ଦେଖନ୍ତୁ ଭିଡ଼ିଓ । 80 ବର୍ଷିୟା ଶାଶୂଙ୍କୁ ମାଡ଼ ମାରି ଘରୁ ଫିଙ୍ଗିଦେଲା ବୋହୁ । ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ, ଆପଣଙ୍କ ମତରେ କଣ କରିବା ଦରକାର…

ଆଜି ଆମ ଦୁନିଆରେ ଦେଖିବାକୁ ମିଳିଛି ଲୋକମାନଙ୍କର ଆଉ ବାପା ମାଆଙ୍କ ପ୍ରତି ସେହ୍ନ, ଶ୍ରଦ୍ଧା ତଥା ଭଲପାଇବା ନାହିଁ । ବରଂ ପିତାମାତାଙ୍କୁ ପୁଅମାନେ ବୃଦ୍ଧାବସ୍ଥାରେ ଘରୁ ବାହାର କରି ରାସ୍ତା କଢରେ ଫିଙ୍ଗି ଦେଉଛନ୍ତି । ବାପା ମାଁ ନିଜ ରକ୍ତକୁ ପାଣି କରି ସନ୍ତାନ ମାନଙ୍କୁ ବଡ ମଣିଷ କରିଥାନ୍ତି କିନ୍ତୁ ସେହି ପୁୁଅ ବଡ ହୋଇ ବାପାମାଆଙ୍କ ଋଣ ସୁଝିବା ବଦଳରେ ତାଙ୍କୁ ଫିଙ୍ଗି ଦେଇଥାଏ ରାସ୍ତା କଢକୁ । କିନ୍ତୁ ଏଠାରେ କଥା ସଂମ୍ପୂର୍ଣ୍ଣ ଅଲଗା କାହିଁକି ନାଁ ଏଠାରେ ପୁଅ ନୁହେଁ ବରଂ ବୋହୂଟିଏ ତାର ଶାଶୁଙ୍କୁ ଘରୁ ବାହାର କରି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଆଜି ଆମେ ସମାଜରେ ଆଉ ସଂପର୍କର କୌଣସି ମୂଲ୍ୟବୋଧ ତଥା ଗୁରୁତ୍ବ ନାହିଁ । ଆଜି ମଣିଷ ପାଖରେ ଆଉ ତାର ମାନବିକତା ମଣିଷପଣିଆ ତଥା ତାର ବିବେକ ବୋଲି କିଛି ନାହିଁ । ମଣିଷ ଆଜି ଆଖି ଥାଉ ଥାଉ ଅନ୍ଧ ପାଲଟିଯାଇଛି ଆଉ ମାଁ ସମାନ ଶାଶୁଙ୍କୁ ଅସମ୍ମାନ ତଥା କଠୋର ଶାସ୍ତି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହିଁ । ସେହିଭଳି ଏକ ନିଷ୍ଠୁର ତଥା କରୁଣ ଚିତ୍ର ଏବେ ସାମ୍ନା କୁ ଆସିଛି ଯାହା ଘଟିଛି ହରିୟାଣାରେ ।


ସୂଚନାଯୋଗ୍ୟ, ଏହି ଘଟଣାଟି ହେଉଛି ହରିୟାଣା ହିସାର ଜିଲ୍ଲାର ଆଜାଦ ନଗରରେ । ଏଠାରେ ଘଟିଥିବା ଏକ ଅମାନବୀୟ ତଥା ନିଷ୍ଠୁର ଘଟଣାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଞ୍ଚଳରେ ଜଣେ ବୋହୂ ତାଙ୍କର 80 ବର୍ଷିୟା ବୃଦ୍ଧା ଶାଶୁଙ୍କୁ ମାରପିଟ୍ କରି ତାଙ୍କର ଜିନିଷ ପତ୍ର ସହିତ ତାଙ୍କୁ ଘରୁ ବାହରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

 


ତେବେ ଅତି ଦୟନୀୟ ଭାବରେ ସେ ତାଙ୍କ ଶାଶୁଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଯାହା ଏକ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଛି। ଆଉ ଯାହା ସାଧାରଣରେ ଏହି ଘଟଣାକୁ ସ୍ଥାନୀୟ ଲୋକେ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି । ଏହି ଘଟଣାରେ କୌଣସି କାରଣରୁ ବୋହୂଜଣକ ନିଜ ଶାଶୁଙ୍କୁ ଯେଉଁ ଭଳି ଭାବରେ ଅତ୍ୟାଚାର କରୁଛନ୍ତି ।


ମାଡ଼ ମାରି ତାଙ୍କୁ ଘରୁ ଧକ୍କା ମାରି ଘରୁ ବାହାରକୁ ବାହାର କରି ଦେଉଛନ୍ତି ଏବଂ ଏହା ସହିତ ତାଙ୍କ ଶାଶୁ ବ୍ୟବହାର କରୁଥିବା ସାମଗ୍ରୀକୁ ମଧ୍ୟ ବାହାରକୁ ଫିଙ୍ଗି ଦେଇଛନ୍ତି ତାହା ବାସ୍ତବିକ ଭାବରେ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।ଏହି ଘଟଣା ପରେ ଏହାକୁ ରେକର୍ଡ କରି କେହିଜଣେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।ପରେ ସେହି ବୃଦ୍ଧଙ୍କର ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ସ୍ଥାନୀୟ ପୋଲିସ।

ଅଭିଯୋଗ କ୍ରମେ ଏହି ଉଦ୍ଧତ ବୋହୁଙ୍କ ଏହିଭଳି ଅମାନବୀୟ କାର୍ଯ୍ୟ ପାଇଁ ପୋଲିସ୍ ତାଙ୍କ ଉପରେ ଆଇପିସି ର ଧାରା 323, 506 ଏବଂ 509 ରୁଜୁ କରିଛି । ଏହି ଧାରା ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଶେଷରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment