆବେଦନର ଯାଞ୍ଚ କରାଯାଇ ତାହାର ଫଳାଫଳ ନିର୍ଧାରଣ କରାଯିବ କାହାର ହେଲା କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।