Odisha News Portal

ଦେଖନ୍ତୁ ଭିଡିଓ , କେମିତି ମହିଳା ପୋଲିସ୍ ଜଣଙ୍କ ଲାଞ୍ଚ ନେଉଛନ୍ତି , ପୁରା ଭିଡିଓ ଦେଖିଲେ ଆପଣ ଙ୍କ ଆଖି ମଧ୍ୟ ଧୋକା ଖାଇଯିବ ……

ନୋ ଗୁଗୁଲ ପେ, ନୋ ଫୋନ୍ ପେ ,ସିଧା କେବଳ ପକେଟ୍ ପେ । ତେବେ ସିଧା ପକେଟେ ପେ ମାଧ୍ୟମ ରେ ମହିଳା ପୋଲିସ୍ ନେଉ ଥିଲେ ଲାଞ୍ଚ । ଆଉ ତା ପରେ କଣ ଘଟିଲା ଚାଲନ୍ତୁ ଜାଣିବା । କେତେବେଳେ ଇଣ୍ଟରନେଟ୍ ରେ କଣ ଭାଇରାଲ ହେବ ତାହା କାହାକୁ ଜଣା ନାହିଁ । ଆଉ ଏହି କ୍ରମ ରେ ଆଜି କାଲି ସୋସିଆଲ ମିଡିଆ ରେ ଏକ ଭିଡିଓ ପ୍ରେସ୍ ଭାଇରାଲ ହେଉଛି, ଯେଉଁ ଥିରେ ଆପଣ ମାନେ ଜଣେ ମହିଳା ପୋଲିସ୍ ଙ୍କ ର ଲାଞ୍ଚ ନେବାର ଭିନ୍ନ ଉପାୟ ଦେଖି ବାକୁ ମିଳିଛି ।

ତେବେ ରିପୋର୍ଟ ଅନୁଯାୟୀ ଏହି ଘଟଣାଟି ପୁନେ ର ସାଇ ଛକ ର ଅଟେ । ତେବେ ଭିଡିଓ ରେ ଏହା ସ୍ପଷ୍ଟ ଭାବରେ ଦେଖା ଯାଇଛି ଯେ ଜଣେ ମହିଳା ଟ୍ରାଫିକ ପୋଲିସ୍ ସ୍କୁଟି ରେ ଯାଉ ଥିବା ଜଣେ ମହିଳା ଙ୍କୁ ହେଲମେଣ୍ଟ ପିନ୍ଧି ନ ଥିବା ଯୋଗୁଁ ରାସ୍ତା ରେ ଅଟକାଇଛନ୍ତି । ତେବେ ଏହି ଭିଡିଓ ଟି ନିକଟସ୍ଥ ଏକ କୋଠା ରେ ଉପସ୍ଥିତ ଥିବା ଲୋକ ମାନଙ୍ଚକ ଦ୍ବାରା ରେକର୍ଡ କରା ଯାଇ ଥିଲା । ଆଉ ଯାହା ଫଳରେ ଏହା ପରେ ଭାଇରାଲ ହୋଇ ଥିଲା ।

ତେବେ ଟ୍ବିଟର ରେ ଭିଡିଓ ସେୟାର କରି ଥିବା ବେଳେ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ନୋ ଗୁଗୁଲ ପେ, ନୋ ଫୋନ୍ ପେ ନା ୟୁପିଆଇ ସିଧା ସଳଖ ପକେଟ୍ ପେ । ତେବେ ଭିଡିଓ ଟି ରେ ଯେଉଁ ମହିଳା ପୋଲିସ୍ ଟଙ୍କା ନେଉ ଥିବାର ନଜର ଆସିଛନ୍ତି ସେ ଜାଣି ନାହାଁନ୍ତି ଯେ କେହି ଜଣେ ଭିଡିଓ କରୁଛନ୍ତି ଓ ଲାଞ୍ଚ ନେବାର ଉପାୟ କ୍ୟାମେରା ରେ କଏଦ୍ ହେଉଛି । ତେବେ ଟ୍ରାଫିକ୍ ପୋଲିସ୍ ଏବଂ ମହିଳା ଙ୍କ ମଧ୍ୟରେ କଣ କଥା ବାର୍ତ୍ତା ହୋଇ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଟ୍ରାଫିକ୍ ପୋଲିସ୍ ସହିତ କଥା ବାର୍ତ୍ତା ହେବା ପରେ ମହିଳା ଜଣଙ୍କ ନିଜ ପକେଟ୍ ରୁ ଟଙ୍କା କାଢି ଟ୍ରାଫିକ୍ ପୋଲିସ ଙ୍କ ପକେଟ୍ ରେ ପୂରାଇ ଦେଉଛନ୍ତି ।


ତେବେ ଭିଡିଓ ଟି ରେ ଆହୁରି ମଧ୍ୟ ଦେଖି ବାକୁ ମିଳିଛି ଯେ ଆଉ ଜଣେ ମହିଳା ସେହି ସ୍କୁଟି ଉପରେ ବସି ଥିଲେ କିନ୍ତୁ ସ୍କୁଟି ଚଳାଉ ଥିବା ମହିଳା ଜଣଙ୍କ ହେଲମେଣ୍ଟ ପିନ୍ଧି ନ ଥିଲେ । ଆଉ ମହିଳା ଙ୍କ ଠାରୁ ଲାଞ୍ଚ ପାଇବା ପରେ ମହିଳା ଟ୍ରାଫିକ୍ ପୋଲିସ୍ ସେହି ଦୁଇ ମହିଳା ଙ୍କୁ ଛାଡି ଦେଉ ଥିବାର ଦେଖି ବାକୁ ମିଳିଛି । ଆଉ ସେମାନେ ସେଠାରୁ ଚାଲି ଚାଇ ଥିଲେ । କିନ୍ତୁ ଏହି ଭିଡିଓ ଟି ହିଁ କେବଳ ରହି ଯାଇ ଥିଲା ।

ଆଉ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେଉଛି । ଆଉ ଏହି ଭିଡିଓ ରେ ଲୋକ ମାନେ ନାନ ପ୍ରତିକ୍ରିୟା ରଖି ଛନ୍ତି । ହେଲମେଣ୍ଟ ଏବଂ ଟ୍ରାଇଭିଂ ଲାଇସେନସ୍ ଏବଂ ଟ୍ରାଫିକ୍ ନିୟମ କୁ ନେଇ ସାରା ଦେଶ ରେ ନିୟମ କଢାକଢି ହୋଇ ଥିବା ବେଳେ ଟ୍ରାଫିକ୍ ପୋଲିସ୍ ନିଜେ ଲାଞ୍ଚ ନେଇ ଲୋକ ଙ୍କୁ ଛାଡି ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।