Odisha News Portal

ଦେଖନ୍ତୁ ଭିଡିଓ !ଧୋନୀଙ୍କ ଝିଅ ଜିଭାଙ୍କର ଏକ DANCE ଭିଡିଓ ସୋସିଆଲ ମିଡିଆରେ ଏବେ ପ୍ରବଳ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ! ଦେଖନ୍ତୁ ଭିଡିଓ …..

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ । ଯିଏକି କ୍ୟାପଟେନ୍ କୁଲ୍ ଭାବେ ସାରା ବିଶ୍ବରେ ଚର୍ଚ୍ଚିତ । ମହେନ୍ଦ୍ର ସିଂ ଧୋନୀ ହେଉଛନ୍ତି ଜଣେ ଶାନ୍ତ ସ୍ବଭାବର ମଣିଷ, ଯାହାଙ୍କର ପ୍ରତ୍ୟେକ ଘଟଣା ପ୍ରତି ସାଧାରଣ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ଯେଉଁ ବି ଘଟଣା ତାଙ୍କ ସହ ଘଟେ ତାହା ଛୋଟ ହେଉ ବା ବଡ ସେ ସଙ୍ଗେ ସଙ୍ଗେ ନିଜର ପ୍ରତିକ୍ରିୟା ଦେଖାଇ ନଥାନ୍ତି । ଧୋନୀଙ୍କର ବହୁତ କମ୍ ରାଗ କ୍ରିକେଟ ଫିଲ୍ଡରେ ଦେଖିବାକୁ ମିଳିଥାଏ । ସେ ନିଜର କ୍ରୋଧ କେବେ ବି ଦେଖାଇ ପାରିନଥାନ୍ତି ।କିନ୍ତୁ କ୍ୟାପଟେନ୍ କୁଲ୍ ଙ୍କୁ ଯେତେବେଳେ ଅଲଗା କିଛି କରିବାର ଦେଖାଯାଏ ଫ୍ୟାନସ୍ ମାନେ ବହୁତ ଖୁସି ହୋଇଯାଇଥାନ୍ତି ।

କାରଣ ତାଙ୍କର ମଜାଳିଆ ସ୍ବଭାବ ଦେଖିବା ପାଇଁ ଫ୍ୟାନସ୍ ମାନେ ଅନେଇ ବସିଥାନ୍ତି । ସେମିତି ଏକ ମଜାଦାର ଭିଡିଓ ଧୋନୀ ଏବଂ ତାଙ୍କ ଝିଅ ଜିଭାଙ୍କର ଦେଖିବାକୁ ମିଳିଛି । ତେବେ ସେହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଧୋନୀଙ୍କ ଫ୍ୟାନ୍ ମାନେ ମଧ୍ୟ ଏହି ଭିଡିଓକୁ ଅଧିକ ମାତ୍ରାରେ ସେୟାର ଏବଂ ଲାଇକ୍ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଭିଡିଓ ବିଷୟରେ ।

ଦୀପାବଳି ଅବସରରେ ଧୋନୀଙ୍କ ଝିଅ ଜିଭାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଜିଭା ଏହି ଭିଡିଓରେ ସାରାରା ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଥିଲା । ଦୀପାବଳି ପରେ ଧୋନୀ ଏବଂ ତାଙ୍କ ଝିଅଙ୍କର ଏହି କ୍ୟୁଟ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଲା ।

ଆଉ ଏହି ଭିଡିଓକୁ ଧୋନୀଙ୍କ ଫ୍ୟାନସ୍ ମାନେ ମଧ୍ୟ ସେୟାର କରିଛନ୍ତି ଏବଂ ପ୍ରଶଂସକ ମାନେ୍ ମଧ୍ୟ ଏହି ଭିଡିଓ କୁ ଖୁବ୍ ଭଲ ପାଇବା ଦେଇଛନ୍ତି । ଆଉ ତା ଉପରେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ଜିଭାଙ୍କ ଏହି ଭିଡିଓ ଧୋନୀଙ୍କ ଅଫିସିଆଲ୍ ଆକାଉଣ୍ଟରେ ସେୟାର କରା ଯାଇଛି ।


ତେବେ ଧୋନୀଙ୍କ ଅପେକ୍ଷା ତାଙ୍କ ଝିଅ ଜିଭା ଏବଂ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି । ଆଉ ଇନଷ୍ଟୋଗ୍ରାମରେ ମଧ୍ୟ ଧୋନୀଙ୍କ ଝିଅ ଜିଭାଙ୍କର ଏକ ଆକାଉଣ୍ଡ ରହିଛି । ଆଉ ସେହି ଆକାଉଣ୍ଡରେ ଅନେକ ଫୋଲର୍ସ ମଧ୍ୟ ରହିଛନ୍ତି । ଏକ ମିଲିୟନରୁ ଅଧିକ ଲୋକ ଜିଭାଙ୍କ ଆକାଉଣ୍ଡକୁ ଫୋଲ କରିଛନ୍ତି । ଜିଭାଙ୍କର ଏହି ଭିଡିଓ ବର୍ତ୍ତମାନ 3 ଲକ୍ଷରୁ ଅଧିକ ଥର ଦେଖା ଯାଇଛି ।


କିଛି ଦିନ ପୂର୍ବରୁ ଜିଭାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଫୁଲକୁ ଚାହିଁ ରହିଥିଲେ । ତେବେ ଜିଭା ଯେଉଁଭଳି୍ ଭାବରେ କ୍ୟୁଟ ଭାବରେ ଫୁଲକୁ ଚାହିଁ ରହିଥିଲେ ତାହା ଦେଖି ବହୁତ ଖୁସି ଲାଗୁଥିଲା । ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଆନ୍ତ୍ରଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏବଂ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଆଇପିଏଲର ଏହି ସିଜିନରେ ଭଲ ପ୍ରଦର୍ଶନ କରିନଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।