Odisha News Portal

ନିଜ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କଲେ ମାଲକାନଗିରି ର ଝିଅ ! ଭିଡିଓ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ…..

ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ । ଆଉ ଏହି କାରଣରୁ କୋଣସି ଘଟଣାକୁ ଲୁଚେଇ ରଖିବା ଆଉ ସମ୍ଭବ ହୋଇ ପାରୁନାହିଁ ।

ତେବେ ଏହି ଘଟଣାଟି 2020 ଜାନୁୟାରୀ ମାସର । ଘଟଣା ଅନୁସାରେ ଜଣେ କଲେଜ ଛାତ୍ରୀ ,ନିଜର ଲାଇଭ୍ ଭିଡିଓ କରି କଲେଜ ଟିଚର୍ ମାନଙ୍କର ଅଭଦ୍ରାମୀ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଝିଅଟି ଘଡେଇ କଲେଜରେ +2 ଦ୍ବତୀୟ ବର୍ଷ ରେ ପଢୁଛନ୍ତି । ପରୀକ୍ଷାର 2 ମାସ ପୂର୍ବରୁ ସେ ଏହି ଭିଡିଓ କରିଥିଲେ । ତାଙ୍କ କହିବା ଅନୁଯାୟୀ ତାଙ୍କୁ କ୍ଲାସରେ ଠିଆ କରି ବ୍ଲାକବୋର୍ଡ ପାଖକୁ ନେଇ ତାଙ୍କର ଶିକ୍ଷକ କହିଲେ କି ସେ କଣ ପାଇଁ ପାଠପଢୁ ନାହିଁ ।

ତେବେ ଭାରତ ବନ୍ଦ ଥିବା ଯୋଗୁଁ ସେ କଲେଜ ଆସିନଥିଲେ କିନ୍ତୁ କଲେଜ୍ ହୋଇଥିଲା । ତେଣୁ ଯାହା ସବୁ ପାଠପଢା ହୋଇଥିଲା ସେସବୁ ପଢିନଥିଲେ ଏବଂ କହିଥିଲେ କି ସେ କଲେଜରେ ଏପସେଣ୍ଡ ଥିଲେ ତେଣୁ ସେ କହିପାରିବେ ନାହିଁ ।

ଯାଯପୁର ଝିଅ ମାଲକାନଗିରିରେ ପଢୁଥିବାରୁ ସେ ଭାରତ ବନ୍ଦ ହେବା କାରଣରୁ କଲେଜ ଆସିପାରିନଥିଲେ । ତେଣୁ ତାଙ୍କୁ କହିଲେ କି ଯାଇ ବ୍ଲାକବୋର୍ଡରେ ଲେଖିବା ପାଇଁ କିନ୍ତୁ ଝିଅଟି କହିଥିଲା କି ସାର୍ ମୁଁ କାଲି ଆସିନଥିଲି ତେଣୁ ମୁଁ ପଢିନି । ଆଉ ସେହିଠାରେ ସାର୍ କହିଥିଲେ କି କାହିଁକି ତୁ କାଲି ଆସିଲୁନି ତୁ ପରୀକ୍ଷାରେ ଫେଲ୍ ହୋଇଯିବୁ ।

ଏହାପରେ ତାଙ୍କ ଅଭିଭାବକଙ୍କୁ ଫୋନ୍ କରିଲେ ଏବଂ ତାଙ୍କୁ କହିଲେ କି ଆପଣଙ୍କ ପିଲାକୁ ଆମେ ଆଡମିଟ୍ କାର୍ଡ ଦେବୁନି । ସେ କ୍ଲାସରେ ଭଲ ପାଠପଢୁ ନାହିଁ ଏବଂ ଫେଲ୍ ହୋଇଯିବ ।

ଏହାପରେ ପୁଣି ଝିଅଟିକୁ କହିଲେ ତୁମର ଗାଡିଆନ୍ ଆମକୁ ଖାତିର କରୁନାହାଁନ୍ତି ଏବଂ ଆମ ସହିତ ଯୁକ୍ତି କରୁଛନ୍ତି । ଏହାପରେ ତାଙ୍କୁ ବସିବା ପାଇଁ କହିଲେ । ଆଉ ପୁଣି ଥରେ ତାଙ୍କୁ କହିଲେ ତୁ କାଲିଠାରୁ କଲେଜ ଆସିବୁନି , କଲେଜ ଆସି କଣ୍ କରିବୁ, ତୋର ରେଜଲ୍ଟ ଭଲ ହେବନି ।

ଶେଷରେ ପୁଣି ଥରେ କହିଲେ ତୁ ଫେଲ୍ ହୋଇଯିବୁ 30ପ୍ରତିଶତ ରଖି ପାରିବୁନି ଏବଁ ଆମେ ଜଣଙ୍କୁ କହିବୁ କି ତତୋ ପୂରା ଫେଲ୍ କରିଦେବେ ଏବଂ ଆଡମିଟ୍ କାର୍ଡ ବି ଦେବେନି , କେତେ ନେହୁରା ହେବେ ତୋ ପ୍ୟାରେଣ୍ଟସ୍ ଦେଖିବା । କ୍ଲାସରେ କହୁଛନ୍ତି ଚୁଟି ଘୋଷାଡିକୁ ବାଡେଇବେ । ସମସ୍ତ ବିଷୟରେ ମିଶିକି ବି ତୁ 30 ମାର୍କ ରଖି ପାରିବୁ ନାହିଁ ।


କଲେଜ ଛାତ୍ରୀ ଜଣଙ୍କ ବହୁତ ଗରିବ ଏବଂ ସେ ତାଙ୍କ ଅଜାଆଈଙ୍କ ପେନସନ୍ ଟଙ୍କାରେ ପାଠପଢୁଛନ୍ତି । ତେବେ ତାହା ଗୋଟିଏ ପ୍ରାଇଭେଟ୍ କଲେଜ । ସେଠାରେ ପିଲାମାନଙ୍କୁ ଟିଚର୍ ମାନେ ବହୁତ ଟର୍ଚର କରୁଛନ୍ତି । କିନ୍ତୁ କେହି ବି କେବେ ମୁହଁ ଖୋଲୁ ନାହାଂନ୍ତି କାହିଁକି ନାଁ ଟଙ୍କା ଦେଇ ପାଠ ପଢୁଛନ୍ତି ଆଉ କହିଲେ ଆଡମିଟ୍ କାର୍ଡ ଦେବେନି ତେଣୁ ଡରରେ କେହି ବି ମୁହଁ ଖୋଲୁନାହାଁନ୍ତି ।

ତାଙ୍କର କହିବା କଥା ଟିଚର୍ ପିଲାମାନଙ୍କର କ୍ୟାରିୟର ନଷ୍ଟ କରିଦେବା କଥା କେତେ ଦୂର ଠିକ୍ ଆପଣ ଥରେ ନିଜେ ଚିନ୍ତା କରନ୍ତୁ ଏବଂ ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।