Odisha News Portal

ଦେଖନ୍ତୁ ଭିଡିଓ । ଉଚ୍ଚ ଶିକ୍ଷିତ Phd ଯୋଗ୍ୟତା ପ୍ରାପ୍ତ ଭିକାରୀଙ୍କ ଅନର୍ଗଳ ଇଂରାଜୀ ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

0 252

ବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ସେହି ଘଟଣା ଗୁଡିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରତିୟ ମାନ ହୋଇଥାଏ କିନ୍ତୁ ତା ପଛରେ ଏମିତି ଏକ ସତ୍ୟ କାହାଣୀ ରହିଥାଏ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହିପରି ଘଟଣା ଗୁଡିକ ଆମେ କେବଳ ଆମର ଗଣତାନ୍ତ୍ରୀକ ରାଷ୍ଟ୍ରର ମୁକ୍ତ ଗଣ ମାଧ୍ୟମ ଦ୍ବାରା ହିଁ ଜାଣିବାକୁ ପାଇଥାଉ ।

ତେବେ ଆଜି ଆମେ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟଚକିତ ହୋଇଯିବେ । ପ୍ରତ୍ୟେକ ବାପାମାଁଙ୍କର ସ୍ବପ୍ନ ଥାଏ ତାଙ୍କ ପିଲାମାନେ ପାଠପଢି ବଡ ମଣିଷଟେ ହେବେ ଏବଂ ବୃଦ୍ଧକାଳରେ ସେମାନଙ୍କର ଟିକେ ସେବାଯତ୍ନ କରିବେ ।

ପୁଅ ବଡ ହୋଇ ରୋଜଗାର କରିବ ଏବଂ ବାପାଙ୍କର ଦୁଃଖ ଦୂର କରିବ, ଆଉ ସେହି ଆଶାରେ ପିଲାଙ୍କୁ ପାଢ ପଢାଇଥାନ୍ତି ବାପା ମାଁ । ହେଲେ ଆମ ସରକାର କଣ ସମସ୍ତଙ୍କୁ ତାଙ୍କର ଯୋଗ୍ୟତା ଅନୁସାରେ ଚାକିରିଟିଏ ଦେଇଥାନ୍ତି । ଆଜି ବି ଭାରତରେ ହଜାର ହଜାର ଯୁବପିଢି ପାଠପଢି ମଧ୍ୟ ବେକାର ହୋଇ ବସିଛନ୍ତି । ସେମାନଙ୍କ ପାଇଂ ସରକାରଙ୍କ ତରଫରୁ କିଛି ବି ସୁବିଧା କରାଯାଇନାହିଁ ।

ଯେତେବେଳେ କି ସେମାନେ ଅନେଇ ସବିଥାନ୍ତି କେବେ ସରକାର ସେମାନଙ୍କ ଉପରେ ତାଙ୍କର କୃପାଦୃଷ୍ଟି ଟିକେ ପକାଇବେ କିନ୍ତୁ ଦୁର୍ଭାଗ୍ୟର କଥା ସେମିତି କିଛି ବି ହୁଏନାହିଁ ।

ଅନେକ ପ୍ରକାର ମାନସିକ ଦୁଶ୍ଚିନ୍ତା ସେମାନଙ୍କୁ ଘାରି ରହିଥାଏ ଏବଂ ଶେଷରେ କିଛି ରାସ୍ତା ନପାଇ କିଏ ପରିବା ବ୍ୟବସାୟ କରୁଛି ତ ପୁଣି ଆଉ କିଏ ଭିନ୍ନ କାମନ୍ଧତା କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ଏହାରି ଭିତରେ ପ୍ରଶ୍ନ ଉଠେ ଏମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ସମ୍ମାନ ଜଣାଇବା ପାଇଁ କୌଣସି ପ୍ରକାର ସାହାଯ୍ୟ ସରକାରଙ୍କ ପକ୍ଷରୁ ସମ୍ଭବପର ନୁହେଁ କି ।


ଆମେ ଆଜି ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାର ଉଦାହରଣ ନିକଟ ଅତୀତ ମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି । କିପରି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ସମୟର କରାଳକାୟ ଭିତରେ ପେଶି ହୋଇ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଇଛନ୍ତି ତ ପୁଣି କିଏ ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି ।

ନିକଟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା । ଯେଉଂଥିରେ ଜଣେ ଭିକାରୀ ବିଭିନ୍ନ ରେଳଷ୍ଟେସନରେ ବୁଲିବୁଲି ଭିକ୍ଷାବୃତ୍ତି କରିଥାନ୍ତି । ତାଙ୍କର ପୋଷାକ ପରିଧାନକୁ ଦେଖିଲେ ଲାଗୁଛି ଯେମେତି ସେ ଜଣେ ଚିରା ଚରିତ ଭିକାରୀ ।

ପାଠନପଢି ଅଭାବ ଅନଟନରେ ନିଜର ଜୀବନ କାଟୁଛନ୍ତି , କିନ୍ତୁ ପ୍ରକୃତରେ ତାହା ନୁହେଁ । ସେ ଏଭଳି ଭାବରେ ଇଂରାଜୀ କହୁଛନ୍ତି ଯାହାକୁ ଶୁଣିଲେ ଆପଣ କେବଳ ଚାହିଁରହିଯିବେ ଏବଂ ଚକ୍କିତ ହୋଇଯିବେ । ତେବେ ସେହି ଭିକାରୀ ଜଣଙ୍କ ପିଏଚଡି ଡିଗ୍ରୀ ହାସଲ କରିଥିବା ଜଣାପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।