Odisha News Portal

ଫେସବୁକ୍ ପ୍ରେମ ଯୁବକଙ୍କୁ ପଡିଲା ମହଙ୍ଗା ! ଯୁବତୀ ଜଣଙ୍କ ପ୍ରେମରେ ଫସାଇ ତାଙ୍କୁ ଏମିତି ପାନେ ଦେଲେ ଜାଣିଲେ ଆପଣ ଖୁସି ହୋଇଯିବେ……

ଫେସବୁକ୍ ରେ ବାରମ୍ବାର ଜଣେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଯାହାକି ବିଚ୍ ରାସ୍ତା ଉପରେ ସଂପୃକ୍ତ ମହିଳା ଏବଂ ତାଙ୍କ ସଂପର୍କୀୟ ମାନେ ଯୁବକଙ୍କୁ ଘୋଷାଡି ଘୋଷାଡି ମାଡ ମାରିଥିଲେ । ଏଭଳି ଘଟଣା ଘଟିଥିଲେ ଭଦ୍ରକ ସହରର ଜନଗହଳି ପୂର୍ଣ୍ଣ ବନ୍ତ ଛକଠାରେ ।ତେବେ ବର୍ତ୍ତମାନର ଏହି ସୋସିଆଲ ମିଡିଆ ଯୁଗରେ କେତେବେଳେ ବି କୌଣସି ଖବର ଭାଇରାଲ ହୋଇ ଯାଉଛି । ଆଉ ଯାହା ଲୋକ ମାନଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ଅଧିକ ସମୟ ଲାଗୁନାହିଁ ।

ଇଣ୍ଟରନେଟ୍ ର ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ । ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ଜଣେ ଯୁବକ ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ଙ୍କୁ ଫେସବୁକ୍ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁ ଥିଲେ । ଏପରିକି ତାଙ୍କୁ ମୋବାଇଲ୍ ରେ ବିଭିନ୍ନ ପ୍ରକାର ମେସେଜ୍ ପଠାଇ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁ ଥିଲେ ।

ଆଉ ଶେଷ ରେ ଯୁବକ ଙ୍କ ଏଭଳି କାରନାମା ରେ ମହିଳା ଜଣଙ୍କ ଅତିଷ୍ଠ ହୋଇ ପଡି ତାଙ୍କ ପରିବାର ଲୋକ ଙ୍କୁ ଜଣାଇ ଥିଲେ । ତେଣୁ ପୂର୍ବ ଯୋଜନା ମୁତାବକ ଉକ୍ତ ମହିଳା ଜଣଙ୍କ ଯୁବକ ଙ୍କୁ ଭଦ୍ରକ ବନ୍ତ ଛକ କୁ ଡକାଇ ଥିଲେ ଏବଂ ଯୁବକ ଜଣଙ୍କ ବନ୍ତ ଛକ ନିକଟ ରେ ପହଞ୍ଚିବା ପରେ ସଂପୃକ୍ତ ମହିଳା ଏବଂ ତାଙ୍କ ସଂପର୍କୀୟ ମାନେ ଯୁବକ ଙ୍କୁ ଘୋଷାଡି ଘୋଷାଡି ମନ ଇଚ୍ଛା ବିଧା ଗୋଇଁଠା ମାରି ଥିଲେ ।

ତେବେ କିଛି ସମୟ ଧରି ବିଚ୍ ରାସ୍ତା ଉପରେ ଏହି ଭଳି ଦୃଶ୍ୟ ଦେଖି ଲୋକମାନେ ତାଜୁବ୍ ହୋଇ ଯାଇଥିଲେ । ପରେ ଖବର ପାଇ ଘଟଣା ସ୍ଥଲରେ ଟାଉନ୍ ଥାନା ପୋଲିସ୍ ପହଞ୍ଚି ଥିଲେ ଏବଂ ଯୁବକ ଜଣକୁ ଘୋଷାଡି ଘୋଷାଡି ମାଡ ମାରି ଥିବା ମହିଳା ଙ୍କ ସଂପର୍କୀୟ ଦୁଇ ଜଣ ଯୁବକ ଙ୍କୁ ପୋଲିସ୍ ଗିରଫ କରି ଥିବା ସୂଚନା ମିଳିଛି । ସେପଟେ ଫେସବୁକ୍ ରେ ପ୍ରେମ ନିବେଦନ କରି ମାଡ ଖାଇ ଥିବା ଯୁବକ ଙ୍କୁ ପୋଲିସ୍ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସୋସିଆଲ ମିଡିଆ ରେ ଭାଇରାଲ ହୋଇ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।