Odisha News Portal

ଦେଖନ୍ତୁ ଭିଡ଼ିଓ ! ପିକନିକ କରିବାକୁ ଯାଇ ଫଟୋ ଉଠାଇବା ସମୟରେ ନଦୀରେ ଭାସିଗଲେ ଯୁବତୀ, ମୃତ୍ୟୁ ବେଳର ଭିଡ଼ିଓ ହେଉଛି ଭାଇରାଲ

ସେଲଫି ନେବା ହେଲା କାଳ , କାରଣ ସେଲଫି ନେବା ସମୟରେ ପାଣିରେ ଭାସିଯାଇ ମୃତ୍ୟୁବରଣ କଲେ ଯୁବତୀ । ରାଜଗାଦପୁର କୁମ୍ଭାର ପଡାର ନିରୁପମା ଗଜପତି ଇବ ନଦୀର ପାଣି ସୁଅରେ ପଥର ଉପରେ ଛିଡା ହୋଇ ସେଲଫି ନେଉଥିଲେ । ତେବେ ସେ ସେଲଫି ନେଉଥିବା ସମୟରେ ଏକ ଯୁବକ ତାଙ୍କ ପାଖକୁ ଆସିବା ସମୟରେ ଖସି ପଡିଥିଲେ , ତେବେ ସେ ଖସି ପଡିବା ସମୟରେ ସେହି ଯୁବକଙ୍କର ହାତ ବାଜିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅରେ ପଡିଯାଇଥିଲେ , ତାହା ପରେ ଦୀର୍ଘ 22 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କର ମୃତ ଦେହ ଉଦ୍ଦାର କରାଯାଇଥିଲା ।

ତେବେ ଏହି ଘଟଣାଟି ଜାନୁଆରୀ 3 ତାରିଖ ଦିନ ଘଟିଥିଲା । ତେବେ ପିକନିକ କରିବା ପାଇଁ କୁମ୍ଭାରପଡା ଅ଼ଞ୍ଛଳର 16 ଜଣିଆ ଗୋଟିଏ ଟିମ ପିକନିକ କରିବା ପାଇଁ ଯାଉଥିଲେ ଏବଂ ସେହି ପିକନିକ କରିବା ସମୟରେ ସେହି ଯୁବତୀ ଜଣକ ନିରୁପମା ସେଲଫି ନେଉଥିବା ସମୟରେ ଜଣେ ଲୋକଙ୍କର ହାତ ବାଜିଯିବାରୁ ନିଜର ଭାରସାମ୍ୟ ହରାଇ ସେ ନଦୀରେ ପଡିଯାଇଥିଲେ ।

 ମାତ୍ର ପୂର୍ବରୁ କୁହାଯାଉଥିଲା କି ସେଲଫି ନେବା ସମୟରେ ଯୁବତୀଙ୍କର ଗୋଡ ଖସିଗଲା ଏବଂ ସେ ନଦୀରେ ପଡିଯାଇଥିଲେ ବୋଲି ଏହି କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ମାତ୍ର ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଚି ସେଥିରୁ ଜଣାପଡୁଛି କି ଯୁବତୀଙ୍କର ମୃତ୍ୟୁ କେମିତି ହୋଇଥିଲା ।

ଏହି ପ୍ରକାର ଏକ ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଏ ନେଇ ବହୁତ ଚିନ୍ତିତ ରହିଛନ୍ତି । ତେବେ ତାଙ୍କର ପରିବାର ଲୋକମାନେ ସେହି ସମୟରେ ସେଟାରେ ନଥିଲେ ସେମାନେ ଅନ୍ୟ କାମରେ ବ୍ୟସ୍ତ ଥିବା ସମୟରେ ଯୁବତୀ ଜଣକ ସେହି ପାଣି ପାଖରେ ଯାଇ କରି ସେଲଫି ନେଉଥିଲେ ।

ତେବେ ପରିବାରର ଲୋକ ମଧ୍ୟ ଏବେ ପର୍ଯ୍ୟନ୍ତ ସେହି ଘଟଣାରୁ ନିଜରୁ ବାହାର କରିପାରି ନାହାନ୍ତି । କାହିଁକିନା ସେ ଯୁବତୀ ଜଣକଙ୍କର ନିର୍ବନ୍ଧ ସରିଥିଲା ଏବେ ମେ ମାସରେ ତାଙ୍କର ବିବାହ ହେବାର ଥିଲା । ତେବେ ବିବାହ ହେବା ପୂର୍ବରୁ ଏପରି ଏକ ଘଟଣା ଘଟିବ ବୋଲି କେହି କେବେ ଭାବିନଥିଲେ । ତେବେ ପରିବାର ଲୋକମାନେ ଏବେ ବହୁତ ସକରେ ଅଛନ୍ତି ତାଙ୍କର ବାପାଙ୍କର ଦେହ ସୁସ୍ଥ ନାହିଁ ।

କାରଣ ଝିଅର ସବାରୀ ଉଠିବାର ଥିଲା ମାତ୍ର ତା ବଦଳରେ କୋକେଇ ଉଠିବାର ଦେଖି କେହି ବାପା ମା କେମିତି ସହ୍ୟ କରିବେ । ତେବେ ତାଙ୍କ ବାପାଙ୍କୁ ତିନି ଦିନ ପରେ ଜଣାଗଲା କି ତାଙ୍କର ଝିଅ ଆଉ ନାହିଁ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।