ଦେଖନ୍ତୁ ଏହି ଭିଡିଓ ! ପିତାର ଜୀବନ ବଞ୍ଚାଇବାକୁ ଯାଇ ଝିଅ ହସ୍ପିଟାଲ ବେଡ୍ ରେ ଘଣ୍ଟା ଘଣ୍ଟା ସେଲାଇନ୍ ଧରି ଛିଡା ହେଲା ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭି଼ଡିଓ….

ମହାରାଷ୍ଟ୍ରର ଔରଙ୍ଗାବାଦ ସରକାରୀ ଡାକ୍ତରଖାନାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ବହୁତ ଲଜ୍ୟାଜନକ ଘଟଣା ଅଟେ । କାହିଁକିନା ସେହି ସରକାରୀ ହସ୍ପିଟାଲରେ ଗ୍ଲୁକୋଜ ବୋତଲର ଷ୍ଟାଣ୍ଡ ନଥିବାରୁ ଏକ ସାନ ଝିଅକୁ ତାର ବାପାର ଅପରେସନ ପାଇଁ ବହୁତ ଘଣ୍ଟା ଧରି ସେହି ଗ୍ଲୁକୋଜର ବୋତଲ ଧରିବାକୁ ପଡିଥିଲା । ତେବେ ଏହା ବହୁତ ବଡ ଲଜ୍ୟା ଜନକ ଘଟଣା ଅଟେ କି ଏତେ ବଡ ସରକାରୀ ହସ୍ପିଟାଲରେ ରୋଗୀ ମାନଙ୍କ ପାଇଁ ଗ୍ଲୁକୋଜର ବୋତଲ ଟାଙ୍ଗିବା ପାଇଁ ଷ୍ଟାଣ୍ଡ ନାହିଁ । ପେଟ ସମସ୍ୟା ଦ୍ୱାରା ଏକନାଥ କବଲି ଯେତେବେଳେ ଅପରେସନ ପାଇଁ ହସ୍ପିଟାଲ ଆସିଥିଲେ ସେହି ସମୟରେ ବୋତଲ ଷ୍ଟାଣ୍ଡ ନଥିବାରୁ ତାଙ୍କର 9 ବର୍ଷର ଝିଅଙ୍କ ଆଗରେ ବାପାର ଅପରେସନ କରାଗଲା ।

ଝିଅର ବୟସ ମାତ୍ର 9 ବର୍ଷ ଅଟେ ଏବେ ତାର ନାମ ଦ୍ରୁପଦା ଅଟେ । ତେବେ ଏହି ଛୋଟ ଝିଅଟି ଅପରେସନ ସରିବା ଯାଏ ତାର ବାପାର ଗ୍ଲୁକୋଜର ବୋତଲକୁ ଧରି ଛିଡା ହୋଇଥିଲା । ଖୋଲଦାବାଦର ଏକଜି ଗ୍ରାମରେ ହୁଥିବା ଏକନାଥଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇସାରିଛି ସେଥିପାଇଁ ଦ୍ରୁପଦାର ବାପାଙ୍କର ଅପରେସନ ପାଇଁ ତାଙ୍କ ଝିଅ ତାଙ୍କୁ ହସ୍ପିଟାଲ ନେଇ କରି ଆସିଥିଲା ।

ତେବେ ଅପରେସନ ଏପରି ଏକ କାମକୁ ନେଇ କରି ଯେତେବେଳେ ସେହି ହସ୍ପିଟାଲର ଡି କର୍ଣ୍ଣଲ ୟଲିଗାଙ୍କୁ ଏହି କଥା ପଚାରାଯାଇଥିଲା ସେ କହିଥିଲେ କି ତେବେ ସେ ସମସ୍ତ ଘଟଣାକୁ ହସ୍ପିଟାଲଙ୍କୁ ଆସୁଥିବା ରୋଗୀଙ୍କ ଉପରେ ଆରୋପ କରିଥିଲେ ।ହସ୍ପିଟାଲର ଡି କର୍ଣ୍ଣଲ ୟଲିଗା କହିଥିଲେ ବିଳମ୍ବିତ ରାତିରେ ଏକ ରୋଗୀଙ୍କର ମାଇନର ଅପରେସନ ହେବାର ଥିଲା ଯେଉଁଥିପାଇଁ ନର୍ସମାନେ ତାଙ୍କୁ ବେଡକୁ ନେଇ ଯାଇଥିଲେ ମାତ୍ର ସେହି ରୋଗୀ ପାଖରେ ଯେଉଁ ଆଇଭି ଷ୍ଟାଣ୍ଡ ଥିଲା ତାହା ବହୁତ ଛୋଟ ଥିଲା । ତେଣୁ ନର୍ସ ଜଣକ କହିଲେ କି ସେ ଅନ୍ୟ ଏକ ଆଇବି ଷ୍ଟାଣ୍ଡ ଆଣିବେ ବୋଲି ଏବଂ ସେ ଷ୍ଟାଣ୍ଡ ଆଣିବାକୁ ଗଲେ ।

ମାତ୍ର ଯେତେବେଳେ ସୋସିଆଲ ମିଡିଆରେ ଏହି ଫଟୋ ବାଇରାଲ ହେଲା ତେବେ ଏହି କଥାର ଯାଞ୍ଚ ପାଇଁ ଆନ୍ଦନଭାବନ ସେହି ହସ୍ପିଟାଲକୁ ତଦାରଖ କରିବାକୁ ଯାଇଥିଲେ । ଏହା ପରେ ସେ ସମସ୍ତ ତାର ଯାଞ୍ଚ ପରେ ବାପା ଏବଂ ଝିଅର ସମସ୍ତ କଥା ଶୁଣିବା ପରେ ସେ ଦୋଷ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାର ପଦକ୍ଷେପ ନେଇଥିଲେ ।

ତେବେ ହସ୍ପିଟାଲର ଡି କର୍ଣ୍ଣାଲ କହିଛନ୍ତି କି ଯିଏ ଦୋଷ କରିଥିବ ସେ ନିଶ୍ଚିତ ରୂପରେ ଦଣ୍ଡ ପାଇବ ଏବଂ ଆଗକୁ ଯେପରି ଏପରି କିଛି ନହେଉ ସେପ୍ରତି ବିଶେଷ ଧ୍ୟାନ ଦିଆଯିବ । ତେବେ ସେହି ହସ୍ପିଟାଲରେ 223 ସରକାରୀ ଡାକ୍ତର ଏବଂ ନର୍ସ ଏହା ସହିତ କର୍ମଚାରୀ ମଧ୍ୟ ଥିଲେ ମାତ୍ର ସେମାନଙ୍କୁ ଏହି ଛୋଟ ଝିଅର ଦୁଃଖ ଦେଖାଗଲା ନାହିଁ । ତେବେ ମହାରାଷ୍ଟ୍ରର ଏହି ହସ୍ପିଟାଲରେ ରୋଗୀ ମାନଙ୍କ ଚିକିତ୍ସା କରିବା ସହିତ ସେହି ହସ୍ପିଟାସର ଡାକ୍ତର ମାନଙ୍କ ମଧ୍ୟ ଚିକିତ୍ସା କରିବାର ଆବଶ୍ୟକତା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment