Odisha News Portal

ଦେଖନ୍ତୁ ଭିଡିଓ !ବୈତରଣୀର ପୋଲ ଉପରେ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ହଟାତ୍ ଏହି ଯୁବକ ଜଣଙ୍କ ଯାଇ ଏମିତି କିଛି କରିଦେଲେ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ…..

ବୈତରଣୀର ପୋଲ ଉପରେ ମହିଲା ଜଣକ ଏମିତି ଚାଲୁଛନ୍ତି କେମିତି , ତାଙ୍କୁ କଣ ଡର ଲାଗୁନି ନଦୀପଟରୁ ପ୍ରାୟ 40 ଫୁଟ ଉପରେ ଛିଡା ହୋଇଛନ୍ତି ମହିଳା ଜଣକ । ସେ ତା ଉପରେ ନିର୍ଭୟ ହୋଇ ଚାଲୁଛନ୍ତି , ଯେମିତିକି ତାଙ୍କୁ ପଡିଯିବାର ଆଦୌ ଭୟ ହିଁ ନାହିଁ । ଧୀରେ ଧୀରେ ସେଠାରେ କିଛି ଲୋକମାନେ ମଧ୍ୟ ଜମା ହୋଇଗଲେଣି ତେବେ ଆପଣ ମାନେ ଭାବୁଥିବେ ସେଠି କଣ ଚାଲିଛି । ତେବେ ଏହା କୌଣସି ସର୍କସ ନୁହେଁ ବରଂ ମହିଳା ଜଣକ ସେଠାକୁ ଆତ୍ମହତ୍ୟା କରିବା ପାଇଁ ଆସିଛନ୍ତି ।

ଯାହା ଫଳରେ କି ସେ ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ତେବେ ନଦୀକୁ ଡେଇଁବା ପାଇଁ ମହିଳା ଜଣକ ପୂରା ପ୍ରସ୍ତୁତ ରହିଛନ୍ତି । ଭୟରେ ଲୋକମାନେ ତାଙ୍କ ପାଖକୁ ମଧ୍ୟ ଯାଉ ନାହାନ୍ତି କାରଣ କାଳେ କେହି ପାଖକୁ ଗଲେ ସେ ଡେଇଁ ପଡିବେ ।

 

 ସେଥିପାଇଂ ସମସ୍ତେ ଦୂରରୁ ଛିଡା ହୋଇ ପଚାରି ବୁଝି ତାଙ୍କୁ ନଡେଇଁବା ପାଇଁ କହୁଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଲିଥିଲା ୟାଜପୁର ଜିଲ୍ଲା ପାଣିକୋଇଲି ଅନ୍ତର୍ଗତ ଆଣ୍ଟୁଆପଡାରେ । 16 ନମ୍ବର ଜାତୀୟ ରାଜପଥ ଉପରେ ରହିଛି ଏହି ବୈତରଣୀ ବିଚ , ତାହାରି ଉପରେ ଛଡି ମହିଲା ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ଯାହାକୁ ଦେଖି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମହିଳାଙ୍କୁ ବୁଝାଇ ତଳକୁ ୱହ୍ଲାଇଥିଲେ ।

ମହିଳା ଜଣକ ଅନେକ ସମୟ ଧରି ନିଜ ଜିଦରେ ଅଟଳ ରହିଥିଲେ । ତଳକୁ ୱହ୍ଲାଇବା ପାଇଁ ମନା କରିଦେଇଥିଲେ , ସେମିତି ଅନେକ ସମୟ ଧରି ବ୍ରିଜର ବାଡା ଉପରେ ଛିଡା ହୋଇଥିଲେ । ତାପରେ ବହୁତ ବୁଝାସୁଝା ପରେ ସେ ତଳକୁ ୱହ୍ଲାଇଥିଲେ । ଏହା ପରେ ତାଙ୍କୁ ସ୍ଥାନୀୟ ଲୋକ ପାଣିକେଇଲି ତାନା ପୋଲିସ ପାଖରେ ଦେଇଥିଲେ । ସୂଚନା ଅନୁସାରେ ଏହି ମହିଳାଙ୍କ ଗର ବାଲେଶ୍ୱର ଜିଲ୍ଲା କନ୍ଦପଡା ଅଞ୍ଚଳରେ , ସେ ପ୍ରାୟ ବର୍ଷେ ତଳେ କେନ୍ଦ୍ରାପଡା ଜିଲ୍ଲା ନନ୍ଧୀପଦା ଅଞ୍ଚଳର ଷଡଙ୍ଗ ତାନା ଅନ୍ତର୍ଗତ ସନ୍ଦୀପ ପଡିଆରୀଙ୍କୁ ବିବାହ କରିଥିଲେ ।

ଗତ 6 ମାସ ହେବ ସ୍ୱାମୀ ତାଙ୍କ ସହ କୌଣସି ସଂପର୍କ ନରଖି ତାଙ୍କୁ ଏଡାଇ ଚାଲିଛନ୍ତି । ଯାହା ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଛି । ତାଙ୍କୁ ଶାସୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ ସେ ପୂର୍ବରୁ ନନ୍ଦୀପଦା ଥାନାରେ ଏତେଲା ଦେଇଥିଲେ ମାତ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଟାନ ନିଆଯାଇ ନଥିଲା । ସେଷରେ ସେ ଅତିଷ୍ଟ ହୋଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।