Odisha News Portal

ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ମାଟି ତଳୁ ଆବିର୍ଭାବ ହେଲେ ମହାଦେବ, ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଦେଖନ୍ତୁ…..

କୁହାଯାଏ ଭଗବାନଙ୍କର ଲୀଳା ଅପାର ଅଟେ , ତାକୁ କେହି ବି ଦେହଧାରୀ ମନୁଷ୍ୟ ସହଜରେ ବୁଝି ପାରିବ ନାହିଁ । ତାଙ୍କର ଲୀଳାକୁ କେହି ବି ବୁଝି ପାରି ନଥାନ୍ତି । କାହିଁକି ନାଁ ଭଗବାନ କେତେବେଳେ କେଉଁଠାରେ କେଉଁ ରୂପରେ ଆବିର୍ଭାବ ହେବେ ତାହା କାହାକୁ ଜଣା ନଥାଏ କିମ୍ବା କେହି କଳ୍ପନା ମଧ୍ୟ କରି ପାରିନଥାନ୍ତି । ତେବେ ଏପରି ମଧ୍ୟ କୁହାଯାଏ ଭଗବନା ପୃଥୀବି ପୃଷ୍ଠରେ ସେତେବେଳେ ବିରାଜମାନ ହୋଇଥାନ୍ତି ଯେତେବେଳେ ପାପର ଭାର ବଢିଯାଏ ଏବଂ ସେ ତାକୁ ବିନାଶ କରିବା ପାଇଁ ଆସିଥାନ୍ତି ।

କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭଗବାନ ସେହି ଜାଗାକୁ ବିଶେଷ ଭବାରେ ଚୟନ କରିଥାନ୍ତି ଯେଉଁ ସ୍ଥାନର ଲୋକମାନଙ୍କୁ ସେ ବହୁତ ପସନ୍ଦ କରିଥାନ୍ତି । ତେଣୁ ସେ ସେହିଠାରେ ଆବିର୍ଭାବ ହୋଇ ଲୋକମାନଙ୍କର ଦୁଃଖସୁଖ ସବୁ ବୁଝିଥାଆନ୍ତି । ସେହିଭଳି ଏକ ବିଚିତ୍ର ଘଟଣା ଭଗବାନଙ୍କର ଏବେ ଦେଖିବାକୁ ମିଳୁଛି । ଯାହା ଘଟିଛି ଭଦ୍ରକ ଜିଲ୍ଲାରେ ।


ସେଠାରେ ପାର୍କ ତିଆରି ପାଇଁ ପଡିଆ ସମତୁଲ କଲାବେଳେ ବାହାରିଲେ ଭୁବନର ଈଶ୍ୱର ମହାଦେବ ଏବଂ ଏହାପରେ ଏଠାରେ ସୃଷ୍ଟି ହୋଇଚି ଏକ ଭକ୍ତିମୟ ପରିବେଶ। ଦୀପାବଳୀ ଅମାବାସ୍ୟା ଅବସରରେ ଏଠାରେ ଏହି ଶିବଲିଙ୍ଗ ବାହାରିବା ପରେ ଚାଲିଛି ପୂଜାର୍ଚ୍ଚନା ।

ଭଦ୍ରକ ଜିଲ୍ଲାର, ଗୋରାମାତି ପଞ୍ଚାୟତର ବଳଦିଆ ଗ୍ରାମରେ ପାର୍କ ନିର୍ମାଣ ପାଇଁ ମାଟି ଖୋଳି ସମତୁଲ କରାଯାଉଥିଲା। ଟ୍ରାକ୍ଟରରେ ମାଟି ତାଡିଲା ବେଳେ କୌଣସି ଏକ ଜିନିଷ ଏହାର ମୁଣ୍ଡରେ ବାଜିଥିଲା ଏବଂ ଏହା ଫାଳ ହୋଇ ଯାଇଥିଲା।ତାପରେ ଯେତେବେଳେ ମାଟି ଆଢ଼େଇ ଦେଖାଗଲା ସେତେବେଳେ ସେଠାରେ ଶିବଲିଙ୍ଗ ବାହାରିଥିଲା । ଏହାପରେ ସମସ୍ତେ ଆଶର୍ଯ୍ୟ ହୋଇଯାଇଥିଲେ ଏବଂ ଗ୍ରାମବାସୀ ମାନଙ୍କ ସହିତ ଗ୍ରାମର ସରପଞ୍ଚକୁ ଖବର ଦିଆ ଯାଇଥିଲା । ଏହାପରେ ସେଠାରେ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ ଏବଂ ମାଟି ତଳୁ ଶିବଲିଙ୍ଗକୁ ଉଦ୍ଧାର କରାଯାଇଥିଲା।

ଏହାପରେ ସେଠାରେ ସମସ୍ତ ଗ୍ରାମବାସୀଙ୍କ ଦ୍ବାରା ପାତାଳୀ ଲିଙ୍ଗକୁ ପୂଜାର୍ଚ୍ଚନା କରାଯାଉଛି । ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଉପସ୍ଥିତ ହୋଇ ଗ୍ରାମବାସୀ ମାନଙ୍କ ପାଖରୁ ଏନେଇ ପ୍ରତିକ୍ରିୟା ନେଲା ବେଳେ ଗ୍ରାମବାସୀମାନେ ବହୁତ୍ ଖୁସି ଥିବା ଜ୍ଞାତ ହୋଇଛି । ତାଙ୍କ ଗ୍ରାମରେ ଶିବ ଲିଙ୍ଗ ବାହାରି ଥିବାରୁ ସେମାନେ ବହୁତ୍ ଖୁସି ଅଛନ୍ତି ଏବଂ ଆନନ୍ଦର ଉତ୍ସବ ମନାଉ ଅଛନ୍ତି । ସମସ୍ତେ ପୂଜା ଅର୍ଚ୍ଚନା କରିବାରେ ବ୍ୟସ୍ତ ଅଛନ୍ତି ।

ଯେମିତି ଭଗବାନ ଏବଂ ଭକ୍ତଙ୍କର ମିଳନ ଏଠାରେ ଘଟିଛି । ଭଗବାନ ଆବିର୍ଭାବ ହେବା ସେଠାକାର ଅଧିବାସୀ ମାନଙ୍କୁ ଏତେ ଖୁସି ଦେଇଛି ଯେ ସେମାନେ ଭକ୍ତିର ସହିତ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ନିର୍ମାଣ ନିମିତ୍ତ ଯୋଜନା କରୁଛନ୍ତି । ଭଗବାନଙ୍କର ଏହି ଲୀଳା ସମସ୍ତଙ୍କୁ ଚକିତ କରିଛି । ତେବେ ବର୍ତ୍ତମାନ ସେଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।