Odisha News Portal

2020 ରେ ଦେଶର ସବୁଠାରୁ ସର୍ବଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । 2020 ମସିହାରେ ଦେଶର ସର୍ବଶ୍ରେଷ୍ଟ ସାଂସଦର ମାନ୍ୟତା ପାଇଛନ୍ତି ବା ମନୋନିତ ହୋଇଛନ୍ତି ଭୂବନେଶ୍ବର ଲୋକସଭା ଆସନର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ବେଷ୍ଟ ପାର୍ଲିଆମେଣ୍ଟ ଅଫ୍ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ବା ତରଫରୁ ସର୍ବ ଭାରତୀୟ ସ୍ତରରେ ସର୍ଭେ ପରେ ଏହି ମହାନ ତଥା ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ।

ଆଉ ଏହି ଘୋଷଣା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ପାଖକୁ ଚାରି ଆଡୁ ଏବଂ ସବୁ ମହଲରୁ ପ୍ରଂଶସା ର ଲହରୀ ମାଡି ଆସୁଛି୍ । ତେବେ ଶ୍ରେଷ୍ଟ ରୂପରେ ମାନ୍ୟତା ପାଇବା ପରେ ଟ୍ବୁଇଟ୍ କରି ନିଜର ପ୍ରିତିକ୍ରିୟା ରଖିଛନ୍ତି ଭୂବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂସଦ ଅପରାଜିତା ଷଡଙ୍ଗୀ ନିଜର ପ୍ରିତିକ୍ରିୟାରେ କହିଛନ୍ତି ଯେ , ଗତ ବର୍ଷ ଲୋକ ମାନଙ୍କ ପାଇଂ ସେ କରି ଥିବା କାମର ଏ ହେଉଛି ସବୁଠାରୁ ବଡ ଗୋଟିଏ ମୋ ଜୀବନର ପୁରଷ୍କାର ସଦୃଶ । ଆଉ ଯାହା ତାଙ୍କୁ ଅନେକ ଶିକ୍ଷା ମଧ୍ୟ ଦେଇଛି । ତେବେ ଏଥି ସହିତ ସେ ସମସ୍ତ ଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି ।

ତେବେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଏହି କୃତିତ୍ବ ପାଇଂ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହେବା ସହିତ ପ୍ରଂଶସା ମଧ୍ୟ କରିବାରେ ଲାଗିଛନ୍ତି । ଅପରାଜିତା ଷଡଙ୍ଗୀ ରାଜ୍ୟ ରାଜନୀତିରେ ଏକ ବହୁତ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା ।

ଭୂବନେଶ୍ବର ଲୋକସଭା ଆସନରୁ ଲୋକସଭା ପାର୍ଥୀ ଭାବରେ ପ୍ରତ୍ୟକ୍ଷ ନିର୍ବାଚନ ଲଢି ସେ ଦୀର୍ଘ ଦିନ ଧରି ଶାସନ ଭାରରେ ଥିବା ଶାସକ ବିଜୁ ଜନତା ଦଳର ପାର୍ଥୀ ଅରୂପ ପଟ୍ଟନାୟକଙ୍କୁ ହରାଇ ଏହି ବିଜୟ ଲାଭ କରିଛନ୍ତି । ଆଉ ବର୍ତ୍ତମାନ ସେ ଭାରତୀୟ ଜନତା ପାର୍ଟି ର ଜଣେ ଆଗ ଧାଡିର ନେତ୍ରୀ ଏବଂ ତାଙ୍କ ହାତରେ ରହିଛି ଅନେକ କ୍ଷମତା ।

ତେବେ ରାଜ୍ୟ ବିଜେପିର ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସଂସାଦ ଅପରାଜିତା ଷଡଙ୍ଗୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନାଁ ଏଥିପ୍ରତି ତାଙ୍କର ଭୂମିକା ବହୁତ ମହତ୍ବପୂର୍ଣ୍ଣ । ଆଉ ଯେଉଂ କାରଣ ପାଇଂ ତାଙ୍କୁ ଦଳ ତରଫରୁ ବଡ ବଡ ପଦବୀ ମଧ୍ୟ ଦିଆଯାଉଛି ।

ବର୍ତ୍ତମାନ ତାଙ୍କୁ ମିଳିଛି ପୂଣି ଏକ ଗୁରୁ ଦାୟିତ୍ବ । ସୂଚନାଯୋଗ୍ୟ ସେ ପୂର୍ବରୁ ରାଷ୍ଟ୍ରିୟ ପ୍ରବକ୍ତା ଭାବରେ ନିଯୁକ୍ତି ପାଇଥିବା ବେଳେ ଏବେ ପୁଣି ତାଙ୍କୁ ବିଜେପି ତରଫରୁ 3 ଟି ରାଜ୍ୟର ମିଡିଆ ପ୍ରଭାରୀ ଦାୟିତ୍ବକୁ ତୁଲାଇବାକୁ ଯାଉଛନ୍ତି ।


ସୂଚନାଯୋଗ୍ୟ, ସାଂସଦ ଷଡଙ୍ଗୀଙ୍କୁ ନିକଟରେ 3ଟି ରାଜ୍ୟର ମିଡିଆ ପ୍ରଭାରୀ ଭାବେ କେନ୍ଦ୍ର ବିଜେପି ଦ୍ବାରା ନିଯୁକ୍ତି କରାଯାଇଛି । ତେବେ ନିଜ ଦ୍ବାୟିତ୍ବକୁ ତୁଲାଇବାରେ ଦୃଢ ଆତ୍ମବିଶ୍ବାସ ଏବଂ ବଦ୍ଧପରିପକ୍ବ ଥିବା ଅପରାଜିତା ବର୍ତ୍ତମାନ ଏହି ନୂଆ ଦାୟିତ୍ବକୁ କିଭଳି ଭାବରେ ତୁଲାଉଛନ୍ତି ତାହା କେବଳ ଦେଖିବା ପାଇଁ ରହିଲା ଏବଂ ତାହାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।