Odisha News Portal

ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ଯୁବତୀଙ୍କ ହାଇ ଭଲଟେଜ ଆକ୍ସନ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ……

ଆଜିର ଆଗାମୀ ଭବିଷ୍ୟତ ତଥା ଯୁବପିଢି ମାନେ ସେମାନଙ୍କର ପଥଭ୍ରଷ୍ଟ ହୋଇ ବିଭିନ୍ନ ପ୍ରକାର ଅସାମାଜିକ ତଥା କୁତ୍ସିତ କଦାକାର କାର୍ଯ୍ୟକଳାପ ସବୁ ଦେଖାଉଛନ୍ତି । ଆଉ ଯାହା ଅଧିକାଂଶ ସମୟରେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ମଧ୍ୟ ପାଲଟି ଯାଉଛି । ତେବେ ଅଳ୍ପ ବୟସରୁ ଯୁବକ ଯୁବତୀ ମାନଙ୍କର ଏହିଭଳି ଦୌରାତ୍ମ୍ୟ ତତା ଔଦ୍ଧତ୍ୟ ପଛରେ ସବୁଠାରୁ ବଡ କାରଣ ହେଉଛି ସେମାନଙ୍କର ବେପରୁଆ ଜୀବନ ଶୈଳୀ ଏବଂ କୁସଙ୍ଗ । କାହିଁକି ନାଁ ଅଳ୍ପ ବୟସରୁ କୁସଙ୍ଗ ମାନଙ୍କ ସହିତ ମିଶି ବିଭିନ୍ନ ପ୍ରକାର ଖରାପ ଜିନିଷର ସେବନ କରିବା , ଆଉ ଯାହା ଫଳରେ ଅନେକ ସମୟରେ ଦେଖା ଯାଇଛି ଯେ ସେମାନେ ଏସବୁରୁ ସେବନ କରି ବେଳେବେଳେ ନିଜ ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥାନ୍ତି ।

ଏହାପରେ ଏମିତି କିଛି କାଣ୍ଡ କରିବସନ୍ତି ଯାହା ସେମାନଙ୍କୁ ସମାଜରେ ଲଜ୍ଜିତ କରିବା ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ବି ଅପମାନିତ ହେବାକୁ ପଡିଥାଏ । ଏଥିପ୍ରତି ଟିକେ ହେଲେ ସେମାନଙ୍କର ଦୃଷ୍ଟି ନାହିଁ । ଏହିପରି ଗୋଟିଏ ଘଟଣା ଘଟିଛି ମୁମ୍ବାଇରେ ।


ତେବେ ସେଠାରେ ଯେଉଁ ଘଟଣା ଘଟିଛି ତାହା ସାଧାରଣରେ ବିଶ୍ବାସ କରିବା ସହଜ କିମ୍ବା ସମ୍ଭବପର ନୁହଁ। କାରଣ ସେଠାରେ ଜଣେ ଯୁବତୀ ଯେଉଁଭଳି ଭାବରେ କାଣ୍ଡ ଏଠାରେ ଲିଭାଇଛନ୍ତି ତାହା ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ । ଯାହାଙ୍କୁ ଆୟତକୁ ଆଣିବା ପାଇଁ 5ରୁ ଅଧିକ ପୋଲିସ୍ ମଧ୍ୟ ସକ୍ଷମ ହୋଇପାରି ନାହାନ୍ତି । ଘଟଣା ହେଉଛି ମୁମ୍ବାଇର ବରେଲି ପୋଲିସ୍ ଷ୍ଟେସନର ।

ସେଠାରେ ପୋଲିସ୍ ଜଣେ ଯୁବତୀଙ୍କ ସହିତ ତାଙ୍କର ଆଉ ଦୁଇ ବନ୍ଧୁଙ୍କୁ ଧରି ଥାନାକୁ ଆଣିବା ପରେ ଯୁବତୀଙ୍କ ଏହି ଭଳି କିଛି ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଯୁବତୀଙ୍କର ଔଦ୍ଧତ୍ୟ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ସେ ଥାନାର ଅଧାରୁ ଅଧିକ ଜିନିଷକୁ ଭାଙ୍ଗି ଦେଇଛନ୍ତି । ପୋଲିସ୍ କର୍ମଚାରୀଙ୍କୁ ବିଧା, ଗୋଇଁଠା ଆଦି ମାରି ଚାଲିଛନ୍ତି, ମନକୁ ଯାହା ଆସୁଛି ମଧ୍ୟ କରି ଚାଲିଛନ୍ତି ଥାନାରେ ।

ତେବେ ଯୁବତୀଙ୍କ ସହିତ ଥିବା ତାଙ୍କର ପୁଅ ସାଙ୍ଗ ମଧ୍ୟ ତାଙ୍କୁ ପଛପଟୁ କାବୁ କରି ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ଯୁବତୀ ଜଣଙ୍କ ଏତେ ମାତ୍ରାରେ ଉତ୍ତେଜିତ ହୋଇ ଯାଇଥିଲେ ଯେ ସେ କୌଣସି କଥାକୁ ବୁଝିବା ପରିସ୍ଥିତିରେ ହିଁ ନଥିଲେ । ନିଜର ମାନସିକ ଭାରସାମ୍ୟ ହରାଇ ମନକୁ ଯାହା ଆସୁଛି ତାହା ଗାଳି ଗୁଲଜ କରୁଛନ୍ତି ପୋଲିସଙ୍କୁ । ଆଉ ଯାହା ଫଳରେ ସେଠାକାର ପରିସ୍ଥିତି ଏକ ପ୍ରକାର ଅଣାୟତ୍ତ ହୋଇଯାଇଥିଲା ।


ଯୁବତୀ ଜଣଙ୍କ ନିଶା ସେବନ କରିଛନ୍ତି ବୋଲି ତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଭାବରେ ବାରି ହେଉଥିଲା । ତାଙ୍କର ବିଚ୍ ରାସ୍ତାରେ କିଛି ଦଣ୍ଡନୀୟ ଘଟଣା ପାଇଁ ପୋଲିସ୍ ତାଙ୍କୁ ଧରି ଥାନାକୁ ଆଣିଥିଲା । ନିଶା ସେବନ କରିଥିବାରୁ ଥାନାରେ ପହଞ୍ଚି ଏପରି କାର୍ଯ୍ୟକଳାପ ସବୁ କରି , ଆଇନ୍ କୁ ହାତକୁ ନେବା, ଥାନାରେ ଭଙ୍ଗାରୁଜା କରିବା ନେଇ ଉକ୍ତ ଯୁବତୀଙ୍କ ନାମରେ ଥାନା ପକ୍ଷରୁ ଅନେକ ଦଫା ଲଗାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।