Odisha News Portal

ହେ ଭଗବାନ ! ଖଲିକୋଟ ବୋମା ବିସ୍ପୋରଣର ଭୟଙ୍କର ଦୃଶ୍ୟ ,ସିସିଟିଭିରେ ରେକର୍ଡ ହେଲା ବୋମା ବିସ୍ଫୋରଣର ସମ୍ପୂର୍ଣ୍ଣ ଭିଡିଓ……

0 5

ସାମ୍ନାକୁ ଆସିଲା ବୋମା ବିଷ୍ଫୋରଣ ର ଭୟଙ୍କର ଦୃଶ୍ୟ । ତେବେ ଏହି ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲା ଖଲିକୋଟ ଅନ୍ତର୍ଗତ ନିର୍ମଳ ଝର ନିକଟ ରେ ବାଇକ୍ ରେ ଦୁଇ ଜଣ ବ୍ୟକ୍ତି ବୋମା ନେଇ ଯାଉ ଥିବା ବେଳେ ଅଚାନକ ରାସ୍ତା ରେ ତାହା ବିଷ୍ଫୋରଣ ହୋଇ ଯାଇ ଥିଲା । ଆଉ ଏହି ଭୟଙ୍କର ଦୁର୍ଘଟଣା ରେ ଜମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇ ଥିଲା ଏବଂ ଆଉ ଜଣେ ଗୁରୁତର ଭାବରେ ଆହତ ହୋଇ ଥିଲେ ।

ତେବେ ଏହି ମାରାତ୍ମକ ଦୃଶ୍ୟ ନିକଟସ୍ଥ ଏକ ସିସି ଟିଭି ରେ ରେକର୍ଡ ହୋଇ ଯାଇ ଥିଲା । ତେବେ ଏହା ପରେ ଏହି ବୋମା ବିଷ୍ଫୋରଣର ଭିଡିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି୍ ଭାଇରାଲ ହେବାରେ ଲାଗି ଥିଲା । ତେବେ ଲଏହି ବିଷ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରି ପାରିବେ ନାହିଁ ।


ତେବେ ସିସିଟିଭି ଫୋଟେଜ୍ ରୁ ଦେଖିବାକୁ ମିଳିଛି ଯେ ଦୁଇ ଜଣ ବ୍ୟକ୍ତି ବାଇକ୍ ରେ ବହୁତ ଦୃତ ଗତି ରେ ଯାଉଥିବା ବେଳେ ଅଚାନକ୍ ବାଇକ୍ ଟି ସ୍ଲିପ୍ କରି ଯାଇ ଥିଲା ଆଉ ତାପରେ ହୋଇ ଯାଇଥିଲା ଭୟଙ୍କର ବିଷ୍ଫୋରଣ । ତେବେ ଘଟଣା ସ୍ଥଳରେ ପ୍ରାଣ ହରାଇ ଥିବା ଯୁବଙ୍କ ନାମ ମିଟୁ ମହାରଣା ହୋଇ ଥିବା ବେଳେ ଆହତ ଙ୍କ ନାମ ସିଲୁ ପ୍ରଧାନ ।

ଗୁରୁତର ଅବସ୍ଥାରେ ସିଲୁ ଙ୍କୁ ଖଲିକୋଟ ମେଡିକାଲ୍ ରେ ଭର୍ତ୍ତି କରା ଯାଇ ଥିଲା । ତେବେ ଏହି୍ ଘଟଣା ପରେ ସ୍ଥାନୀୟ ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲେ । ଲୋକ ମାନଙ୍କ ଭିତରେ ଯାହା ଚର୍ଚ୍ଚା ଚାଲିଛି , ଯେ ମିଟୁ ଏବଂ ସିଲୁ ଏକ ବାଇକ୍ ରେ ଯାଉ ଥିବା ବେଳେ ମିଟୁ ବୋମା ଧରି ପଛରେ ବସିଥିଲେ । ଆଉ ବାଟରେ ବାଇକ୍ ରୁ ପଡି ଯିବା ଫଳରେ ବୋମା ଫୁଟି ଯାଇ ଥିଲା ଏବଂ ଏଭଳି ଏକ ଅଘଟଣା ଘଟି ଯାଇଥିଲା ।

କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସେମାନେ ବୋମା କେଉଁ ଠାରୁ କେଉଁଠିକୁ ନେଉଥିଲେ ଏବଂ ଏହା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ଥିଲା ସେ କଥା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଖଲିକୋଟ ଥାନା ପୋଲିସ ଏ ନେଇ ତଦନ୍ତ କରୁଛି ଏବଂ ଖୁବ୍ ଶିଘ୍ର ପ୍ରକୃତ ଘଟଣା ଜଣା ପଡିବ ।

ତେବେ ଏହି ଘଟଣା ପରେ ସେଠାକାର ସ୍ଥାନୀୟ ଲୋକ ମାନେ ବହୁତ ଭୟଭୀତ ହେବା ସହିତ ସେଠାରେ ବର୍ତ୍ତମାନ ଏକ ବିଶଋଙ୍ଖଳା ମୟ ପରିବେଶ ମଧ୍ୟ ସୃଷ୍ଟି ହୋଇଛି । ଲୋକ ମାନେ ଏହି ଘଟଣା ର ସତ୍ୟା ସତ୍ୟା ଜାଣିହବା ପାଇଁ ମଧ୍ୟ ବ୍ୟଧିତ ହୋଇ ପଡିଛନ୍ତି ଏବଂ ପୋଲିସ ମଧ୍ୟ ତାର ତଦନ୍ତ ଆରମ୍ଭ କରି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।