Odisha News Portal

ଦେଖନ୍ତୁ ଭିଡିଓ ! ନୂଆବର୍ଷରେ ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଭିଡିଓ…ଛିଃ ଛିଃ…

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥ କ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି ।

ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

ଆଉ ଏହି ପ୍ରେମ ଏମିତି ଏକ ଜିନିଷ ଯେଉଁଠି ଜଣେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମର ବାସ୍ନାରେ ଆନ୍ଦୋଳିତ ହୋଇ ବହୁ ପ୍ରେମୀଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି । ପ୍ରେମରେ ଥାଏ କେବଳ ତ୍ୟାଗ ହିଁ ତ୍ୟାଗ ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାନ୍ତି ପ୍ରେମୀଯୁଗଳ ।

କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଚି ।

ଘଟଣାଟି ଘଟିଛି ଏକ ଜଙ୍ଗଲ ନିକଟରେ । ଏଠାରେ ଏକ ପ୍ରେମୀଯୁଗଳ ଏକ ଫାଙ୍କା ଜାଗାରେ ବସି କଥା ହେଉଥିବା ବେଳେ ତାଙ୍କୁ ସେହି ଅଞ୍ଚଳର କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ ଏବଂ ସେମାନଙ୍କର ଭିଡିଓ ରେକର୍ଡ ମଧ୍ୟ କରିଥିଲେ । ଏହାଛଢା ଏହି ବ୍ୟକ୍ତିମାନେ ସେହି ପ୍ରେମୀଯୁବଳ ଙ୍କୁ ଆସି ସେମାନଙ୍କ ବିଷୟରେ ପଚାରିବା ସହିତ ନାଁ ଗାଁ ଠିକଣା ପଚାରିଛନ୍ତି ।

ପ୍ରେମୀକ ଜଣଙ୍କ ଉକ୍ତ ବ୍ୟକ୍ତି ମାନଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ସେମାନେ କୌଣସି ଖରାପ କାମ କରୁନଥିଲେ , ସେମାନଙ୍କୁ ଛାଡି ଦିଆଯାଉ । ଏହାପରେ ଲୋକମାନେ ପ୍ରେମୀକାକୁ ପ୍ରଶ୍ନ କରିଥିଲେ ।

ତେବେ ସେମାନଙ୍କ ସହିତ ଆଉ ଜଣେ 15 ବର୍ଷିୟ ଝିଅ ଥିଲା । ସେ କାହିଁକି ତାଙ୍କ ସହ ଆସିଥିଲା ବୋଲି ପ୍ରଶ୍ନ ପଚାରିଥିଲେ । ଏହାପରେ ସେମାନେ ସେହି ପ୍ରେମୀଯୁଗଳଙ୍କୁ ଛାଡି ଦେଇଥିଲେ ଏବଂ ଜଣେ ଯୁବକ ଯୁବତୀଙ୍କ ଜୀବନ ସହିତ ନଖେଳିବାକୁ ପ୍ରେମିକକୁ କହିଥିଲେ ।

ତେବେ ଏବେ ଏହାର ଏକ ନିଚ୍ଛକ ଉଦାହରଣ ଦେଖି୍ବାକୁ ମିଳିଛି ଯେ ଏଠାରେ ଏହି ବ୍ୟକ୍ତିମାନେ ପ୍ରେମୀଯୁଗଳଙ୍କୁ ଉଚିତ୍ ଶିକ୍ଷା ଦେଇ ହଇରାଣ ନକରି ଛାଡି ଦେଇଛନ୍ତି । ଯାହା ଶୁଣି୍ଲେ ହୁଏତ ଆପଣ ମାନେ ବିଶ୍ବାସ କରିପାରିବେ ନାହିଁ ।

ନିକଟରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେଣୁ ସ୍ବାଭାବିକ ଭାବରେ ଆମେ ଜାଣିବା ଉଚିତ୍ ଯେ ନିଜକୁ ବିପଦ ଭିତରକୁ ଠେଲି ଦେଇ ଏଭଳି ଏକ ବିପଦପୂର୍ଣ୍ଣ ସ୍ଥିତିକୁ ସୃଷ୍ଟି କରିବା କେତେ ଦୂର ଯଥାର୍ଥ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।