Odisha News Portal

ଦେଖନ୍ତୁ ଭିଡ଼ିଓ- ” ପରୀ ” କେଶ ରେ ନୂଆ ଖୁଲାସା ! ” ପରୀ ” ର ସାଙ୍ଗମାନେ କହିଲେ କେମିତି ପରିକୁ ନେଇ ହତ୍ୟା କଲେ । ପରୀ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ

0 139

ପରୀ ଘଟଣାରେ ଆସିଲା ନୂଆ ମୋଡ ଏପରି ଘଟିଥିଲା ପରୀ ସହ ଯାହାକି କହିଲେ ତାର ସାଙ୍ଗ ମାନେ । ଓଡ଼ିଶାର ରାଜଧାନୀ ରୁ ଯାଇ ଭାରତର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନୟାଗଡ଼ ର ପରି ମୃତ୍ୟୁର ମାମଲା ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରାୟ ଦୁଇ ମାସ ତଳେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଜଣେ 5 ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ କିଛି ମଣିଷ ରୂପୀ ରାକ୍ଷସ । ତେବେ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ପଡିଥିଲା । ମୃତ୍ୟୁ ପରେ ତାର ମା’ ଓ ବାପା କିପରି ଭାବରେ ନ୍ୟାୟ ପାଇଁ ବ୍ୟାକୁଳ ହୋଇଥିଲେ ।

ଆଉ ନ୍ୟାୟ ନ ପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ । ଏହାରି ଭିତରେ ପରି ହତ୍ୟା ଆଜି କୁ ପାଞ୍ଚ ମାସ ବିତି ଯାଇଥିଲେ ବି କୌଣସି ସାକ୍ଷୀ ପ୍ରମାଣ ମିଳି ପାରିନାହିଁ । ନ୍ୟାୟ ପାଇଁ ସାରା ଦେଶରେ ତେଜି ଚାଲିଛି ଓ ରାଜ୍ୟ ସରକାର ଏସଆଇଟି ଟିମ କୁ ତଦନ୍ତ ପାଇଁ ଦାଇତ୍ୱ ଦେଇଛନ୍ତି ।

ତେବେ ଏସଆଇ ଟିମର ମୁଖ୍ୟ ଅରୁଣ ବୋଥ୍ରା ଏହାର ତଦନ୍ତ କରିଛନ୍ତି ଏବଂ ସେ ପରୀର ଅଭିଯୁକ୍ତ ବାବେ ସରୋଜ ସେଠାକୁ ସାବ୍ୟସ୍ତ କରିଛନ୍ତି , ସେ କହିଛନ୍ତି କି ସରୋଜ ସେଠୀ ହେଉଛି ପରୀ ଘଟଣାରେ ମୁଖ୍ୟ ସାକ୍ଷୀ ସେ ହିଁ ପରୀକୁ ହତ୍ୟା କରି ତାହାର ଦୁଷ୍କର୍ମ କରିଛି ।

ଅରୁଣ ବୋଥ୍ରାଙ୍କର ଏତେ ସମସ୍ତ ସାକ୍ଷୀ ପରେ ମଧ୍ୟ ପରିର ବାପା ମା ଏବଂ ଗ୍ରାମର ଲୋକମାନେ ଏହାକୁ ମାନିବା ପାଇଁ ନାରାଜ କାରଣ ସେମାନେ କହୁଛନ୍ତି ସରୋଜ ଦେଶା ନୁହେଁ ଏହା ପଛରେ ଅନ୍ୟ କାରଣ ରହିଛି । ପରି ର ମା ବାପା କହିବା ହିସାବରେ ବାବୁଲି ଓ ଅରୁଣ ସହ ଦୁଇଜଣ ଏହି କେସ ରେ ସଂପୃକ୍ତ ଅଛନ୍ତି ।

ରାଜନୈତିକ ଦଳ ପକ୍ଷରୁ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ଏବଂ ତାଙ୍କର ସହୋଜୋଗି ବାବୁଲି ନାୟକ ଙ୍କ ଘଟଣା ସମ୍ପର୍କରେ ସଂପୃକ୍ତି ପରେ ମାମଲା ଅଧିକ ଗମ୍ଭୀର ହୋଇଥିଲା , ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ କଂଗ୍ରେସ । ସେମାନେ ଏଥିରେ ସଂପୃକ୍ତ ଥିଲେ ମଧ୍ୟ, ଘଟଣା କୁ ଚପାଇ ଦେବାରେ ସେମାନଙ୍କ ହାତ ମଧ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି ।

ଏହି ସମସ୍ତ କଥା ପରେ ପରୀର ସାଙ୍ଗ ମାନଙ୍କର ବୟାନ ନିଆଯାଇଛି ତେବେ ପରୀର ସାଙ୍ଗ ମାନେ କହିଛନ୍ତି କି ପରି ସେଦିନ ତାଙ୍କ ସହ ଖେଳୁଥିଲା। ଆଉ ସେହି ସମୟରେ ସେମାନେ ଅର୍ଥାତ୍ କିଛି ଲୋକ ଆସି ପରି କୁ ନେଇଗଲେ ଆଉ ଚକଲେଟ ତା ପାଟିରେ ପୁରେଇ ଦେଲେ । ଏହା ପରେ କହିଛନ୍ତି କି ସେମାନେ ପରୀକୁ କେମିକାଲ ଦେଇକରି ମାରି ଦେଇଛନ୍ତି । ତେବେ ଏହାପରେ ପରୀର ମାଲାରେ ନୂଆ ମୋଡ ଗ୍ରହଣ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।