ଆପଣ ମାମେ ବର୍ତ୍ତମାନ ସମୟରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଗୁଡିକ ଶୁଣୁଥିବେ । ସମାଜରେ ଏପରି କିଛି ଘଟଣା ଘଟି ଯାଉଛି ଯାହାକି ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । କାହିଁକି ନା ଏପରି ଘଟଣା ଗୁଡିକ ଆଗରୁ କେବେ ଶୁଣିବାକୁ ମିଳି ନଥିଲା । ଯୋଉଁଥି ପାଇଁ କି ଆମକୁ ଏହି ଘଟଣା ଗୁଡିକ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ଥାଏ । କିନ୍ତୁ ଏବେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ଯାହାକି ଆଗରୁ କେବେ ଘଟି ନାହିଁ ।ଯୁଗ ବଦଳିଛି ଏବଂ ଯୁଗ ସହିତ ତାଳ ଦେଇ ମଣିଷ ମଧ୍ୟ ବଦଳିବାରେ ଲାଗିଛି । ଏହା ସତ ଯେ ମଣିଷର ବୁଦ୍ଧି, କୌଶଳ ବହୁ ମାତ୍ରାରେ ବଦଳିଛି କିନ୍ତୁ ଲୋକମାନଙ୍କର ଚିନ୍ତା ଧାରା ଏତେ ତଳକୁ ଖସି ଗଲାଣି ତାହା ଭାବିବାକୁ ମଧ୍ୟ ଭୟ ଲାଗୁଛି ।
କୌଣସି ସମ୍ପର୍କ ମଧ୍ୟରେ ମଧୁରତା ତ ଦୂରର କଥା ସ୍ବାର୍ଥ ଏବଂ ଅନୈତିକତା ର ଗନ୍ଧ ଭଲ ଭାବରେ ବାରି ହୋଇ ପଡୁଛି। ଆଗାମୀ ପିଢ଼ି ମାନଙ୍କ ପ୍ରତି ସତେ ଯେମିତି କାହାର ଚିନ୍ତା ନାହିଁ । ଆମର ବ୍ୟବହାର ଏବଂ କୁକାର୍ଯ୍ୟ ର ପ୍ରଭାବ କେତେ ମାତ୍ରାରେ ସମାଜ ଏବଂ ସମାଜର ଜନସାଧାରଣ ଉପରେ ପଡୁଛି ତାର ସମ୍ୟକ୍ ଧାରଣା ମଧ୍ୟ ଆମେ କରି ପାରୁ ନାହାଁନ୍ତି । ସେହିପରି କିଛି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯଦି କିଛି ଏଭଳି ନିନ୍ଦନୀୟ କାର୍ଯ୍ୟ କରନ୍ତି ତେବେ ଏହାର ପ୍ରଭାବ ବହୁତ୍ ମାତ୍ରାରେ ସମାଜ ଉପରେ ପଡ଼ିଥାଏ । ସେମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ସେମାନଙ୍କୁ ପାଖରୁ କୌଣସି ବି ନିନ୍ଦନୀୟ କିମ୍ବା ଅନୈତିକ କିମ୍ବା ଲଜ୍ୟାଜନକ କାର୍ଯ୍ୟ ଆଶା କରାଯାଇ ନପାରେ । ଘଟଣାଟି ବାଲେଶ୍ବର ଜିଲ୍ଲାର ହସନପୁର ସେବାଶ୍ରମ ସ୍କୁଲରେ ଘଟିଛି ।
ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଏବଂ ମହିଳା ସୁପରିଟେଣ୍ଡଡ୍ କୁ ସ୍ଥାନୀୟ ଲୋକେ ଧରି ଘୋଷାଡି ମାଡ଼ ମାରିଛନ୍ତି। କାରଣ ଏମାନେ ଦୁଇଜଣ ସ୍କୁଲରେ ପିଲା ମାନଙ୍କୁ ପାଠ ନ ପଢ଼ାଇ ଅନୈତିକ କାର୍ଯ୍ୟରେ ମଜି ରହିଥିଲେ । ଯାହାର ଅଭିଯୋଗ କରି ପିଲାମାନେ ଧାରଣାରେ ବସିଥିଲେ । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ମହିଳା ସୁପରିଟେଣ୍ଡେଣ୍ଟକୁ ବଦଳି କରାଇବାକୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଗେଟ୍ ସମ୍ମୁଖରେ ତାଲା ପକାଇ ବସିଥିଲେ ଏବଂ ସେମାନଙ୍କୁ ଏହି ସ୍କୁଲରୁ ବାହାର କରିବାକୁ ଅଭିଯୋଗ ମଧ୍ୟ କରିଥିଲେ।
ବିଦ୍ୟାଳୟର ପିଲାମାନଙ୍କ ପାଠ ପଢା ପ୍ରତି ଧ୍ୟାନ ନଦେଇ ଏମାନେ ଅନେକ ସମୟରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଅଭିଭାବକମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ ଉଭୟ ପ୍ରଧାନଶିକ୍ଷକ ଏବଂ ମହିଳା ସୁପରିଟେଣ୍ଡେଣ୍ଟକୁ ସ୍କୁଲ ଭିତରୁ ଧରି ଘୋଷାଡି ଆଣିଥିଲେ ବାହାରକୁ ।
ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଛାତ୍ରଛାତ୍ରୀମାନେ ପରୀକ୍ଷା ନଦେଇ ଧାରଣାରେ ବସିଥିବାର ଖବର ପାଇ ସେଠାରେ ଆସି ପହଞ୍ଚିଥିଲେ ଏବଂ ସେମାନଙ୍କୁ ବଦଳି କରିଦେବାର ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଓ ପିଲାମାନେ ଧାରଣାରୁ ଓହରି ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।