Odisha News Portal

ଦେଖନ୍ତୁ ଭିଡିଓ ସୋସିଆଲ୍ ମିଡିଆରେ ନିଆଁଭଳି ଭାଇରାଲ୍ ହେଲା ବର୍ଷା ପ୍ରିୟଦର୍ଶିନୀ ଶାଶୁଘରର ଆଉ ଏକ ଭିଡିଓ

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ତଥା ଓଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ବର୍ଷା ପ୍ରିୟଦର୍ଶନୀ ଏବେ ହେଉଛନ୍ତି ଓଡିଶାର ଏକ ବହୁ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଆୁ ଏହାର ମୁଖ୍ୟ କାରଣ ହେଉଛି ବର୍ଷା – ଅନୁଭବଙ୍କ ବିବାଦ ।

ଆପଣ ମାନେ ଜାଣିଥିବେ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି ଆଉ ଏହି ମକର ସଂକ୍ରାନ୍ତି ଓଡିଆ ଘରର ଏକ ବଡ ପରମ୍ପରା । ଏହି ମକର ସଂକ୍ରାନ୍ତିରେ ଓଡିଆ ଘରର ଝିଅ ବୋହୂମାନେ ନିିଜ ଘରର ଦେବାଦେବୀଙ୍କୁ ପୂଜା କରିବାସହିତ ପିଠାପଣା ମଧ୍ୟ କରିଥାନ୍ତି ।

ମକର ସଂକ୍ରାନ୍ତିକୁ ମଧ୍ୟ ଭାରତର ଅନେକ ଗୁଡ଼ିଏ ସ୍ଥାନରେ ଗୁଡିଉଡା ପର୍ବ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଆଜି ଆମେ ଦେଖିବା ଓଡିଆ ସିନେ ଜଗତ ର ନାୟିକା ବର୍ଷା ପ୍ରିୟଦର୍ଶିନୀ କିଭଳି ଭାବରେ ମକର ସଂକ୍ରାନ୍ତି ପାଳନ କରୁଛନ୍ତି।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ଘରେ ଅର୍ଥାତ ନିଜ ଶାଶୂ ଘରେ ବେଶ୍ ଧୁମଧାମରେ ମକର ସଂକ୍ରାନ୍ତି କୁ ପାଳନ କରୁଛନ୍ତି ।

ତେବେ ବର୍ଷା ଅନୁଭବ ଙ୍କ ଘରେ ଥିବା ସମସ୍ତ ଦେବାଦେବୀ ଙ୍କ ମୂର୍ତ୍ତି ଏବଂ ଫଟୋ ଗୁଡିକୁ ଫୁଲ ଏବଂ ମାଳ ପିନ୍ଧେଇ, ଦ୍ବିପ ଜାଳି ପୂଜା କରୁଛନ୍ତି ଏବଂ ଭଗବାନଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରୁଛନ୍ତି । ଆଉ ଏହା ପରେ ସେ ଘରର ଛାତ ଉପରକୁ ଯାଇ ଗୋଟିଏ ଦିଗକୁ ମୁହଁ କରି ହାତ ଯୋଡ଼ି ଭଗବାନ ଙ୍କୁ ପ୍ରାର୍ଥନା କରୁଛନ୍ତି ।

ତେବେ ନିକଟ ଅତୀତରେ ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ଏବଂ ଦୁଇଜଣ ଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଆଉ ଏହାକୁ ନେଇ ଅନେକ ମକର୍ଦମା ମଧ୍ୟ ଚାଲିଥିଲା ଏବଂ ତାସିହତ ଏହି ଘଟଣା ହାଇକୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା ।

କିନ୍ତୁ ଏତେ ସବୁ ପରେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ଘରେ ବହୁତ ଆନନ୍ଦ ଏବଂ ଉଲ୍ଲାସର ସହିତ ମକର ସଂକ୍ରାନ୍ତି କୁ ପାଳନ କରିଛନ୍ତି ପରିବାର ଲୋକ ଙ୍କ ସହିତ । ତେବେ ସେ ବହୁତ ଖୁସି ରଙିଥିବା ମଧ୍ୟ ନଜରରେ ଆସିଛନ୍ତି ।

ତେବେ ମକର ସଂକ୍ରାନ୍ତି ପାଳନ କରିବା ଅବସରରେ ସେ ଘରେ ସବୁ କାର୍ଯ୍ୟ ସାରି ମନ୍ଦିର ଯାଇଥିଲେ । ଆଉ ମନ୍ଦିର ଯାଇ ସେଠାରେ ବ୍ରାହ୍ମଣ ଏବଂ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିଛନ୍ତି । ତେବେ ଶେଷରେ ଆପଣ ମାନଙ୍କୁ ମକର ସଂକ୍ରାନ୍ତି ର ହାର୍ଦ୍ଦିକ ଅଭିନନ୍ଦନ ବୋଲି ଜଣାଇଥିଲେ ଏବଂ ଆପଣ ମାନେ ମଧ୍ୟ ଏମିତି ଖୁସିରେ ମକର ସଂକ୍ରାନ୍ତି ପାଳନ କରନ୍ତୁ ବୋଲି ଶୁଭେଚ୍ଛା ଦେଇ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।